www.samajalive.in
Saturday, December 6, 2025
23.1 C
Bhubaneswar

ପୋଲିସ ଛାଉଣୀରେ ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ, ପ୍ରଥମ ଦିନରେ ଭଙ୍ଗାଗଲା ୧୫ ଦୋକାନ ଓ ଘର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ସୁପ୍ରି କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅତାବିରା ତହସିଲଦାର ବ୍ରଜବନ୍ଧୁ ସାହୁଙ୍କ ତତ୍ତ୍ଵାବଧାନରେ ପୋଲିସ ଛାଉଣୀରେ ଗୋଡ଼ଭଗାଠାରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଏହି ଉଚ୍ଛେଦ ପ୍ରକ୍ରିୟା ଗୋଡ଼ଭଗାରୁ ଲୁହୁରାଚଟି ପର୍ଯ୍ୟନ୍ତ ଚାଲିବ। ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ୩୦ ମିଟର ଲେଖାଏଁ ମାପ କରାଯାଇ ଏହି ପରିସୀମା ଭିତରେ ଥିବା ଘର ତଥା ଦୋକାନଗୁଡ଼ିକୁ ଭଙ୍ଗାଯାଉଛି। ପ୍ରଥମ ଦିନରେ ଶୁକ୍ରବାର ୧୫ ଟି ଘର / ଦୋକାନ  ଭଙ୍ଗାଯାଇଛି । ଏହାକୁ ନେଇ  ଜଣ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ଉଚ୍ଛେଦ ପ୍ରକ୍ରିୟା ପାଇଁ  ଜବରଦଖଲକାରୀଙ୍କୁ ପୂର୍ବରୁ ନୋଟିସ କରାଯାଇଥିଲା । ଏହାକୁ ଭିତ୍ତିକରି ଗତ ୧୪ ଅଗଷ୍ଟରେ ଅତାବିରା ତହସିଲଦାରଙ୍କୁ  ନିବେଦନ କରି ଦୁଇମାସ ସମୟ ମାଗିଥିଲେ ସ୍ଥାନୀୟ ଲୋକେ । ଆସନ୍ତା ଦୁଇମାସ ଭିତରେ ଗଣପର୍ବ ନୂଆଖାଇ ଓ ଆଶ୍ୱିନ  ନବରାତ୍ର ଦୁର୍ଗାପୂଜା  ରହୁଛି, ଯାହା ଏକ ମୁଖ୍ୟ ଓ ଅନନ୍ୟ ପର୍ବ । ତେଣୁ ଦୁଇମାସ ପରେ ଏହି ଉଚ୍ଛେଦ ପ୍ରକ୍ରିୟା  କରାଯିବା ପାଇଁ   ନିବେଦନ କରିଥିଲେ । କିନ୍ତୁ ଆଜି ହଠାତ୍ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିବାରୁ ତହସିଲଦାର ମଧ୍ୟ ଏହାକୁ ରୋକି ପାରି ନ ଥିଲେ । ଏହି ଉଚ୍ଛେଦ ପ୍ରକ୍ରିୟା ବେଳେ ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଥାନା ଅଧିକାରୀ ସୁକୁମାର ତ୍ରିପାଠୀ, ଗୋଡଭଗା ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ପୁରୋହିତ, ଏନ୍ଏଚ୍ଏଆଇ କର୍ମଚାରୀ ଓ ଏପିଆର୍ ଫୋର୍ସ ଉପସ୍ଥିତ ରହିଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories