www.samajalive.in
Monday, December 15, 2025
24.1 C
Bhubaneswar

କ୍ରିକେଟ୍‍ ଭଳି କ୍ରୀଡ଼ାକୁ ଘରେ ରହି ଅଭ୍ୟାସ କରିବା କଷ୍ଟକର:ସ୍ବାଗତିକା

ଭୁବନେଶ୍ୱର: କରୋନା ମହାମାରୀକୁ ଆମେ ଯେତିକି ହାଲ୍‍କା ଭାବେ ନେଉଛୁ ତାହା ସେତିକି ସହଜ ନୁହେଁ। କରୋନା ଭଳି ମହାମାରୀକୁ ଦୂର କରିବାନେଇ ଚିକିତ୍ସା ବିଜ୍ଞାନ ଏ ପର୍ଯ୍ୟନ୍ତ ସକ୍ଷମ ହୋଇନଥିବାବେଳେ ସାମାଜିକ ଦୂରତ୍ୱ ଓ ସଚେତନତା ହିଁ ବ୍ରହ୍ମୋତ୍ସ ବୋଲି କୁହାଯାଇପାରିବ। କରୋନାକୁ ଦୂର କରିବା ନେଇ ସାରା ଦେଶରେ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ପରେ ଅନ୍‍ଲକ୍‍-୧ ଲାଗୁ କରାଯାଇଛି। ଲୋକମାନେ କରୋନା କଟକଣାକୁ ମାନିବା ସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି ଅନ୍ତର୍ଜାତୀୟ ମହିଳା କ୍ରିକେଟର ସ୍ୱାଗତିକା ରଥ।
କରୋନା ମହାମାରୀକୁ ନେଇ ସ୍ୱାଗତିକା କହିଛନ୍ତି ଯେ କରୋନା ଭଳି ଭୂତାଣୁ ବିରୋଧରେ ବିଜୟ ନେଇ ଆମକୁ ପ୍ରଥମେ ସଚେତନ ହେବା ଆବଶ୍ୟକ। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କରୋନା କଟକଣା ଆମେ ସମସ୍ତେ ମାନିବା ଉଚିତ। ମୁହଁରେ ମାସ୍କ ପିନ୍ଧିବା ସହିତ ସଚେତନ ଓ ସାମାଜିକ ଦୂରତ୍ୱ ବଜାୟ ରଖିଲେ କରୋନାକୁ ଜିତି ପାରିବା।
କ୍ରିକେଟ୍‍ ଭଳି କ୍ରୀଡ଼ାକୁ ଘରେ ରହି ଅଭ୍ୟାସ କରିବା କଷ୍ଟକର। ତଥାପି ଯଥା ସମ୍ଭବ ଘରେ ବ୍ୟାଟିଂ ଓ ବୋଲିଂକୁ ବଜାୟ ରଖିବାକୁ ପଡୁଛି। ସବୁଠାରୁ ଆହ୍ୱାନ ସୃଷ୍ଟି କରିଛି ଶାରୀରିକ ସୁସ୍ଥତାକୁ ବଜାୟ ରଖିବ। ପ୍ରତିଦିନ ଘରେ ଯଥା ସମ୍ଭବ ଶାରୀରିକ ଅଭ୍ୟାସ ବଜାର ରଖିବାକୁ ପଡ଼ିବ। ଶାରୀରିକ ସୁସ୍ଥତା ନେଇ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଶାରୀରିକ ଅଭ୍ୟାସ କରୁଛି। ଘରେ ମଧ୍ୟ ଅନେକ ଶାରୀରିକ ଅଭ୍ୟାସ କରିହେବ। ଖେଳାଳିମାନେ ଏହାର ସୁଯୋଗ ନେବା ଆବଶ୍ୟକ ବୋଲି ସ୍ୱାଗତିକା କହିଛନ୍ତି।


ଭଦ୍ରକ ଜିଲା ବଡ଼ ଟିକିରି ଗ୍ରାମର ବିଜୟ କୁମାର ରଥ ଓ କୁଞ୍ଜଲତା ରଥଙ୍କ କନ୍ୟା ସ୍ୱାଗତିକା ଓଡ଼ିଶା କ୍ରିକେଟର ଜଣେ ଉଦୀୟମାନ ଅଲ୍‍ରାଉଣ୍ଡର ଭାବେ ପରିଚିତ। ଜଣେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‍ ଓ ଅଫ୍‍ ସ୍ପିନର୍‍ ଭାବେ ସ୍ୱାଗତିକା ଓଡ଼ିଶା ୧୯ ବର୍ଷରୁ କମ୍‍ ଦଳ ପକ୍ଷରୁ ୨୦୦୭ରୁ ଖେଳ ଆରମ୍ଭ କରିଥିଲେ। ଓଡ଼ିଶା ଜୁନିୟର ଦଳ ପକ୍ଷରୁ ଖେଳିବା ପରେ ଆଉ ପଛକୁ ଫେରି ଚାହିଁ ନଥିଲେ। ଓଡ଼ିଶା ସନିୟର ଦଳ ପକ୍ଷରୁ ଖେଳି ସଫଳତା ହାସଲ କରିବା ପରେ ମହିଳା ଚ୍ୟାଲେଞ୍ଜ ଟ୍ରଫି, ଭାରତ-ଏ ପାଇଁ ଖେଳିବାର ମଧ୍ୟ ସୁଯୋଗ ପାଇଥିଲେ। ୨୦୧୨-୧୩ ସିଜିନ୍‍ରେ ବାଂଲାଦେଶ ବିପକ୍ଷ ସିରିଜ୍‍ରେ ଭାରତୀୟ ଦଳ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲେ। ଏହାପରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସିରିଜ୍‍ରେ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଦକ୍ଷିଣ-କେନ୍ଦ୍ରୀୟ ରେଲ୍‍ୱେରେ ନିଯୁକ୍ତି ପାଇବା ପରେ ସ୍ୱାଗତିକା ୨୦୧୬ରେ ଓଡ଼ିଶା ଛାଡ଼ି ଭାରତୀୟ ରେଳବାଇ ଦଳ ପକ୍ଷରୁ ଖେଳି ଆସୁଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories