‘ଷ୍ଟୋରି ଇମେଜ’ର ନିଆରା ହୋଲି
ଚୌଦ୍ୱାର : ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଷ୍ଟୋରି ଇମେଜର ନିଆରା ହୋଲି ଉତ୍ସବ ‘ରଙ୍ଗ ଦେ ରଙ୍ଗ ନେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁଙ୍କ ପରିଚାଳନାରେ ବିରୂପା ନଦୀକୁଳ ପୋଟଳେଇ ମନ୍ଦିର ପରିସରରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ଗୀତିକାର ତଥା ଲେଖକ ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ, ଗାଳ୍ପିକ ପ୍ରକାଶ ମହାପାତ୍ର, ଦେବୀଦତ୍ତ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ବସନ୍ତ ଋତୁ ଓ ହୋଲି ଉତ୍ସବ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ। ଅଜୟ ମିଶ୍ର, ନିରଞ୍ଜନ ସାହୁ, ପ୍ରଯୋଜକ ବାପୁ ଲେଙ୍କା, ନୂତନ ମହାନ୍ତି, ବିଜୟ ପଟ୍ଟନାୟକ, ବ୍ରଜେନ୍ଦ୍ର ନାୟକ ପ୍ରମୁଖ ବହୁ ସାହିତ୍ୟ ସାଧକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । କବି ରାଜୀବ ଷଢ଼ଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ ବହୁ କବି ଓ କବୟତ୍ରୀ ଯୋଗଦେଇ ହୋଲି, ହୋଲିର ରଙ୍ଗ ଓ ପ୍ରେମର ରଙ୍ଗ ସଂପର୍କିତ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ ନୃତ୍ୟ, ସଙ୍ଗୀତ, ସାହିତ୍ୟ ଆସର ଓ ଫଗୁଖେଳ ଆଦିି ବହୁବିଧ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଚିନ୍ମୟ ବେହେରା, ଖାଲିଦ୍ ଚାନ୍ଦ, ଦୀପକ ବେହେରା, ବନୀତା ସ୍ୱାଇଁ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ଆୟୋଜିତ ବନ୍ଧୁ ମିଳନରେ ଅଞ୍ଚଳର ବହୁ ସାହିତ୍ୟପ୍ରେମୀ ଯୋଗଦେଇ ପରସ୍ପରକୁ ରଙ୍ଗ ବୋଳି ହୋଲି ଖେଳିଥିଲେ। ଅନୁଷ୍ଠାନର ସହ ସମ୍ପାଦିକା ପ୍ରଗତୀ ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.