www.samajalive.in
Saturday, December 6, 2025
16.1 C
Bhubaneswar

ହଠାତ୍ ଲୋକଙ୍କ ଭିଡ ଉପରେ ମାଡିଗଲା ରେସିଂ କାର୍, ଆଉ ତା ପରେ….

ନୂଆଦିଲ୍ଲୀ:ଏମିତି ବି ଆସେ ମୃତ୍ୟୁ । କାର ରେସିଂ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା। ରେସିଂ କାର୍ ଟି ଟ୍ରାକରେ ଆଖି ପିଛୁଳାକେ ଦୌଡୁଥିବାବେଳେ ଲୋକଙ୍କ କରତାଳିରେ ସମଗ୍ର ଅଞ୍ଚଳ ଫାଟି ପଡୁଥିଲା। ହେଲେ ହଠାତ୍ ରେସିଂ କାରଟି ଲୋକଙ୍କ ଉପରେ ମାଡିଯାଇଛି। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଶ୍ରୀଲଙ୍କାର କଲୋମ୍ବୋରେ।  ସେଠାରେ ଫକ୍ସ ହିଲ୍ ସୁପର କ୍ରସ୍ ୨୦୨୪ ଆୟୋଜିତ ହେଉଥିବାବେଳେ ଏହି ଅଘଟଣ ଘଟିଥିଲା। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୮ ବର୍ଷର ଶିଶୁ ସମେତ କିଛି ଅଧିକାରୀ ଥିବା ଜଣାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories