ଶ୍ରାବଣ ମାସର ପ୍ରତ୍ୟେକ ଶନିବାରର ଖୁବ ବିଶେଷତ୍ୱ ରହିଛି। ଜାଣନ୍ତୁ ଶ୍ରାବଣର ଶନିବାରରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ….
ଶ୍ରାବଣର ପ୍ରତ୍ୟେକ ଶନିବାର ଦିନ ଶନିଦେବଙ୍କ ସହ ପ୍ରଭୁ ମହେଶ୍ୱରଙ୍କୁ ପୂଜା କରିବା ଉଚିତ।
ଶନିବାର ଦିନ ସମ୍ପୂର୍ଣ୍ଣ ସାତ୍ତ୍ୱିକ ଖାଦ୍ୟ ଖାଇବା ସହ ଗୋଟିଏ ବେଳା ଉପବାସ ରଖିବା ଉଚିତ।
କଳା ରଙ୍ଗର ପୋଷାକ ବଦଳରେ ନୀଳ ରଙ୍ଗର ପୋଷାକ ଧାରଣ କରନ୍ତୁ।
ପ୍ରତ୍ୟେକ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ନିକଟରେ ଦୀପ ଲଗାଇବା ସହ ଏହାର ପରିକ୍ରମା କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
ସନ୍ଧ୍ୟା ସମୟରେ ସ୍ନାନ କରି ନୀଳ କିମ୍ବା ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।
ସୂର୍ଯ୍ୟାସ୍ତ ପରେ ଅଶ୍ୱତ୍ଥ ବୃକ୍ଷ ନିକଟରେ ସୋରିଷ ତେଲର ଦୀପ ଲଗାଇବା ସହ , ଏକ ଜଳ ପାତ୍ରରେ ରାଶି ପକାଇ ବୃକ୍ଷ ନିକଟରେ ଅର୍ପଣ କରନ୍ତୁ ଓ ପରିକ୍ରମା ମଧ୍ୟ କରନ୍ତୁ।
ଏହା ପରେ ବୃକ୍ଷ ନିକଟରେ ଶନିଙ୍କ ମନ୍ତ୍ର ଜପ କରନ୍ତୁ।
ନିର୍ଦ୍ଧନ ବ୍ୟକ୍ତିଙ୍କୁ ଦାନ ଦିଅନ୍ତୁ।
ଶ୍ରାବଣ ଶନିବାରରେ କରନ୍ତୁ ଏହି ଉପାୟ, ମିଳିବ ଶୁଭଫଳ
Popular Categories



