www.samajalive.in
Sunday, December 7, 2025
14.1 C
Bhubaneswar

ବେଆଇନ ବାଷ୍ପୀତ୍ର ମରାମତି କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ ଉପରେ ଶ୍ରମ ବିଭାଗ କମିଶନରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ସରକାରଙ୍କ କାରଖାନାମାନଙ୍କରେ ଶୂନ୍ୟ ଦୁର୍ଘଟଣା ନୀତି ଆଧାରରେ ସୁରକ୍ଷିତ ବାଷ୍ପୀତ୍ର ଏବଂ ବାଷ୍ପ ନଳୀ ସ୍ଥାପନା, ଚାଳନ, ରକ୍ଷଣାବେକ୍ଷଣ ତଥା ମରାମତି ଶୀର୍ଷକ ବିଷୟ ଉପରେ ରାଜ୍ୟ ଶ୍ରମ ସଂସ୍ଥାନରେ ଦୁଇଦିନିଆ କର୍ମଶାଳା ଉଦଘାଟିତ ହୋଇଛି। ଏହି କର୍ମଶାଳାରେ ରାଜ୍ୟରେ ସ୍ୱୀକୃତି ପ୍ରାପ୍ତ ବାଷ୍ପୀତ୍ର ଏବଂ ବାଷ୍ପ ନଳୀ ନିର୍ମାଣକାରୀ ସ୍ଥାପନାକାରୀ ଏବଂ ମରାମତିକାରୀ ସଂସ୍ଥାରେ ମାଲିକ ସମେତ ନିୟୋଜିତ ୫୦ ଜଣ ଯନ୍ତ୍ରୀ ଅଂଶ ଗ୍ରହଣ କରିଥିବା ସମୟରେ ଭର୍ଚୁଆଲ ମୋଡରେ ଶତାଧିକ ଅଂଶୀଦାର ଭାଗ ନେଇଥିଲେ। ଶ୍ରମ ବିଭାଗ କମିଶନର ତଥା ଶାସନ ସଚିବ ଏବଂ ସଂସ୍ଥାନ ଉପାଧ୍ୟକ୍ଷ ଆର. ସନ୍ଥଗୋପାଳନ କର୍ମଶାଳାକୁ ଉଦଘାଟନ କରି ବେଆଇନ ବାଷ୍ପୀତ୍ର ମରାମତି କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ ଗୁରୁତ୍ୱ ଦେବା ସହିତ ମରାମତି ମଞ୍ଜୁରୀ ଆଦେଶପ୍ରାପ୍ତି ପରି ସେବାକୁ ଟିୱାର ଯୋଗାଇବା ପାଇଁ ଆବଶ୍ୟକ ହେଲେ ଓଆରଟିପିଏସ ସମୟସୀମାକୁ କମ୍‌ କରାଯିବା ପାଇଁ ପଦକ୍ଷେପ ନିଆଯିବା କଥା ପ୍ରକାଶ କରିଥିଲେ। ମାତ୍ର ବିନା ଅନୁମୋଦନରେ ମାର୍ଗଦର୍ଶିକା (ଏସଓପି) ଅନୁସରଣ ନକରି ବିପଦପୂର୍ଣ୍ଣ ଉଚ୍ଚ ବାଷ୍ପ ଚାପଜନିତ ଯନ୍ତ୍ରାଶରେ ବେଆଇନ ମରାମତି କାର୍ଯ୍ୟ କରି ଉଭୟ ଧନଜୀବନ ପ୍ରତି ଅପୂରଣୀୟ କ୍ଷତିର ସମ୍ମୁଖୀନ ହେବା ପରିସ୍ଥିତିକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।

 

- Advertisement -

ସମ୍ମାନିତ ଅତିଥି କାରଖାନା ଓ ବାଷ୍ପୀତ୍ର ନିର୍ଦ୍ଦେଶକ ଡଃ ଏନ୍‌. ତିରୁମାଳା ନାୟକ ବେଆଇନ ବାଷ୍ପୀୟ ମରାମତି ବଢ଼ିଥିବା ନଜରକୁ ଆସିଥିବା ତଥ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ମରାମତି ଆଦେଶନାମା ଅନଲାଇନରେ ପନ୍ଦର ଦିନ ନିର୍ଦ୍ଧାରିତ ସମୟସୀମା ବଦଳରେ ୪୮ ଘଣ୍ଟା ମଧ୍ୟରେ ଅନୁମୋଦନର ସୁବିଧା ଥିବା ଦୃଷ୍ଟିରୁ ଏଥିରୁ ଦୂରେଇ ରହିବାକୁ ସମସ୍ତ ଅଂଶୀଦାରଙ୍କୁ ସୂଚାଇ ଦେଇଥିଲେ। ପ୍ରଥମ ଥର ଅତ୍ୟନ୍ତ ଉପାଦେୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ସଂସ୍ଥାନର କର୍ମକର୍ତ୍ତାଙ୍କୁ ପ୍ରଶଂସା କରାଯାଇଥିଲା। ସଂସ୍ଥାନ ନିର୍ଦେଶକ ଏବଂ ଶ୍ରମ ବିଭାଗ ଅତିରିକ୍ତ ସଚିବ ନୀତି ରଞ୍ଜନ ସେନ୍‌ ଏବଂ କାରଖାନା ଏବଂ ବାଷ୍ପୀତ୍ର ଉପନିର୍ଦେଶକ ସୁରକ୍ଷା ଡ.ମଳୟ କୁମାର ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିବା ସହିତ କର୍ମଶାଳାର ଲକ୍ଷ୍ୟ ଏବଂ ଉଦେଶ୍ୟ ସ୍ପଷ୍ଟ କରିଥିଲେ। ଆସନ୍ତା କାଲି ଉଦଯାପନୀ ଉତ୍ସବରେ ସେହିପରି ୫୦ ଜଣ ପ୍ରତିନିଧି ଅଂଶ ଗ୍ରହଣ କରିବେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories