www.samajalive.in
Sunday, December 7, 2025
13.1 C
Bhubaneswar

ଟିକେ ଶୁଣନ୍ତୁ ନା…

ସ୍ବିଜରଲାଣ୍ଡ, ଜର୍ମାନୀ ଏବଂ ଆମେରିକାର ମନୋବୈଜ୍ଞାନିକମାନେ ଏକ ଅଧ୍ୟୟନ କରିଥିଲେ। ଏଥିରେ ତିନୋଟି ଦେଶରୁ ୩୬୫ ଜଣ ବିବାହିତ ଯୋଡ଼ିଙ୍କୁ ସାମିଲ କରାଯାଇଥିଲା। ପ୍ରତ୍ୟେକ ଦମ୍ପତିଙ୍କ ମଧ୍ୟରୁ ଜଣେ ନିଜର ଚିନ୍ତା, ଅବସାଦ, ସମସ୍ୟା ବା କୌଣସି କଷ୍ଟଦାୟକ ଅନୁଭବ ସମ୍ପର୍କରେ କହିଲେ, ଯାହାକୁ ଅନ୍ୟଜଣେ ଶୁଣିବାକୁ ହେଲା। ଏହି କଥାବାର୍ତ୍ତା ବେଳେ ଉଭୟଙ୍କ ଶରୀରରେ ଲାଗିଥିବା ମେସିନ୍‌ ସେମାନଙ୍କ ମସ୍ତିଷ୍କରେ ହେଉଥିବା ସ୍ନାୟବିକ ପରିବର୍ତ୍ତନକୁ ରେକର୍ଡ କରୁଥିଲା। ଏପରି କେତେକ ଦମ୍ପତି ଥିଲେ ଯେଉଁମାନଙ୍କ କାନରେ କଥା ତ ବାଜୁଥିଲା, ହେଲେ ପ୍ରକୃତରେ ସେମାନେ ଶୁଣୁନଥିଲେ। ପୁଣି ଆଉ କେତେକ ଖୁବ୍‌ ଧ୍ୟାନର ସହ ସାଥୀଙ୍କ କଥାକୁ ଶୁଣୁଥିଲେ। ସାଥୀଙ୍କ କଥା ଶୁଣୁନଥିବା ବ୍ୟକ୍ତିଙ୍କ ମସ୍ତିଷ୍କର ନ୍ୟୁରନ୍‌ରେ ବିଶେଷ ସକ୍ରିୟତା ଦେଖାଯାଇନଥିଲା। ଏଭଳି ସାଥୀଙ୍କ ଭାବାତ୍ମକ ପ୍ରତିକ୍ରିୟା ମଧ୍ୟ ଶୂନ୍ୟ ଥିଲା। ଗବେଷକମାନେ ଜାଣିବାକୁ ପାଇଥିଲେ ଯେ ଯେଉଁମାନଙ୍କ ସାଥୀ ଧ୍ୟାନ ଦେଇ ସେମାନଙ୍କ କଥା ଶୁଣୁଥିଲେ, ସେହି ପତି ବା ପତ୍ନୀଙ୍କ ଷ୍ଟ୍ରେସ୍‌ ହରମୋନ୍‌ କର୍ଟିସୋଲ୍‌ର ସ୍ତର କମ୍‌ ରହୁଥିଲା। ସେ ଅଧିକ ଶାନ୍ତ ଏବଂ ସ୍ଥିରଚିତ୍ତ ଦେଖାଯାଉଥିଲେ। ବିଜ୍ଞାନ ଭାଷାରେ ଏପରି ଧ୍ୟାନ ଦେଇ ଶୁଣିବାକୁ ‘ଆକ୍ଟିଭ ଲିସନିଂ’ ବୋଲି କୁହାଯାଏ। ଏହି ଗବେଷଣାରୁ ଜଣାଯାଇଥିଲା ଯେ ପରସ୍ପରର ସମସ୍ୟା ତଥା ସାଧାରଣ କଥାକୁ ବି ଗୁରୁତ୍ବ ଦେଇ ଶୁଣୁଥିବା ଦମ୍ପତି ପରସ୍ପର ସହିତ ବେଶ୍‌ ଖୁସି ଏବଂ ସନ୍ତୁଷ୍ଟ ଥିଲେ। ତେଣୁ-
– ସମ୍ପର୍କର ସୁସ୍ଥତା ପାଇଁ ଶୁଣିବା ଜରୁରୀ।
– ଶୁଣିବା ଏକ କଳା, ଯାହା ଶିଖିପାରିବେ।
– କେବଳ ମନକୁ ଏକାଗ୍ର କରି ଶୁଣିବାକୁ ହୋଇଥାଏ।
– ଏଥିପାଇଁ ସାଥୀଙ୍କ ପ୍ରତି ସମ୍ମାନବୋଧ ତଥା ବୁଝାମଣା ରହିବା ଦରକାର।
– କୌଣସି କଥା ବୁଝି ନପାରିଲେ ବିନମ୍ରତାର ସହ ଦ୍ବିତୀୟବାର ପଚାରିପାରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories