ଶିଶୁକନ୍ୟାକୁ ଚେଙ୍କ, ସାବତ ବାପା ଅଟକ

0

ବ୍ରହ୍ମପୁର: ଏକ ୪ ବର୍ଷର ଶିଶୁକନ୍ୟାକୁ ଚେଙ୍କ ଦେଇଛି ବାପା । ଶିଶୁଟି ଦୁଷ୍ଟାମି କରିବାରୁ ପାଳିତ ବାପା ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ଅଞ୍ଚଳରେ ଘଟିଛି । ଶିଶୁକନ୍ୟାଟିର କାନ୍ଦ ଶୁଣି  ସ୍ଥାନୀୟ ଅଞ୍ଚଳର ଲୋକ ତାକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ଶିଶୁର ମୁହଁ ଓ ହାତରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଚେଙ୍କ ଦେଇଥିବା ବାପା ରୁନା ଗୌଡ଼କୁ ପୁଲିସ ଥାନାରେ ଅଟକ ରଖିଛି ।

Leave A Reply