ରାୟ ସଂଶୋଧନ ପାଇଁ ସୁପ୍ରିମକୋର୍ଟ ଯିବେ ସରକାର

0

ଭୁବନେଶ୍ୱର  : ଲୋକାୟୁକ୍ତ ନିଯୁକ୍ତି ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ସଂଶୋଧନ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ ବୋଲି ମଙ୍ଗଳବାର ବିଧାନସଭାରେ କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ।
ଲୋକାୟୁକ୍ତ ଆଇନ ଓଡ଼ିଶାରେ ୨୦୧୫ରୁ କାର୍ଯ୍ୟକାରୀ ହୋଇଛି ବୋଲି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ସଂକ୍ରାନ୍ତରେ ବିରୋଧୀ କଂଗ୍ରେସ ଓ ବିଜେପି ବିଧାନସଭାରେ ଅଭିଯୋଗ ଆଣି ସରକାରଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇଥିଲେ। ତେବେ ସରକାର ଏହାକୁ ଅସ୍ୱୀକାର କରିବା ସହିତ ଏଭଳି ସତ୍ୟପାଠ ଦାଖଲ ହୋଇ ନଥିବା କହିଥିଲେ।
ବିରୋଧୀ ଦଳର ଦାବି ଅନୁସାରେ ମନ୍ତ୍ରୀ ଗୃହରେ ରଖିଥିବା ବିବୃତିରେ କହିଥିଲେ ଯେ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ କହିଥିଲେ ଯେ ୨୦୧୫ ଜାନୁଆରୀ ୧୬ରୁ ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ ବଳବତ୍ତର ରହିଛି ଏବଂ ଏଥିପାଇଁ ଓଡ଼ିଶା ସର୍ଚ୍ଚ କମିଟି ରୁଲ୍ସ ତିଆରି ପାଇଁ ପ୍ରକ୍ରିୟା ପ୍ରସ୍ତୁତି ଚାଲିଛି।
ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହୋଇଛି ବୋଲି ସୁପ୍ରିମକୋର୍ଟରେ ଏଭଳି କୌଣସି ସତ୍ୟପାଠ ଦାଖଲ ହୋଇ ନଥିବାରୁ ସୁପ୍ରିମକୋର୍ଟଙ୍କ ରାୟରେ ସଂଶୋଧନ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିବେ। ସେ କହିଥିଲେ ଯେ ବିଧାନସଭାରେ ୨୦୧୪ ପେବୃଆରୀ ୧୪ରେ ଓଡ଼ିଶା ଲୋକାୟୁକ୍ତ ବିଲ୍‌ ଗୃହୀତ ହୋଇଥିଲା। ଉକ୍ତ ବିଲ ୨୦୧୫ ଜାନୁଆରୀ ୧୬ରେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଥିଲା। ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ୨୦୧୮ ଏପ୍ରିଲ ୯ରେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏହି ଆଇନ କାର୍ଯ୍ୟକାରୀ ହୋଇଛି ବୋଲି ଉଲ୍ଲେଖ ନଥିବା ମନ୍ତ୍ରୀ ସ୍ପଷ୍ଟ କରିଥିଲେ।

Leave A Reply