www.samajalive.in
Monday, December 15, 2025
24.1 C
Bhubaneswar

ଆଉ ନାହାନ୍ତି ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ, ୫୪ ବର୍ଷ ବୟସରେ ହୃଦଘାତରେ ପରଲୋକ

ଦୁବାଇ:ଫିଲ୍ମପ୍ରେମୀଙ୍କ ପାଇଁ ଦୁଃଖ ଖବର । ପ୍ରଖ୍ୟାତ ଅଭିନେତ୍ରୀ ତଥା ଲାସ୍ୟମୟୀ ନାୟିକା ଶ୍ରୀଦେବୀ ଆଉ ନାହାନ୍ତି । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ୟୁଏଇରେ ତାଙ୍କର ମୃତ୍ୟୁ ହୋଇଥିବା ଶ୍ରୀଦେବୀଙ୍କ ସମ୍ପର୍କୀୟ ସଂଜୟ କାପୁର ଗଣମାଧ୍ୟମକୁ ଜଣାଇଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ, ସ୍ୱାମୀ ବୋନି କାପୁର ଓ ଝିଅ ଖୁସିଙ୍କ ସହ ସେ ଏକ ବିବାହ ଭୋଜିରେ ଯୋଗ ଦେବା ଲାଗି ୟୁଏଇ ଯାଇଥିଲେ ।

ସବୁ କିଛି ଠିକଠାକ ଥିଲା । ଶନିବାର ରାତିରେ ହଠାତ ସେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ଚିକିତ୍ସାଲାଗି ନିକଟରେ ଥିବା ଏକ ହସିପିଟାଲରେ ଭର୍ତି କରିଥିଲେ । ଚିକିତ୍ସା ସମୟରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ଶ୍ରୀଦେବୀଙ୍କୁ ୫୪ବର୍ଷ ବୟସ ହୋଇଥିଲା । ରାତି ପ୍ରାୟ ୧୧ରୁ ସାଢ଼େ ୧୧ ଭିତରେ ତାଙ୍କର ମୃତ୍ୟୁ ହୋଇଥିବା ସଂଜୟ ଜଣାଇଛନ୍ତି । ଚଳଚିତ୍ର ଜଗତରେ ସେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କ ବିୟୋଗରେ ସମଗ୍ର ଚଳଚ୍ଚିତ୍ର ଜଗତରେ ଶେକର ଛାୟା ଖେଳି ଯାଇଛି।

- Advertisement -

ଶ୍ରୀ ଆମ୍ମା ୟାଙ୍ଗର ଆୟପ୍ପାନ ନାମରେ ପରିଚିତ ଏହି ଅଭିନେତ୍ରୀ ଫିଲ୍ମ ଜଗତରେ ଶ୍ରୀଦେବୀ ନାମରେ ପ୍ରସିଦ୍ଧ ଥିଲେ । ୧୩ ଅଗଷ୍ଟ ୧୯୬୩ରେ ସେ ତାମିଲନାଡୁରେ ଜନ୍ଳ ଗ୍ରହଣ କରିଥିଲେ । ହିନ୍ଦୀ ଫିଲ୍ମରେ ଅଭିନୟ ଆରମ୍ଭ କରିବା ପୂର୍ବରୁ ସେ ତାମିଲ,ତେଲୁଗୁ,ମାଲୟାଲମ ଏବଂ କନ୍ନଡ ଫିଲ୍ମରେ ଅଭିନୟ କରିଥିଲେ ।

୧୯୭୫ରେ ‘ଜୁଲି’ ଫିଲ୍ମରେ ଏକ ଶିଶୁ କଳାକାର ଭାବେ ସେ ବଳିଉଡରେ ପାଦ ଦେଇ ଥିଲେ । ୧୯୭୬ରେ ମାତ୍ର ୧୩ ବର୍ଷ ବୟସରେ ସେ ତାମିଲ ଫିଲ୍ମ ‘ମୁନ୍ଦାରୁ ମୁଦିଚୁ’ରେ ନାୟିକା ଭାବେ ଅଭିନୟ କରିଥିଲେ । ୧୯୭୯ରେ ’ଶୋଲୱା ସାଲ’ ମାଧ୍ୟମରେ ସେ ହିନ୍ଦୀ ଫିଲ୍ମରେ ନାୟିକା ଭାବେ ପାଦ ଥାପି ଥିଲେ। ଅଶୀ ଦଶକକୁ ଶ୍ରୀଦେବୀଙ୍କ ଦଶକ କୁହାଯାଉଥିଲା। ତାଙ୍କୁ ହିନ୍ଦୀ ଫିଲ୍ମର ପ୍ରଥମ ଫିମେଲ ସୁପରଷ୍ଟାର ମଧ୍ୟ କୁହାଯାଉଥିଲା।

ଜିତେନ୍ଦ୍ରଙ୍କ ସହିତ ତାଙ୍କର ଗୋଟିଏ ପରେ ଗୋଟିଏ, ଫିଲ୍ମ ହିମ୍ମତୱାଲା, ତୋଫା, ଜଷ୍ଟିସ ଚୌଧୁରୀ,ମୱାଲୀ ଆଦି ସୁପର ହିଟ ହୋଇଥିଲା।

ଶ୍ରୀଦେବୀଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ମଧ୍ୟରେ ରହିଛି ସଦମା,ଚାନ୍ଦିନୀ, ହିମ୍ମତୱାଲା, ଚାଲବାଜ୍, ମିଷ୍ଟର ଇଣ୍ଡିଆ, ନାଗିନ,ଗୁମରାହ ଇତ୍ୟାଦି । ସେହିପରି ୧୯୯୭ରେ ‘ଜୁଦାଇ’ରେ କାମ କରିବାର ୧୫ ବର୍ଷ ଧରି ସେ ବିଶ୍ରାମ ନେଇଥିଲେ । ୨୦୧୩ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

୨୦୧୨ରେ ସେ ’ଇଂଲିସ ଭିଂଲିସ’ ଫିଳ୍ମରେ ପୁଣିଥରେ ନଜରକୁ ଆସିଥିଲେ ଶ୍ରୀଦେବୀ । ୨୦୧୭ରେ ତାଙ୍କର ଶେଷ ଚଳଚିତ୍ର ଥିଲା ’ମମ୍’ । ଯେଉଁଥିରେ ଶ୍ରୀଦେବୀଙ୍କ ଅଭିନୟ ଆଉ ଏକ ନିଆରା ପରିଚୟ ସୃଷ୍ଟି କରି ପାରିଥିଲା । ଏହା ଥିଲା ତାଙ୍କର ୩୦୦ ତମ ଫିଲ୍ମ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories