Patra electronics

ଶ୍ରାବଣର ଶେଷ ଶନିବାର; ବାସ୍‌ ଏହି ସରଳ ଉପାୟରେ ମିଳିବ ଶନିଙ୍କ କୃପା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବତା ସୂର୍ଯ୍ୟ ଭଗବାନଙ୍କ ପୁତ୍ର । ଶନିଙ୍କୁ ନ୍ୟାୟ ଦେବତା କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ ଶନିଙ୍କ ଶୁଭ ପ୍ରଭାବ ରହିଲେ ବ୍ୟକ୍ତି ରାଜା ହୋଇ ଯାଆନ୍ତି । ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ମାତ୍ର କୁପ୍ରଭାବ ପଡିଲେ ଜୀବନରେ ସମସ୍ୟା ଲାଗି ରହିଥାଏ।
ଶନିଙ୍କ ଶୁଭଫଳ ପାଇଁ ଶନିବାର ଦିନ କିଛି ବିଶେଷ ଉପାୟ କରାଯାଏ । ଶ୍ରାବଣର ଶେଷ ଶନିବାରକୁ ଖୁବ୍‌ ଖାସ୍‌ ବୋଲି ବର୍ଣ୍ଣନା କରାଯାଇଛି।
ଜାଣନ୍ତୁ ଶନିଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ଶ୍ରାବଣର ଶେଷ ଶନିବାରରେ କେଉଁ ଉପାୟ କରିବା ଦ୍ୱାରା ଶନିଦେବତା ପ୍ରସନ୍ନ ହୋଇ ଥାଆନ୍ତି ।

ରୁପା ବାସନରେ ଖାଇଲେ ଶରୀରକୁ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..


ଶନିବାର ଦିନ ଶନିଦେବତାଙ୍କୁ ତମ୍ବାର ପାତ୍ରରେ ସୋରିଷ ତେଲ ଓ କଳା ରାଶି ଅର୍ପଣ କରନ୍ତୁ । ଶନିଙ୍କ ସରଳ ମନ୍ତ୍ର ମଧ୍ୟ ଜପ କରନ୍ତୁ।

ଏହି ଉପାୟ କରିବା ଦ୍ୱାରା ଜାତକରେ ଥିବା ଶନିଙ୍କ କୁପ୍ରଭାବ ଦୂର ହୋଇଥାଏ । ବିଶେଷ କୃପା ମିଳିବା ସହ ଜୀବନରେ ଥିବା ସମସ୍ୟା, ଶନି ଦୋଷ ଦୂର ହୋଇଥାଏ।

ଘରକୁ ସର୍ବଦା ସଫାସୁତୁରା ରଖିଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇ ଶନିଙ୍କ ବିଶେଷ କୃପା ପ୍ରାପ୍ତି ହୁଏ ।

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଶନି କରିବେ ନକ୍ଷତ୍ର ପରିବର୍ତ୍ତନ : ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ବଢିବ ଧନ..

ମନକୁ ନକାରାତ୍ମକ ବିଚାର ଆସିନଥାଏ।

ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ଅସହାୟଙ୍କୁ ଭୋଜନ, ଆବଶ୍ୟକୀୟ ଜିନିଷ ଦାନ କରନ୍ତୁ । ଏପରି କରିବା ଦ୍ୱାରା ଶନିଦେବଙ୍କ କୃପା ମିଳିବା ସହ ଜୀବନରେ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ପୂଜା କରନ୍ତୁ । ଗାଈକୁ ଘାସ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଜାତକରେ ଶୁଭଫଳ ମିଳିଥାଏ।

Comments are closed.