ପୁଞ୍ଜି ଏକାଠି କରିବା ପାଇଁ ସ୍ପାଇସଜେଟ୍ ଅଧ୍ୟକ୍ଷଙ୍କ ବଡ ନିଷ୍ପତ୍ତି, ବିକିବେ ଭାଗିଦାରୀ

ନୂଆଦିଲ୍ଲୀ : ସ୍ପାଇସଜେଟର ଅଧ୍ୟକ୍ଷ ଅଜସ ସିଂହ ପୁଞ୍ଜି ଏକାଠି କରିବା ପାଇଁ ଏୟାରଲାଇନର ୧୦ ପ୍ରତିଶତରୁ ଅଧିକ ଭାଗିଦାରୀ ବିକିପାରନ୍ତି । ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବା ଅନୁମାନ କରାଯାଉଛି । କମ୍ପାନୀ ଏବେ ଆର୍ଥିକ ସମସ୍ୟା ଦେଇ ଗତିକରୁଛି । କମ୍ପାନୀ ପୁଞ୍ଜି ଏକାଠି କରିବା ପାଇଁ ଚେଷ୍ଟା ଚଳାଇଛି । ଏହି ନିଷ୍ପତ୍ତି ଫଳରେ କମ୍ପାନୀକୁ ଅନେକ ଫାଇଦା ହୋଇପାରେ ।

prayash

ଅଜୟ ସିଂହ ଏୟାରଲାଇନର ୧୫ ପ୍ରତିଶତ ସେୟାର ବିକିପାରନ୍ତି । କମ୍ପାନୀ ଏବେ ଚର୍ଚ୍ଚା ଜାରି ରଖିଛି । ଭାରତ ଓ ବିଦେଶରେ ନିବେଶକଙ୍କ ସହିତ ବୈଠକ ହୋଇସାରିଛି । ତେବେ ସ୍ପାଇସଜେଟ୍ ତରଫରୁ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନି । ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ସ୍ପଷ୍ଟ ହେବା ଅନୁମାନ କରାଯାଉଛି ।

Comments are closed.