ବିଜେପି କୃଷକ ଆକ୍ରୋଶ ର‍୍ୟାଲିରେ ଭାଙ୍ଗିଲା ମଞ୍ଚ, ୩ ବିଧାୟକଙ୍କ ସମେତ ୧୦ ଆହତ

ଇନ୍ଦୋର : ମଧ୍ୟପ୍ରଦେଶର କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବିରୋଧରେ ମଙ୍ଗଳବାର ଇନ୍ଦୋରଠାରେ ବିଜେପି ପକ୍ଷରୁ ଆୟୋଜିତ ‘କୃଷକ ଆକ୍ରୋଶ ର‍୍ୟାଲି’ରେ ମଞ୍ଚ ଭାଙ୍ଗି ୩ ବିଧାୟକଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି।
କାଠରେ ଏହି ମଞ୍ଚ ତିଆରି କରାଯାଇଥିଲା। ଏହି ମଞ୍ଚ ଉପରେ ସ୍ଥାନୀୟ ବିଜେପି ନେତା, ନବନିର୍ବାଚିତ ଜନପ୍ରତିନିଧିଙ୍କ ସମେତ ୬୦ ଜଣ ଉପସ୍ଥିତ ଥିଲେ। କ୍ଷମତାଠାରୁ ଅଧିକ ଲୋକ ଚଢିବାରୁ ମଞ୍ଚଟି ଭାଙ୍ଗିଯାଇଥିଲା ବୋଲି କୁହାଯାଉଛି। ଏଥିରେ ବିଜେପି ବିଧାୟିକା ଉଷା ଠାକୁର ଓ ବିଧାୟକ ମହେନ୍ଦ୍ର ହାର୍ଡିୟା, ସ୍ଥାନୀୟ ବିଧାୟିକା ମାଳିନୀ ଲକ୍ଷ୍ମଣସିଂହ ଗୌଡ଼, ପୂର୍ବତନ ବିଧାୟକ ରାଜେଶ ସୋନକର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.