ଗାଁରେ ମନ ଇଚ୍ଛା ବାଡ଼ ବାନ୍ଧିଲେ କଠୋର କାର୍ଯ୍ୟାନୁଷ୍ଠାନ: ଏସ୍ଆରସି

କଣ୍ଟେନମେଣ୍ଟ ଜୋନ ଭିନ୍ନ ସବୁଠୁ ହୋଇ ପାରିବ ଅର୍ଥନୈତିକ କାର୍ଯ୍ୟ

ଭୁବନେଶ୍ବର: କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ସବୁଠି ଅର୍ଥନୈତିକ କାର୍ଯ୍ୟ ଚାଲିବାରେ କୌଣସି ପ୍ରତିବନ୍ଧକ ନାହିଁ । ରାଜ୍ୟ ସରକାର କୃଷି ଶିଳ୍ପ, କ୍ଷୁଦ୍ର ଶିଳ୍ପ ଓ ନିର୍ମାଣ କାର୍ଯ୍ୟକୁ ଅନୁମତି  ଅନୁମତି ଦେଇଛନ୍ତି । ଅବଶ୍ୟ ରେଡ୍‌ ଜୋନର ସହରାଞ୍ଚଳରେ ନିର୍ମାଣ କାମ ଉପରେ କିଛି କଟକଣା ଅଛି । କିନ୍ତୁ ଗ୍ରୀନ୍ ଓ ଅରେଞ୍ଜ ଜୋନରେ ସେପରି କିଛି କଟକଣା ନାହିଁ । ଅନ୍ୟପ୪ରେ ଗ୍ରୀନ୍‌ ଜୋନ ମଧ୍ୟରେ ବସ ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି। ଶ୍ରମିକମାନଙ୍କ ଯା’ଆସ ସୁବିଧା ପାଇଁ ବସ ଚଳାଚଳକୁ ଅନୁମତି ମିଳିଛି । ତେଣୁ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟ ଚାଲୁ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ।

ରେଡ୍ ଜୋନରେ ଥିବା ଗ୍ରାମାଞ୍ଚଳରେ ଅର୍ଥନୈତିକ ଗତିବିଧି ଆରମ୍ଭ କରିବା ପାଇଁ  ସରକାରୀ ସ୍ତରରେ ଉଦ୍ୟମ ହେଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ସ୍ୱାଭାବିକ ଭାବେ କାମ ଆରମ୍ଭ ହୋଇ ପାରୁନାହିଁ ।  କାରଣ ରାଜ୍ୟର ଗ୍ରାମାଞ୍ଚଳରେ ବେଆଇନ ଭାବେ ବ୍ୟାରିକେଡ ନିର୍ମାଣ । କରୋନା ଭୟରେ ଗ୍ରାମାଞ୍ଚଳରେ ଲୋକେ ମନଇଛା ବାଡ଼ ବାନ୍ଧୁଛନ୍ତି ଏବଂ ଗାଁ ଭିତରକୁ କାହାକୁ ବି ଯିବା ଆସିବା ପାଇଁ ବାଧା ଦେଉଛନ୍ତି।  ଏହା ସମ୍ପୂର୍ଣ୍ଣ ବେଆଇନ । ବ୍ୟାରିକେଡ ଲଗାଇ ଶ୍ରମିକଙ୍କ ଯା’ଆସ ରୋକିବା ଠିକ ନୁହେଁ । ଗୋଟିଏ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଲାକୁ ଶ୍ରମିକମାନେ ଯା’ଆସ କରିପାରିବେ। ତେବେ ଠିକାଦାରମାନେ ନିର୍ଦ୍ଦିଷ୍ଟ ଗାଡ଼ି କରି ଶ୍ରମିକମାନଙ୍କୁ ନେଇପାରିବେ । ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳମାନେ ଶ୍ରମିକଙ୍କ ପାଇଁ ଗାଡ଼ି ଯୋଗାଇ ଦେବେ । ଶ୍ରମିକମାନଙ୍କ ଯା’ଆସରେ ବାଧା ସୃଷ୍ଟି କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଦୁଇ ରାଜ୍ୟ ସହମତିରେ ବାହାର ରାଜ୍ୟରୁ କୁଶଳୀ ଶ୍ରମିକ ଅଣାଯାଇପାରିବ । କୃଷି କାର୍ଯ୍ୟ ପାଇଁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଶ୍ରମିକ ଯାଇପାରିବେ । ଖରିଫ ଫସଲ ପାଇଁ ସରକାରଙ୍କ ପାଖରେ ଯଥେଷ୍ଟ ସାର ମହଜୁଦ ଅଛି। ଶ୍ରମିକମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବାକୁ ଅନୁମତି ଦରକାର ନାହିଁ । ଏଥିପାଇଁ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଏଭଳି ବେଆଇନ ବ୍ୟାରିକେଡ କରନ୍ତୁ ନାହିଁ ବୋଲି ଆଜିର ପ୍ରେସ୍‌ ମିଟରେ ଏସ୍‌ଆରସି ପ୍ରଦୀପ ଜେନା କହିଛନ୍ତି ।

Comments are closed.