www.samajalive.in
Monday, December 15, 2025
15.1 C
Bhubaneswar

ଶ୍ରୀମନ୍ଦିର ବଜେଟ୍‌ ୨୦୨ କୋଟି

ପୁରୀ: ଆଗାମୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୦୨ କୋଟି ଟଙ୍କାର ଆୟବ୍ୟୟ ଅଟକଳ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ। ପରିଚାଳନା କମିଟି ବୈଠକରେ ଏହା ଅନୁମୋଦନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ.କ୍ରିଷନ୍‍ କୁମାର କହିଛନ୍ତି। ବଜେଟ୍‍ରେ ରଥଯାତ୍ରା ପାଇଁ ୧୧ କୋଟି ଏବଂ ସେବାୟତ କଲ୍ୟାଣ ନିମନ୍ତେ ୫ କୋଟି ଟଙ୍କା ରଖାଯାଇଛି। ଆଦର୍ଶ ଗୁରୁକୁଳ ବିଦ୍ୟାଳୟ ନିର୍ମାଣ ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ୧୭ ଏକର ଜମି ଚିହ୍ନଟ କରାଯାଇଛି। ଖୁବ୍‍ଶୀଘ୍ର ବୁଝାମଣାପତ୍ର ସ୍ୱାକ୍ଷର ସହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେବକ କଲ୍ୟାଣ ପାଇଁ ସ୍ୱତନ୍ତ୍ର କର୍ପସ୍‍ ପାଣ୍ଠି ଗଠନ କରାଯିବ। ପ୍ରତ୍ୟେକ ବର୍ଷ ୫ କୋଟି ଟଙ୍କା ସେଥିରେ ଜମା କରାଯିବ।

ଖୋର୍ଦ୍ଧା ଜିଲାରେ ଥିବା ମହାପ୍ରଭୁଙ୍କ ଖଣି ନିଲାମ ଏବଂ ପରିଚାଳନା ଅଧିକ ଶୃଙ୍ଖଳିତ କରାଯିବ। ଆଗାମୀ ବର୍ଷ ଖଣି ନିଲାମରୁ ୮ରୁ ୧୦ କୋଟି ଟଙ୍କା ଖଣି ରାଜସ୍ୱ ମିଳିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ବ୍ୟାଙ୍କ ସୁଧ ଏବଂ ଦାନ ପରିମାଣ ହ୍ରାସ ପାଉଥିବାରୁ ଠାକୁରଙ୍କ ନୀତିକାନ୍ତି ଓ ପ୍ରଶାସନିକ ଖର୍ଚ୍ଚ ଭରଣା କଷ୍ଟକର ହୋଇପଡିଛି। ତେଣୁ ସ୍ୱତନ୍ତ୍ର ଦାନ ଯୋଜନା କାର୍ଯ୍ୟକାରୀ କରାଯିବ। ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ, ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଦାନବାକ୍ସ ରଖାଯାଇ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଦାନ ସଂଗ୍ରହ କରାଯିବ। ସହରର ଦୁଇଟି ପ୍ରମୁଖ ସ୍ଥାନରେ ବ୍ୟବସାୟିକ କଂପ୍ଲେକ୍ସ ନିର୍ମାଣ କରାଯିବାକୁ ସ୍ଥିର ହୋଇଛି। ହବିଷ୍ୟାଳି ଶିବିର ଏବଂ ଜେଲ୍‍ ରୋଡ୍‍ ଭକ୍ତ ନିବାସ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମନ୍ଦିର ପ୍ରଶାସନ ପକ୍ଷରୁ ଆଉ ଏକ ଭକ୍ତ ନିବାସ ନିର୍ମାଣ କରାଯିବ। ଜମି ଚିହ୍ନଟ ପାଇଁ ଉନ୍ନୟନ ପ୍ରଶାସକଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସେ କହିଲେ କର୍କଟ ଏବଂ ହୃଦରୋଗ ଆଦି ଜଟିଳ ରୋଗରେ ଆକ୍ରାନ୍ତ ସେବାୟତଙ୍କ ଚିକିତ୍ସା ସହାୟତା ପାଇଁ ୫୦ ଲକ୍ଷ ଟଙ୍କା ବଜେଟ୍‍ରେ ରଖାଯିବ।
ଠାକୁରଙ୍କ ସମସ୍ତ ଖର୍ଚ୍ଚ ଭରଣା ପାଇଁ ଦାନ ଯୋଜନାକୁ ଅଧିକ ସକ୍ରିୟ ଏବଂ ସରଳ କରାଯିବ। ମାର୍କେଟ କ​‌େ​‌ମ୍ପ୍ଲକ୍ସ ନିର୍ମାଣ କରାଯାଇ ଘରଭଡା ଆଦାୟ କରାଯିବ। ସ୍ଥାୟୀଜମା ଏବଂ କର୍ପସ ପାଣ୍ଠି ପରିମାଣ ୬୫୦ କୋଟିରୁ ୧୦୦୦ କୋଟିକୁ ବୃଦ୍ଧିପାଇଁ ଉଦ୍ୟମ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ସବ୍‍କମିଟି ବୈଠକ ବୁଧବାର ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପ୍ରଶାସକ ସେଥିରେ ଅଧ୍ୟକ୍ଷତା କରିଥିଲେ। ଆୟ ବିଭାଗରେ ସରକାରୀ ଅନୁଦାନ, ଖଣି ରାଜସ୍ୱ, ବ୍ୟାଙ୍କ ସୁଧ, ଭକ୍ତଙ୍କ ଦାନ ଏବଂ ଜମିବିକ୍ରି ରାଜସ୍ୱକୁ ଗୁରୁତ୍ୱ ଦିଆଯାଇଛି। ଜିଲାପାଳ ସମର୍ଥ ବର୍ମା, ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା, ପ୍ରଶାସକ(ନୀତି) ଜିତେନ୍ଦ୍ର କୁମାର ସାହୁ, ପୂର୍ବତନ ପ୍ରଶାସକ ମହିମୋହନ ତ୍ରିପାଠୀ, ପରିଚାଳନା କମିଟି ସଭ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories