www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀମଦ ଭାଗବତ କଥା ମହୋତ୍ସବ ଉଦ୍‌ଯାପିତ

ଫୁଲବାଣୀ, :ଗତ ୭ ଦିନ ଧରି କୃଷ୍ଣଚେତନା ସଂଘ (ଇସ୍କନ) ଫୁଲବାଣୀ ପକ୍ଷରୁ ଫୁଲବାଣୀ ଠାରେ ଚାଲିଥିବା ଶ୍ରୀମଦ୍‌ ଭାଗବତ କଥା ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି ।
।ଏଥିରେ ଶ୍ରୀମଦ୍‌ ହଳଧର ସ୍ୱାମୀ ମହାରାଜ୍‌ ଯୋଗଦେଇ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭାଗବତ କଥା ଉପରେ ପ୍ରବଚନ ଦେଇଥିଲେ । ପ୍ରତ୍ୟେକ ଦିନ ସହ ସହ ସଂଖ୍ୟରେ ଭକ୍ତ ଓ ଦର୍ଶକ ଯେଗାଦେଇ ପ୍ରବଚନ ଶୁଣିବା ସହିତ ପ୍ରସାଦ ସେବନ କରିଥିଲେ ।

ଏହି ଅବସରରେ କଳସ ଯାତ୍ରା , ଭଜନ କୀର୍ତ୍ତନ , ନଗର କୀର୍ତ୍ତନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଫୁଲବାଣୀ କୃଷ୍ଣଚେତନା ସଂଘର ଶୁଧାଂସୁ ସେନାପତି , ଚକ୍ରଧର ଦାସ , ସାତ୍ୱତପତୀ ଦାସ , ତରୁଣ ଗୋବିନ୍ଦ ଦାସ , ଅବଧ୍ୱନ ନିତ୍ୟାନନ୍ଦ ଦାସ , ଧୃବନନ୍ଦ ଦାସ , କୃଷ୍ଣ ସେବକ ଦାସ , ଅତୁଲ୍ୟ କ୍ରୀଷ୍ଣା ଦାସ , ସଚୀତନ୍ୟ ଦାସ , ଭୀମରାଜ ନାୟକ ,ଶିବ ଶଙ୍କର ପାତ୍ର ଓ ବିକ୍ରମ କୁମାର ସେଠୀ ପ୍ରମୁଖ ବିଭିନ୍ନ ଦିନରେ ପ୍ରବଚନରେ ସାମିଲ୍‌ ହେବା ସହିତ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରବକ୍ତା ଶ୍ରୀ ଶ୍ରୀମଦ ହଳଧରସ୍ୱାମୀ ମହାରାଜଙ୍କ ପ୍ରବଚନରେ ଭକ୍ତମାନେ ସଂପୂର୍ଣ୍ଣଭାବେ ସ୍ତବ୍ଧ ହୋଇଥିବା ବେଳେ ତାଙ୍କର ପ୍ରବଚନରେ ଭକ୍ତମାନେ ମନମୁଗ୍ଧ ହୋଇ ଯାଇଥିବାର ଦେଖାଯାଇଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories