ମାନବ ସମ୍ବଳ ଓ ଆମେ

ସୁକାନ୍ତ କୁମାର ପଟେଲ

୨୦୨୩ ଏପ୍ରିଲ ମାସର ଶେଷ ସପ୍ତାହ। ବିଶ୍ବ ସାରା ଚହଳ ପଡିଲା ଯେ ଭାରତ ଚୀନକୁ ପଛରେ ପକାଇ ବିଶ୍ବର ଜନବହୁଳ ରାଷ୍ଟ୍ରରେ ପରିଣତ ହେଲା। ବାସ ଏତିକିରେ ତର୍କ ବିତର୍କ ଆରମ୍ଭ ଏବଂ ଶେଷ। ସତେ ଯେପରି ଜନସଂଖ୍ୟାରେ ଚୀନ ପଛରେ ଥିଲେ ଆମେ ସୁରକ୍ଷିତ ଏବଂ ଏବେ ଆମେ ଅସୁରକ୍ଷିତ।

ଜାତିସଂଘ ଜନସଂଖ୍ୟା ପାଣ୍ଠିର ସ୍ଥିର ନିଶ୍ଚିତ ଆକଳନ ଅନୁସାରେ ଭାରତ ଏବେ ୧୪୨.୮୬ କୋଟି ବିଶିଷ୍ଟ ଜନସଂଖ୍ୟାରେ ଚୀନର ବର୍ତ୍ତମାନର ଜନସଂଖ୍ୟା ୧୪୨.୫୭ କୋଟିକୁ ପଛରେ ପକାଇ ଏବେ ବିଶ୍ବରେ ଜନସଂଖ୍ୟା ତାଲିକାରେ ଏକମାତ୍ର ଅଗ୍ରଣୀ ଦେଶ। ଆହୁରି ମଧ୍ୟ ଏହି ଆକଳନ ଅନୁସାରେ ୨୦୫୦ ସୁଦ୍ଧା ଆମ ​ଦେଶ​‌ର ଜନସଂଖ୍ୟା ୧୬୬.୮କୋଟିରେ ପହଞ୍ଚିବା ବେଳକୁ ଚୀନର ଜନସଂଖ୍ୟା ତୁଳନାତ୍ମକ ଭାବେ ହ୍ରାସ ପାଇଥିବ।

ତୁଳନାତ୍ମକ ଦୃଷ୍ଟିରୁ ବିଚାର କଲେ ଜଣାଯିବ ଯେ ଚୀନର ଭୂଭାଗ ୯.୪୨୪ ବର୍ଗ କିଲୋମିଟର ଯେଉଁଥିରେ ଜନସଂଖ୍ୟା ୧୪୨.୫୭ କୋଟି ଏବଂ ମୋଟ ଘରୋଇ ଉତ୍ପାଦ ପ୍ରାୟ ୧୯.୩ ଟ୍ରିଲିୟନ ଡଲାର। ସେହି ଅନୁସା​‌େ​‌ର ଭାରତର ଭୂଭାଗ ୩.୨୮୭ ନିୟୁତ ବର୍ଗ କିଲୋମିଟର ଏବଂ ଜନସଂଖ୍ୟା ୧୪୨.୮୬ କୋଟି ହୋଇଥିବା ବେଳେ ମୋଟ ଘରୋଇ ଉତ୍ପାଦ ମାତ୍ର ୩.୭ ଟ୍ରିଲିୟନ ଡଲାର। ସୁତରାଂ ଏହି ଆକଳନ ଅନୁଯାୟୀ ଭାରତ ଚୀନ ଭୂଭାଗର ଏକ ତୃତୀୟାଂଶ​‌େ​‌ର ମାତ୍ରାଧିକ ଜନସଂଖ୍ୟା ଧାରଣ କରିବ ଯାହାର ମୋଟ ଘରୋଇ ଉତ୍ପାଦ ଚୀନର ଏକଷଷ୍ଠାଂଶ ସହ ସମାନ।

ଏଣୁ ସମସ୍ତଙ୍କର ଭୟ ଏବଂ ଆଶଙ୍କା ଯେ ଭବିଷ୍ୟତ​‌େ​‌ର କ’ଣ ହେବ? ବିଶେଷଜ୍ଞମାନଙ୍କର ଆକଳନ ଅନୁସାରେ ଆଗାମୀ ୩ ଦଶନ୍ଧି ମଧ୍ୟରେ ବିଶ୍ବ ଜନସଂଖ୍ୟା ପ୍ରାୟ ୯.୭ ବିଲିଅନରେ ପହଞ୍ଚିବ; କିନ୍ତୁ କହିବାର କଥା ଯେ ଉନ୍ନତ ଦେଶଗୁଡିକ​‌େ​‌ର ବୟସ୍କ କାର୍ଯ୍ୟକ୍ଷମମାନଙ୍କର ସଂଖ୍ୟା ହ୍ରାସ ପାଉଥିବାବେ​‌େ​‌ଳ ଉନ୍ନତଶୀଳ ଦେଶମାନଙ୍କରେ ​ସେହି ସଂଖ୍ୟା ବୃଦ୍ଧି ପାଉଛି। ଆହୁରି ମଧ୍ୟ ଭାରତ​‌େ​‌ର ଦେଖାଯାଇଛି ଯେ ଉନ୍ନତ ପ୍ରଦେଶଗୁଡ଼ିକ, ଯଥା- ଦକ୍ଷିଣ ଅଞ୍ଚଳରେ କାର୍ଯ୍ୟକ୍ଷମମାନଙ୍କର ସଂଖ୍ୟା ହ୍ରାସ ପାଇ ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଉନ୍ନତଶୀଳ ପ୍ରଦେଶ, ଯଥା- ଉତ୍ତର ଅଞ୍ଚଳରେ ଯୁବା କାର୍ଯ୍ୟକ୍ଷମମାନଙ୍କର ସଂଖ୍ୟା ବୃଦ୍ଧି ପାଉଛି। ତେବେ ଏଠାରେ ପ୍ରଶ୍ନ ଯେ ଭାରତ କ’ଣ ମାନବ ସମ୍ବଳରୁ କିଛି ପ୍ରକାର ଲାଭ ଉଠାଇପାରିବ? ମାନବ ସମ୍ବଳ ଏକ ପ୍ରକାର କୃତ୍ରିମ ସମ୍ବଳ ଯାହା ପ୍ରାକୃତିକ ସମ୍ବଳଠାରୁ ସମ୍ପୂର୍ଣ୍ଣ ଭିନ୍ନ; କିନ୍ତୁ ଏହାର ଉପଯୁକ୍ତ ବିନିଯୋଗର ଆବଶ୍ୟକତା ରହିଛି।

ଏକ ଉଦାହରଣରୁ ଏହା ସ୍ପଷ୍ଟ ହେବ। ଏବେ ଏପ୍ରିଲ ୨୦୨୩ରେ ଆଫ୍ରିକା ମହାଦେଶର ସୁଦାନ ରାଜ୍ୟରେ ରାଜନୈତିକ ଅଶାନ୍ତି ଯୋଗୁଁ ପ୍ରାୟ ୨ ହଜାର ଭାରତୀୟଙ୍କୁ ସ୍ବତନ୍ତ୍ର ବିମାନ ଏବଂ ଜଳ ଜାହାଜ ଯୋଗେ ଭାରତ ଫେରାଇ ଅଣାଯାଇଛି। ଏଠାରେ ଆକଳନ କରାଯାଇପାରେ ଯେ ଯଦି ସୁଦାନ ଭଳି ଅନୁନ୍ନତ ରାଜ୍ୟରେ ଏତେ ଭାରତୀୟ କାର୍ଯ୍ୟରତ ତେବେ ସମଗ୍ର ବିଶ୍ବରେ ଅନ୍ୟାନ୍ୟ ଦେଶମାନଙ୍କରେ ଏହିପରି କେତେ ଭାରତୀୟ କାର୍ଯ୍ୟରତ ନ ଥିବେ? ଆମେ ସେହିମାନଙ୍କୁ ଅର୍ଥାତ୍‌ ମାନବ ସମ୍ବଳଙ୍କୁ ଉପଯୁକ୍ତ ବିନିଯୋଗ କରିନାହୁଁ। ଏଣୁ ଆମର ମାନବ ସମ୍ବଳ ଅନୁପଯୁକ୍ତ ଭାବେ ଅନ୍ୟ ଦେଶରେ ବିନିଯୋଗ ହୋଇଛି ଏବଂ ହେଉଛି। କେବଳ ସେତିକି ନୁହେଁ ଆମେ ଆମର ଉଭୟ ପ୍ରାକୃତିକ ଏବଂ କୃତ୍ରିମ ସମ୍ବଳକୁ ବିନିଯୋଗ କରିବାକୁ ଅକ୍ଷମ। ପ୍ରାକୃତିକ ସମ୍ବଳ, ଯଥା- କୋଇଲା, ଲୁହାପଥର ଇତ୍ୟାଦିକୁ ଆମେ ଶାଗ, ମାଛ ଦରରେ ବିଦେଶକୁ ରପ୍ତାନି କରି ସେମାନଙ୍କଠାରୁ ଯାହା ଆମଦାନୀ କରୁଛୁ ତାହା ସେମାନଙ୍କର ମାନବ ସମ୍ବଳର ଉପଯୁକ୍ତ ଉପଯୋଗିତା ଯାହା ଆମ ପାଇଁ ନିତାନ୍ତ ସ୍ବପ୍ନ।

ଚାଲି ନ ଜାଣି ବାଟର ଦୋଷ ଭଳି ଆମେ ଜନସଂଖ୍ୟାକୁ ଦୋଷ ଦେଇ ଚାଲିଛୁ। ସମସ୍ତଙ୍କୁ ଜଣାଥିଲା ଯେ ଦିନେ ଆମର ଜନସଂଖ୍ୟା ବିଶ୍ବରେ ପ୍ରଥମ ସ୍ଥାନ ଅଧିକାର କରିବ। ଏବେ ତାହା ସମ୍ଭବ ହେଲା; କିନ୍ତୁ ଏହାର ବିକଳ୍ପ ସମାଧାନ ପାଇଁ କେହି ବ୍ୟଗ୍ର ନ ହୋଇ କେବଳ ମାତ୍ର ଜନସଂଖ୍ୟା ବିସ୍ଫୋରଣ ଉପରେ ଚର୍ଚ୍ଚା କରିବାକୁ ପ୍ରାଧାନ୍ୟ ପ୍ରଦାନ କଲେ।

ବର୍ତ୍ତମାନ ଭାରତ ଏକ ଉନ୍ନତ ଏବଂ ପ୍ରଗତିଶୀଳ ରାଷ୍ଟ୍ର ଏବଂ ଅର୍ଥନୀତିରେ ବିଶ୍ବସ୍ତରରେ ପଞ୍ଚମ ସ୍ଥାନ ଅଧିକାର କରିଛି। ଏହାର ବୟସ୍କ କାର୍ଯ୍ୟକ୍ଷମଙ୍କ ସଂଖ୍ୟା ୯୫୦ ନିୟୁତ ଏବଂ ପ୍ରତିବର୍ଷ ପ୍ରାୟ ୧୦ ନିୟୁତ କାର୍ଯ୍ୟକ୍ଷମ ଏଥିରେ ଏହି ବାହିନୀରେ ଯୋଗଦାନ କରୁଥିବାରୁ ମାନବ ସମ୍ବଳ ସଂଖ୍ୟା ବୃଦ୍ଧି ଘଟୁଛି।

prayash

ବର୍ଦ୍ଧିତ କାର୍ଯ୍ୟକ୍ଷମ ମାନବ ସମ୍ବଳକୁ ଆମେ ବିନିଯୋଗ କରିବାରେ ସମ୍ପୂର୍ଣ୍ଣ ଅକ୍ଷମ। ଅର୍ଥାତ୍‌ ଆମ ପାଖରେ ନିଯୁକ୍ତିର ସୁଯୋଗ ନାହିଁ ଯେଉଁଥିପାଇଁ ଭାରତୀୟମାନେ ବିଦେଶରେ ନିଯୁକ୍ତି ଲାଗି ତତ୍ପରତା ପ୍ରକାଶ କରୁଛନ୍ତି। ଆକଳନ ଅନୁସାରେ କାର୍ଯ୍ୟକ୍ଷମ ୧୦ଜଣ ପୁରୁଷଙ୍କ ମଧ୍ୟରୁ ୪ଜଣ ଏବଂ ୪ଜଣ କାର୍ଯ୍ୟକ୍ଷମ ମହିଳାଙ୍କ ମଧ୍ୟରୁ ପ୍ରାୟ ୩ଜଣ ବିଦେଶରେ ନିଯୁକ୍ତି ପାଉଛନ୍ତି। ଏଥିରୁ ସହଜରେ ଅନୁମେୟ ଯେ ଆମେ ମାନବ ସମ୍ବଳର ସଦୁପଯୋଗ କିପରି କରୁଛୁ।

ଏଠାରେ ପ୍ରମୁଖ ପ୍ରଶ୍ନ ଯେ ଭାରତ କ’ଣ କାର୍ଯ୍ୟକ୍ଷମ ମାନବ ସମ୍ବଳକୁ ବଜାରରେ ନିୟୋଜିତ କରିପାରିବ? ଅର୍ଥାତ୍‌ ଅର୍ଥନୀତି ଶାସ୍ତ୍ର ଅନୁସାରେ ଅର୍ଥନୀତିର ଦ୍ରୁତ ବିକାଶ ଘଟିବ ଯେତେବେଳେ ଉତ୍ପାଦିତ ଜିନିଷର ବ୍ୟବହାର, ପୁଞ୍ଜି ଲଗାଣର ପରିମାଣ ବୃଦ୍ଧି ଘଟିବ; କିନ୍ତୁ କେବଳ ଭିତ୍ତିଭୂମିର ବିକାଶ ଦ୍ବାରା ଆମ ଅର୍ଥନୀତିରେ ବିକାଶ ନିମ୍ନଗାମୀ ହେବାରେ ଲାଗିଛି। ଏହା ମଧ୍ୟ ଆହୁରି ସତ୍ୟ ଯେ ୪୨ ପ୍ରତିଶତ ଶ୍ରମିକ କେବଳ କୃଷି ଉପରେ ନିର୍ଭରଶୀଳ ଯହିଁର ଆୟ ଜାତୀୟ ଆୟର ମାତ୍ର ୬ ପ୍ରତିଶତ। ସୁତରାଂ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମଧ୍ୟରେ ତଫାତ୍‌ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସବୁ ପ୍ରକାର ସମ୍ବଳ ଥାଇ ମଧ୍ୟ ଉପଯୁକ୍ତ ବିନିଯୋଗ ବିନା ଆମେ ନିଃସ୍ବ ଏବଂ ଦରିଦ୍ର। କହିବା ବାହୁଲ୍ୟ ଯେ କେବଳ ମାତ୍ର ଜନସଂଖ୍ୟା ନୁହେଁ, ରାଜନୀତି କ୍ଷେତ୍ରରେ ମଧ୍ୟ ଆମେ ପ୍ରଥମ। ପଡ଼ୋଶୀ ଦେଶ ସୀମା ଟପି ଆମ ମାଟିରେ ଅନୁପ୍ରବେଶ କଲେ ମଧ୍ୟ ଆମ ରାଜନେତାମାନେ ଗର୍ବର ସହ ପ୍ରକାଶ କରନ୍ତି ଯେ ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ। ଏ ତ ଗଲା ବାହ୍ୟ ଶତ୍ରୁଙ୍କ ବିଷୟରେ। ଆଭ୍ୟନ୍ତରୀଣ ଶତ୍ରୁଙ୍କ ମୁକାବିଲା କରିବା ମଧ୍ୟ ଆମ ପକ୍ଷେ କଷ୍ଟ। ନକ୍ସଲ ହୁଅନ୍ତୁ ଅଥବା ବିଚ୍ଛିନ୍ନତାବାଦୀ ହୁଅନ୍ତୁ, କାହାକୁ ନିୟନ୍ତ୍ରଣ କରିବା ଆମ ପକ୍ଷରେ ସମ୍ଭବ ନୁହେଁ। କେବଳ ମାତ୍ର ଆମେ ଭାଷଣ ଦେଇ ଜନସାଧାରଣଙ୍କୁ ସନ୍ତୁଷ୍ଟ କରିପାରୁ।

ଏକମାତ୍ର ପ୍ରଶ୍ନ ଉଠେ ଯେ ଯଦି ଚୀନ ନିଜର ମାନବ ସମ୍ବଳକୁ ଉପଯୁକ୍ତ ବିନିଯୋଗ କରିପାରୁଛି ତେବେ ଆମେ ଏହା କରିବା ସମ୍ଭବ ହେଉନାହିଁ କାହିଁକି? ଅନେକ ଏହାର ଉତ୍ତରରେ କୁହନ୍ତି ଯେ ଦୁଇ ଦେଶର ରାଜନୈତିକ ପରିସ୍ଥିତି ଭିନ୍ନ ପ୍ରକାରର; କିନ୍ତୁ ଯେତେ ଭିନ୍ନ ହେଲେ ବି ମାନବ ସମ୍ବଳ ବିନିଯୋଗ ପାଇଁ ଯେ କୌଣସି ପରିସ୍ଥିତି ଶୁଭଙ୍କର ହେବ ନିଶ୍ଚିତ। ବିଶ୍ବ ଜନସଂଖ୍ୟା ବିଶ୍ଳେଷଣ ସଂସ୍ଥା ଅନୁସାରେ ଭାରତର ଜନସଂଖ୍ୟାର ୩୦ ପ୍ରତିଶତ ଏବେ ୩୦ ବର୍ଷରୁ କମ୍‌ ଏବଂ କାର୍ଯ୍ୟକ୍ଷମ। ଏମାନଙ୍କୁ ନେଇ ଦ୍ରୁତ ପ୍ରଗତିଶୀଳ ଭାରତୀୟ ଅର୍ଥନୀତି ଗଠନ କରିବା ସମ୍ଭବ।

ଇତିହାସ କୁହେ ଯେ ଚୀନ ପ୍ରଥମେ ମାନବ ସମ୍ବଳର ବିକାଶ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ଉପରେ ପୁଞ୍ଜି ବିନିଯୋଗ କରିଥିଲା। ବର୍ତ୍ତମାନ ଏହାର ଶିକ୍ଷିତ ହାର ୯୫ ପ୍ରତିଶତରୁ ଊର୍ଦ୍ଧ୍ବ। ୧୯୯୦ରେ ଚୀନର ଶିକ୍ଷିତ ହାର ଥିଲା ୭୮ ପ୍ରତିଶତ। କହିବା ବାହୁଲ୍ୟ ଯେ ୨୦୨୩ରେ ଭାରତର ଶିକ୍ଷିତ ହାର ମାତ୍ର ୭୭ ପ୍ରତିଶତ ଯାହା ୨୩ବର୍ଷ ତଳେ ଚୀନର ଶିକ୍ଷିତ ହାରଠାରୁ ୧ ପ୍ରତିଶତ କମ୍‌। ସେହିପରି ଭାବରେ କୃଷି ଉପରେ ପ୍ରାଧାନ୍ୟ ପ୍ରଦାନ କରିବା ସହ ଶିଳ୍ପରେ ବିଦେଶୀ ପୁଞ୍ଜି ଲଗାଣକୁ ମଧ୍ୟ ପ୍ରାଧାନ୍ୟ ପ୍ରଦାନ କରିଥିଲା। ୧୯୯୦ରୁ ୨୦୨୦ ମଧ୍ୟରେ ୨୦ ବର୍ଷରୁ ୧୦ ବର୍ଷ ଚୀନର ମୋଟ ସାମଗ୍ରିକ ଆୟ ଦୁଇ ଅଙ୍କ ଛୁଇଁଥିଲା। ୧୯୯୦ରେ ଦୁଇ ଦେଶର ମୋଟ ସାମଗ୍ରିକ ଆୟ ଥିଲା ଯଥାକ୍ରମେ ୩୨୦ ଏବଂ ୩୬୦ ବିଲିଅନ ଡଲାର; କିନ୍ତୁ ମାତ୍ର ଦୁଇ ଦଶନ୍ଧି ମଧ୍ୟରେ ଚୀନର ଅଭିବୃଦ୍ଧି ଏବେ ଆକାଶଛୁଆଁ ହୋଇଥିବାବେଳେ ଚୀନ ଓ ଭାରତ ମଧ୍ୟରେ ଏହା ଆକାଶ ପାତାଳ ପ୍ରଭେଦ। ନିଃସନ୍ଦେହରେ କୁହାଯାଇପାରେ ଯେ ମାତ୍ର ଦୁଇ ଦଶନ୍ଧି ମଧ୍ୟରେ ଚୀନ ନିଜର ମାନବ ସମ୍ବଳ ଏବଂ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ଏକ ସମୃଦ୍ଧ ସ୍ଥଳରେ ପହଞ୍ଚିଛି ଏବଂ ଅଗ୍ରଣୀ ଅର୍ଥନୀତିରେ ଏବେ ପରିଗଣିତ। ବିଶ୍ବ ବାଣିଜ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିବା ସହିତ ଜଳବାୟୁ ପରିବର୍ତ୍ତନ ସମୟରେ ମଧ୍ୟ ନିଜର ଅଭିବୃଦ୍ଧି ବଜାୟ ରଖିଛି।

ଭାରତ ଏବେ ବିଶ୍ବର ସବୁ କ୍ଷେତ୍ରରେ ପଛରେ; କିନ୍ତୁ ରାଜନେତାଙ୍କ ଭାଷାରେ ଏବେ ଆମ ଦେଶ ବିଶ୍ବ ଅର୍ଥନୀତିରେ ପଞ୍ଚମ ସ୍ଥାନ ଅଧିକାର କରିଛି। ତେବେ ଆମ ଦେଶରେ କେତେ ଜନତା ଦାରିଦ୍ର୍ୟର କଷାଘାତରେ ପୀଡ଼ିତ ତାହା ଅବଶ୍ୟ ରାଜନେତାଙ୍କୁ ଜଣାନାହିଁ। କେବଳ କାଗଜକଲମରେ ଆମେ ଉନ୍ନତଶୀଳ ଦେଶ। ଯେଉଁ ଦିନ ପର୍ଯ୍ୟନ୍ତ ଆମ ଦେଶରୁ ଦାରିଦ୍ର୍ୟ ହଟିବ ନାହିଁ, ସେ ପର୍ଯ୍ୟନ୍ତ ଆମେ କି ଉନ୍ନତ ହେବା। ଜନସଂଖ୍ୟା ବୃଦ୍ଧିକୁ କେବଳ ମାତ୍ର ଆକ୍ଷେପ କରି ଲାଭ କ’ଣ?

ତେବେ ଏବେ ବି ସମୟ ଅଛି। ଆମକୁ ପରିବର୍ତ୍ତିତ ପରିସ୍ଥିତିରେ ନିଜକୁ ବଦଳାଇବାକୁ ପଡ଼ିବ। ୨୦୩୫ ସୁଦ୍ଧା ଆମର ମୋଟ ସାମଗ୍ରିକ ଆୟ ପ୍ରାୟ ୧୦ ଟ୍ରିଲିୟନରେ ପହଞ୍ଚିବ। ସୁତରାଂ ଆମର ବଜାରକୁ ବୃଦ୍ଧି କରି ବିଦେଶୀ ପୁଞ୍ଜି ଲଗାଣରେ ବୃଦ୍ଧି ଘଟାଇବାକୁ ପଡ଼ିବ। ଶ୍ରମିକମାନଙ୍କୁ ଛୋଟ ଛୋଟ ଘରୋଇ ଫାର୍ମରୁ ବୃହତ୍‌ ଶିଳ୍ପକୁ ସ୍ଥାନାନ୍ତରିତ କରିବାକୁ ପଡ଼ିବ। ଏହା ପ୍ରତି ରାଜ୍ୟ ସ୍ତରରୁ କେନ୍ଦ୍ର ପର୍ଯ୍ୟନ୍ତ କରିବାକୁ ହେବ। ଯୁବ ବର୍ଗମାନଙ୍କୁ ସରକାରୀ ଏବଂ ବେସରକାରୀ ସ୍ତରୀୟ କୌଶଳ ତାଲିମ ଶିବିର ଜରିଆରେ ବିଭିନ୍ନ କାରିଗରୀ କୌଶଳମାନ ପ୍ରଦାନ କରିବାକୁ ପଡ଼ିବ।

ଏଠାରେ ପୁନଃ ଉଲ୍ଲେଖଯୋଗ୍ୟ ଯେ ଜନସଂଖ୍ୟା ବୃଦ୍ଧି ଏକ ଅଭିଶାପ ନୁହେଁ ବରଂ ଆଶୀର୍ବାଦ ଯଦି ମାନବ ସମ୍ବଳକୁ ଉପଯୁକ୍ତ ବିନିଯୋଗ କରାଯାଇପାରିବ। ଆମେ ଡିଜିଟାଲ ଭିତ୍ତିଭୂମି ସ୍ଥାପନ କରିବାରେ ଅନ୍ୟ ଦେଶମାନଙ୍କଠାରୁ ଆଗରେ ଅଛୁ। ଏହାଦ୍ବାରା କୃଷି, ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଅବଶ୍ୟମ୍ଭାବୀ। ଶକ୍ତି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳରେ ଅକ୍ଷୟ ଊର୍ଜାକୁ ବିନିଯୋଗ କରାଯାଇପାରିବ। ତେବେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବର୍ଦ୍ଧିତ ଜନସଂଖ୍ୟାର କାର୍ଯ୍ୟକ୍ଷମ ଜନତାଙ୍କୁ ଉପଯୁକ୍ତ ନିଯୁକ୍ତି ପ୍ରଦାନ କରିବା। ପରିଶେଷରେ ଏତିକି କହିହେବ ଯେ ରାଜନୀତି ଏବଂ ଅର୍ଥନୀତିର ସକାରାତ୍ମକ ସହଯୋଗରେ ଜନସଂଖ୍ୟା ବୃଦ୍ଧିକୁ ଅଭିଶାପରୁ ଆଶୀର୍ବାଦରେ ପରିଣତ କରିହେବ ଏବଂ ମାନବ ସମ୍ବଳର ପୁନଃ ବିନିଯୋଗ କରିହେବ; କିନ୍ତୁ ଏଥିରେ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ଲୋଡ଼ା।

kalyan agarbati

Comments are closed.