www.samajalive.in
Friday, December 5, 2025
27.1 C
Bhubaneswar

ଜନସମର୍ଥନ ଦେଖି ଭାବବିହ୍ବଳ ହୋଇପଡ଼ିଲେ କଲକାତା ପୀଡ଼ିତାଙ୍କ ବାପା, କହିଲେ ଏମିତି…

ସମାଜ ଡିଜିଟାଲ ଡେସ୍କ: ‘ମୁଁ ମୋର ଗୋଟିଏ ଝିଅ ହରାଇଥାଇପାରେ, କିନ୍ତୁ ତା’ ବଦଳରେ ଲକ୍ଷ ଲକ୍ଷ ଝିଅ ପାଇଲି’। କଲକାତା ଆର.ଜି. କର ମେଡିକାଲରେ ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିବା ଶିକ୍ଷାନବିସ ଡାକ୍ତରଙ୍କ ବାପା ଭାବବିହ୍ବଳ ହୋଇ ଏପରି କହିଛନ୍ତି। ତାଙ୍କ ଝିଅକୁ ନ୍ୟାୟ ଦେବା ଲାଗି ସାରା ଦେଶ ଏକ ହୋଇଯାଇଛି। ସବୁଠି ଡାକ୍ତରଖାନାରେ ଡାକ୍ତର ଏବଂ ସେବିକାମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ପୀଡ଼ିତାଙ୍କୁ ନ୍ୟାୟ ଦାବି କରିଛନ୍ତି। ପୀଡ଼ିତାଙ୍କ ପ୍ରତି ଏଭଳି ଜନସମର୍ଥନ ଦେଖି ତାଙ୍କ ବାପାଙ୍କ ଆଖିରୁ ଖୁସିର ଲୁହ ଝରିପଡ଼ିଛି। ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବା ସମୟରେ ସେ କହିଥିଲେ, ମୁଁ ମୋର ଗୋଟିଏ ଝିଅକୁ ହରାଇଥାଇପା​‌ରେ, କିନ୍ତୁ ମୋତେ ଆଜି ଲକ୍ଷ ଲକ୍ଷ ଝିଅ ମିଳିଛନ୍ତି।

ଏହା ସହିତ ସେ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରି ତାଙ୍କ ଝିଅର ନାଁ ନ ନେବାକୁ କହିଛନ୍ତି। ପୀଡ଼ିତା ଝିଅର ମୃତଶରୀରର ଫଟୋଚିତ୍ରକୁ ସର୍ବସମ୍ମୁଖରେ ପ୍ରକାଶ ନ କରିବାକୁ ହାତଯୋଡ଼ି ନିବେଦନ କରିଛନ୍ତି। ଅନ୍ୟପଟେ ପୀଡ଼ିତାଙ୍କ ମା’ ପୁଲିସ ବିରୋଧୀରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଘଟଣା ପରଦିନ ପୂର୍ବାହ୍ନ ୧୦ଟା ୫୩ରେ ଡାକ୍ତରଖାନା ତରଫରୁ ଆମକୁ ଫୋନ ଆସିଥିଲା। ଡାକ୍ତରଖାନାର ସହକାରୀ ଅଧୀକ୍ଷକ ଝିଅ ଆତ୍ମହତ୍ୟା କରିଛି ବୋଲି କହିଲେ। ଆମେ ଡାକ୍ତରଖାନାରେ ପହଞ୍ଚିଲୁ, କିନ୍ତୁ ଆମକୁ ମୃତଦେହ ଦେଖାଇ ନ ଥିଲେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories