www.samajalive.in
Monday, December 15, 2025
15.1 C
Bhubaneswar

ଏପ୍ରିଲରୁ ରବିବାର ସ୍କୁଲ ପଢ଼ା ବନ୍ଦ

ଭୁବନେଶ୍ବର: ଆସନ୍ତା ଏପ୍ରିଲ ପହିଲାଠାରୁ ରବିବାର ପାଠପଢା ବିଦ୍ୟାଳୟରେ ବନ୍ଦ ରହିବ। ଏବେ ଦଶମ ଓ ଦ୍ବାଦଶ(+୨) ଛାତ୍ରଛାତ୍ରୀଙ୍କର ରବିବାର ପାଠ ପଢାଯାଉଛି। ଆସନ୍ତା ମାସରୁ ଏହାକୁ ବନ୍ଦ ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ସୂଚନା ଦେଇଛନ୍ତି। ଏନେଇ ବିଭାଗର ଅତିରିକ୍ତ ଶାସନ ସଚିବ ଡ.ପ୍ରତାପ କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧ୍ୟକ୍ଷ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସଭାପତିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।
ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଦଶମ ଓ ଦ୍ବାଦଶ ବିଦ୍ୟାର୍ଥୀଙ୍କର ଏପ୍ରିଲ ପହିଲାରୁ ରିଭିଜନ୍ କ୍ଲାସ ଆରମ୍ଭ କରାଯିବ। ଚଳିତ ମାସ ଶେଷ ସୁଦ୍ଧା ସ୍କୁଲରେ ସବୁ ପାଠପଢା ଶେଷ ହେବ। ଏପ୍ରିଲଠାରୁ ରବିବାର ପାଠପଢାର ଆବଶ୍ୟକତା ନାହିଁ। ପିଲାମାନେ ବିଶେଷ କରି ଘରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ।
ସୂଚନାଯୋଗ୍ୟ ଜାନୁଆରୀ ୮ରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଥିଲା। ଶହେ ଦିନରେ ପାଠପଢା ସାରିବାକୁ ରବିବାର ସ୍କୁଲ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଥିଲା। ରାଜ୍ୟର ପ୍ରାୟ ୮ ହଜାର ଉଚ୍ଚ ବିଦ୍ୟାଳୟ ଓ ୨୦୩୨ କନିଷ୍ଠ ମହାବିଦ୍ୟାଳୟରେ ରବିବାର ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଠପଢା ଯାଉଛି। ମେ’ ୩ରୁ ମାଟ୍ରିକ୍‌ ଓ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories