ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇରେ ମର୍ମନ୍ତୁଦ ଦୁର୍ଘଟଣା। ଗଛରେ ପିଟି ହୋଇ ବୋଲେରୋ ଓଲଟି ପଡିଛି। ଏବଂ ଦୁର୍ଘଟଣାରେ ବୋଲେରୋ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ମୃତକ ମହୁଲଡିଆ ଗାଁର ମୁରଲୀ ଧର ସାହୁ ବୋଲି ସୂଚନା ମିଳିଛି। ରବିବାର ବିଳମ୍ବିତ ରାତିରେ ମୁରଲୀ ବଣେଇ ଚୈତ୍ର ମେଳା ଦେଖି ଫେରୁଥିବାବେଳେ ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି ହୋଇଯାଇଥିଲା। ଫଳରେ ମୁରଲୀ ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ। ପରେ କିଛି ସ୍ଥାନୀୟ ଲୋକ ମୁରଲୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



