ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ବଲାଙ୍ଗୀର: ୧୦୮ ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକ ମୃତ। ସମ୍ବଲପୁର ରାସ୍ତାର ଏନଏଚ୍ ୨୬ ଫାସଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକାମାନେ ରାସ୍ତାରୋକ କରିଛନ୍ତି। ଆମ୍ବୁଲାନ୍ସଟି ରୋଗୀ ଛାଡି ଫେରିବା ବେଳେ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଫେରାର ହୋଇଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Comments are closed.