୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ମାଡ଼ି ବସିଲା ଭିଜିଲାନ୍ସ, ଧରାପଡ଼ିଲେ ସେକସନ ଅଫିସର

ଭୁବନେଶ୍ବର: ଲାଞ୍ଚ ନେଇ ଧରାପଡ଼ିଲେ ସେକସନ ଅଫିସର। ଖାଦ୍ୟ ସୁରକ୍ଷା ଅୟୋଗ କାର୍ଯ୍ୟାଳୟର ସେକସନ ଅଫିସର ଗିରିଜା ଦାଶ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ମାଡ଼ି ବସିଲା ଭିଜିଲାନ୍ସ। ମେଡ଼ିସିନ ଷ୍ଟୋର ଫାର୍ମାସିଷ୍ଟଙ୍କ ନାମ ବଦଳାଇବା ପାଇଁ ଲାଞ୍ଚ ନେଇଥିଲେ। ଡ୍ରଗ୍ସ କ​‌େ​‌ଣ୍ଟ୍ରାଲର ଅଫିସ୍‌ର ଷ୍ଟାଫଙ୍କୁ ପ୍ରଭାବିତ କରି ବଦଳାଇବେ କହିଥିଲେ। ଲାଞ୍ଚ ନେଇ ଧରାପଡ଼ିବା ପରେ ଗିରିଜାଙ୍କ ୨ଟି ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି।

prayash

ଔଷଧ ଦୋକାନୀଙ୍କ ଦୋକାନର ଫାର୍ମାସିଷ୍ଟଙ୍କ ନାମ ବଦଳାଇବା ପାଇଁ ସେକ୍ସନ ଅଫିସର ଗିରିଜା ଶଙ୍କର ଦାଶ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଭୁବନେଶ୍ୱର ସ୍ଥିତ ଡ୍ରଗ୍ସ କଣ୍ଟ୍ରୋଲର ଅଫିସ୍‌ର ଜଣେ ଷ୍ଟାଫଙ୍କୁ ଧରି ସେ କାମ କରାଇ ଦେବେ ବୋଲି କହି ଔଷଧ ଦୋକାନୀଙ୍କୁ ଲାଞ୍ଚ ମାଗିଥିଲେ। ପୂର୍ବରୁ ସେକ୍ସନ ଅଫିସର ଗିରିଜା ଶଙ୍କର ଦାଶ ସେଠାରେ ନିଯୁକ୍ତି ପାଇଥିଲେ।

ଏ ନେଇ ଔଷଧ ଦୋକାନୀ ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଯୋଜନା ଅନୁଯାୟୀ ଆଜି ଅଭିଯୋଗକାରୀ ସେକ୍ସନ ଅଫିସର ଗିରିଜା ଶଙ୍କର ଦାଶଙ୍କୁ ଟଙ୍କା ଦେଇଥିଲା। ଆଉ ସେ ଟଙ୍କା ନେବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ।

kalyan agarbati

Comments are closed.