www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ସୁପ୍ରିମକୋର୍ଟରେ ମୋକିମଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ପି.ଏସ. ନରସିହ୍ମା ପୀଠରେ ସୋମବାର ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କ ଆବେଦନର ଶୁଣାଣି ଧାର୍ଯ୍ୟ ହୋଇଛି। ଗତ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି ବେଳେ ନ୍ୟାୟାଳୟ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି ପ୍ରଦାନ କରି ଅପ୍ରେଲ ୨୬ ପର୍ଯ୍ୟନ୍ତ ଆତ୍ମସମର୍ପଣ ଉପରେ ରୋକ ଲଗାଇଥିଲେ। ୨୦୦୫ ରୁରାଲ ହାଉସିଂ ଦୁର୍ନୀତି ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନସ ଅଦାଲତ ମେଟ୍ରୋ ବିଲଡର୍ସ ପ୍ରାଇଭେଟ ଲିମିଟେଡ଼ର ତତ୍କାଳନୀ ପରିଚାଳନା ନିର୍ଦେଶକ ମହମ୍ମଦ ମୋକିମଙ୍କୁ ଦେଇଥିବା ୩ ବର୍ଷ ଦଣ୍ଡାଦେଶକୁ ଚଳିତ ଅପ୍ରେଲ ୧୦ରେ ଓଡ଼ିଶା ହାଇକୋର୍ଟ କାଏମ ରଖିଥିଲେ। ଯାହାଦ୍ୱାରା ୨୦୨୪ ନିର୍ବାଚନରେ କଟକ-ବାରବାଟୀ ବିଧାନସଭା କ୍ଷେତ୍ରରୁ ଶ୍ରୀ ମୋକିମଙ୍କ ନିର୍ବାଚନ ଲଢ଼ିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି ସହ ଦଣ୍ଡାଦେଶ ଉପରେ ନିଲମ୍ବନ ଆଦେଶ ଜାରି, ମାମଲାର ବିଚାର ସମ୍ପୂର୍ଣ୍ଣ ପର୍ଯ୍ୟନ୍ତ ଜାମିନ ପ୍ରଦାନ ଏବଂ ଜୋରିମନା ରାଶି ଆଦାୟ ଉପରେ ରୋକ ଲଗାଇବା ପାଇଁ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଆଜି (ସୋମବାର)ଶୁଣାଣିରେ ମହମ୍ମଦ ମୋକିମଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାୟ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ଜାରି ହେଲେ ୨୦୨୪ ନିର୍ବାଚନରେ ମୋକିମ ଲଢ଼ିବା ନେଇ ବାଧା ରହିବ ନାହିଁ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories