www.samajalive.in
Monday, December 15, 2025
27.1 C
Bhubaneswar

ପିଲାଙ୍କୁ ଫୋନ୍‌‌ ଦେବା ପୂର୍ବରୁ ସାବଧାନ! ଏହି ଉପାୟ ଆପଣାନ୍ତୁ ୟୁଟ୍ୟୁବରେ ଦେଖିବେନି ଖରାପ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ଯୁଗରେ ୟୁଟ୍ୟୁବ ପାଇଁ ସମସ୍ତେ ପାଗଳ। ମନୋରଞ୍ଜନ ପାଇଁ ଏହି ଆପ୍‌‌ ଏକ ପ୍ରମୁଖ ମାଧ୍ୟମ ସାଜିଛି। କାରଣ ନିଜର ପସନ୍ଦ ଅନୁଯାୟୀ ଅନେକ ପ୍ରକାରର ବିଷୟବସ୍ତୁ ଉପରେ ଖୁବ ସହଜରେ ଭିଡ଼ିଓ ୟୁଟ୍ୟୁବରେ ଉପଲବ୍ଧ ହେଉଛି। ତେଣୁ ଏହି ଆପ୍‌‌ କୁ ଯୁବପୀଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ଏବଂ ଛୋଟପିଲା ମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି। ଆମ ଦେଶରେ କୋଟି କୋଟି ଲୋକ ପ୍ରତ୍ୟେକ ଦିନ ୟୁଟ୍ୟୁବ ବ୍ୟବହାର କରୁଛନ୍ତି। କେହି କେହି ପୁରୁଣା ଗୀତ, ଫିଲ୍ମର ଭିଡ଼ିଓ ଏବଂ ପିଲାମାନେ ମଜାଳିଆ ଭିଡ଼ିଓ ଦେଖି ଖୁସି ହୋଇଥାନ୍ତି। କିନ୍ତୁ ଏହି ସମୟରେ ଅନେକ ଲୋକମାନେ ୟୁଟ୍ୟୁବରେ ବିଭିନ୍ନ ପ୍ରକାର ସର୍ଚ୍ଚ କରିଥାନ୍ତି। ଯେଉଁଥିପାଇଁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ଅନେକ ଥର ଆପଣଙ୍କ ସର୍ଚ୍ଚ ଫିଡରେ କିଛି ଖରାପ ଭିଡ଼ିଓ ଦେଖାଯାଏ। ଯେଉଁ କାରଣରୁ ଆପଣ ନିଜ ପିଲାମାନଙ୍କୁ କିମ୍ବା ପରିବାର ସଦସ୍ୟଙ୍କୁ ଫୋନ୍‌‌ ଦେବାରେ କୁଣ୍ଠାବୋଧ କରନ୍ତି। ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହି ଉପାୟ ଆପଣାନ୍ତୁ।

ଏଥିପାଇଁ ସର୍ବପ୍ରଥମେ ନିଜ ମୋବାଇଲରେ ଥିବା ୟୁଟ୍ୟୁବ ଆପକୁ ଯାଇ ପ୍ରୋଫାଇଲକୁ ଯାଇ ସେଟିଙ୍ଗ୍‌‌ ଅପସନକୁ ଯାଆନ୍ତୁ। ଏହାପରେ ସାଧାରଣ ସେଟିଂ ସମୂହ ଉପରେ କ୍ଲିକ୍‌‌ କରନ୍ତୁ। ଟିକେ ସ୍କ୍ରୋଲ୍‌‌ କରିବା ପରେ ଆପଣ ପାଇବେ ପ୍ରତିବନ୍ଧିତ ମୋଡ୍‌‌ (Restricted Mode)। ଏହା ସାମ୍ନାରେ ଥିବା ବଟନ୍‌‌ ଟର୍ଣ୍ଣ ଅନ୍‌‌ କରନ୍ତୁ। ଏହି ସେଟିଂ ଟର୍ଣ୍ଣ କରିଲେ ଖରାପ ଭିଡ଼ିଓ ଗୁଡିକ ଆପଣଙ୍କ ୟୁଟ୍ୟୁବ ଫିଡରେ ଦେଖାଯିବା ବା ସୋ କରିବା ବନ୍ଦ ହେବ। ଏହାପରେ ଆପଣ ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ ହୋଇ ପିଲାଙ୍କୁ ମୋବାଇଲ ଦେଇପାରିବେ।
ୟୁଟ୍ୟୁବରେ ଆମେ ଅନେକ କିଛି ଭିଡ଼ିଓ ଦେଖିଥାଉ କିନ୍ତୁ କିଛି ଭାଷା ବୁଝିବା କଷ୍ଟକର ହୋଇଥାଏ। ଏଭଳି ସ୍ଥିତିରେ ଆପଣ ୟୁଟ୍ୟୁବରେ ସବ୍‌‌ ଟାଇଟେଲ ଅଫସନ୍‌‌ ଅନ୍‌‌ କରି ନିଜ ଭାଷାରେ ଭିଡ଼ିଓ ଦେଖିପାରିବେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories