mission shakti banner

ବିବଦମାନ ଡାରଉଇନ୍‌ ତତ୍ତ୍ୱ

ରଘୁନାଥ ମହାପାତ୍ର

BSKY banner  750×100

ଆମେରିକା ପରି ଏକ ବିଜ୍ଞାନ ସମୃଦ୍ଧ ଦେଶରେ ‘ମଣିଷର ସୃଷ୍ଟି’ ଉପରେ ବିତର୍କ ଏବଂ ତତ୍‌ସମ୍ବନ୍ଧୀୟ ଏକ ସର୍ଭେ ରିପୋର୍ଟ ୧୧.୩.୨୦୦୦ରେ ପ୍ରକାଶିତ ଖବର କାଗଜରୁ ପଢ଼ି ମନରେ କୌତୂହଳ ଜାତ ହେଲା। ପୁଣି ଏହା ବିଦ୍ୟାଳୟରେ ପଢ଼ା ନହେବା ପାଇଁ ବହୁ ଲୋକ କରୁଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା।

୧୮୫୯ ମସିହାରେ ଚାର୍ଲସ ଡାରଉଇନଙ୍କ ଦ୍ବାରା ପ୍ରବର୍ତ୍ତିତ ବିବର୍ତ୍ତନ ବାଦ(ଥିଓରି ଅଫ୍‌ ଇଭୋଲ୍ୟୁସନ), ଯୋଗ୍ୟତମର ଉଦ୍‌ବର୍ତ୍ତନ (ସରଭିଭାଲ ଅଫ୍‌ ଦ ଫିଟେଷ୍ଟ) ଏବଂ ଉପଜାତିର ସୃଷ୍ଟି (ଓରିଜିନ୍‌ ଅଫ୍‌ ସ୍ପେସିସ)ରୁ ସୂଚନା ମିଳିଥାଏ ଯେ ଆମେ ଆଜି ଯେଉଁ ମଣିଷ ଦେଖୁଛୁ ସେମାନେ କ୍ରମଶଃ ବିଭିନ୍ନ ପ୍ରାଣୀମାନଙ୍କର କ୍ରମବିକାଶ ମାତ୍ର। ଏହି ତତ୍ତ୍ବକୁ ପୃଥିବୀର ଅଧିକାଂଶ ବୈଜ୍ଞାନିକ ଗ୍ରହଣ କରିନେଇଛନ୍ତି। ଡାରଉଇନ୍‌ଙ୍କ ମତରେ ‘ପୃଥବୀ କୋଟିକୋଟି ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା। ଜୀବମାନଙ୍କର ଦେହାବଶେଷ (ଫସିଲ୍‌) ଗବେଷଣାରୁ ଅନୁମାନ କରାଯାଏ ଯେ ଗୋଟିଏ ସ୍ପେସିସ୍‌ର କ୍ରମବିକାଶ ଘଟି ଅନ୍ୟ ଏକ ସ୍ପେସିସ୍‌ ସୃଷ୍ଟି ହୋଇଛି।’

ବର୍ତ୍ତମାନ ଆମେରିକାର ଅନେକ ଚିନ୍ତାଶୀଳ ବ୍ୟକ୍ତି ଏ ବିଷୟରେ ଭିନ୍ନଭିନ୍ନ ମତ ଦେଉଛନ୍ତି। କେତେକ କହନ୍ତି, ‘ପୃଥିବୀ, ସମସ୍ତ ଗ୍ରହ ଓ ଜୀବଜଗତ ଅଳ୍ପ କେତେ ହଜାର ବର୍ଷ ପୂର୍ବେ ସୃଷ୍ଟି ହୋଇଛି। ଆଜି ଉଦ୍ଭିଦ, ପ୍ରାଣୀ ଓ ମନୁଷ୍ୟର ଆକୃତି ଯେପରି ଅଛି ସୃଷ୍ଟିର ଆରମ୍ଭରେ ମଧ୍ୟ ଏସବୁ ଏକା ପ୍ରକାର ଥିଲା। ବିବର୍ତ୍ତନବାଦ ଠିକ୍‌ ନୁହେଁ। ସେମାନେ କହନ୍ତି ‘ ଦ୍ୟାଟ୍‌ ଦ ୟୁନିଭର୍ସ, ୟେର୍ଥ, ଅଲ ଦ ପ୍ଲାନେଟ୍‌ସ ଆଣ୍ଡ୍‌ ଅଲ ସ୍ପେସିସ ୱେଆର କ୍ରିଏଟେଡ୍‌ ଏ ଫ୍ୟୁ ଥାଉଜାଣ୍ଡ ଇୟର୍ସ ଏଗୋ ଏସେନ୍‌ସିଆଲି ଇନ୍‌ ଦେୟାର​‌ ପ୍ରେଜେଣ୍ଟ ଫୋମ୍‌ସ୍‌’ ଏହି ମତବାଦକୁ ସେମାନେ ସୃଷ୍ଟି ତତ୍ତ୍ବ ‘କ୍ରିଏସନିଜମ୍‌’ ବୋଲି କହିଥାନ୍ତି।

ଆଉ ପାଦେ ଆଗେଇ ଯାଇ ଆଉ ଏକ ଦଳ ଏହି ନୂତନ ମତବାଦ ସହିତ ଭଗବାନଙ୍କୁ ଯୋଡ଼ି ଦେଇଛନ୍ତି। ବିବର୍ତ୍ତନ ଭଗବାନଙ୍କ ଇଚ୍ଛା ଏବଂ ଇଚ୍ଛା କରି ସେ ମଣିଷକୁ ସୃଷ୍ଟି କରିଛନ୍ତି।

ମଣିଷ ସୃଷ୍ଟି ସମ୍ବନ୍ଧୀୟ ନୂତନ ଚିନ୍ତନ କେବଳ ଉପର ସ୍ତରରେ ନୁହେଁ ହାଇସ୍କୁଲ ପିଲାଙ୍କ ସ୍ତରକୁ ମଧ୍ୟ ଖସି ଆସିଲାଣି। ବହୁବର୍ଷ ତଳୁ ଏହି ବାଦାନୁବାଦ ଚାଲୁରହିଛି। ୧୯୨୫ ମସିହାରେ ଶିକ୍ଷକ ଜନ.ଟି,ସ୍କୋପସ୍‌ ଡେଟନର ଏକ ହାଇସ୍କୁଲରେ ଡାରଉଇନ ତତ୍ତ୍ବ ପଢ଼ାଇବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ଶହେ ଡଲାର ଫାଇନ ଦେଇଥିଲେ। ଗତବର୍ଷ ୧୯୯୯-୨୦୦୦ରେ କାନ୍‌ସାସ୍‌ ଷ୍ଟେଟ୍‌ର ସ୍କୁଲ ବୋର୍ଡ ବିଜ୍ଞାନ ପାଠ୍ୟକ୍ରମ (ସାଇନ୍ସ କୁରିକୁଲମ)ରୁ ଡାରଉଇନ୍‌ଙ୍କ ମତବାଦ (ଥିଓରି ଅଫ୍‌ ଇଭୋଲ୍ୟୁସନ) ଉଠାଇ ଦେଇଛନ୍ତି ଏବଂ ବିଶ୍ବସୃଷ୍ଟି ସମ୍ବନ୍ଧୀୟ ବିଗ୍‌ ବ୍ୟାଙ୍ଗ୍‌ ଥିଓରି ମଧ୍ୟ ପାଠ୍ୟକ୍ରମରୁ ଉଠାଇ ଦେଇଛନ୍ତି।

ପିପୁଲ ଫର୍‌ ଆମେରିକାନ ୱେ ଫାଉଣ୍ଡେସନ ସଂସ୍ଥା ତରଫରୁ ସାରା ଦେଶ ମଧ୍ୟରୁ ବିଭିନ୍ନ ଶିକ୍ଷାବିତ୍‌, ବୈଜ୍ଞାନିକ, ଗବେଷକ, ଚିନ୍ତାନାୟକ, ଅଭିଭାବକ, ଶିକ୍ଷକ ପ୍ରମୁଖ ପନ୍ଦରଶହ ବ୍ୟକ୍ତିଙ୍କୁ ନେଇ ବିଦ୍ୟାଳୟସ୍ତରରେ ବିବଦମାନ ଡାରଉଇନ୍‌ ତତ୍ତ୍ବ ପଢ଼ାଯିବ କି ନାହିଁ ଏହାଉପରେ ଏକ ଜାତୀୟ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି।

ସର୍ଭେର ଫଳାଫଳ ହେଲା – ଡାରଉଇନ୍‌ ତତ୍ତ୍ବ ପଢ଼ାଯିବା ସପକ୍ଷରେ ୮୩% ସୃଷ୍ଟିତତ୍ତ୍ବ ସପକ୍ଷରେ ୭୯% ବିଜ୍ଞାନ ଶ୍ରେଣୀରେ ଡାରଉଇନ୍‌ ତତ୍ତ୍ବ ପଢ଼ାଯିବ ଏବଂ ଭଗବାନ ମଣିଷକୁ ସୃଷ୍ଟିକରି ବିବର୍ତ୍ତନକୁ ନିୟନ୍ତ୍ରଣ କରୁଛନ୍ତି ଏ ଧାରଣା ମଧ୍ୟ ପିଲାଙ୍କୁ ଦିଆଯିବା ସପକ୍ଷରେ ୬୮%। ଏହି ସର୍ଭେ ରିପୋର୍ଟକୁ ଲକ୍ଷ୍ୟକରି ଆର୍‌କାନ୍‌ ଷ୍ଟେଟ୍‌ ସ୍କୁଲ ବୋର୍ଡର ଜଣେ ମେମ୍ବର କହିଛନ୍ତି ଜାତୀୟ ସର୍ଭେ ରିପୋର୍ଟ ଆମ ସପକ୍ଷରେ ମତ ଦେଇଛି। ଓହିଓ ଷ୍ଟେଟ୍‌ ସ୍କୁଲ ବୋର୍ଡ ଉପରେ ୟଙ୍ଗ୍‌ ଆର୍ଥ କ୍ରିୟେସନ୍‌ କ୍ଲବ ବିଜ୍ଞାନ ପାଠରେ ଡାରଉଇନ୍‌ ତତ୍ତ୍ବ ନରଖିବା ପାଇଁ ଚାପ ପ୍ରୟୋଗ କରିଛି।

ପୁଣି ୨୦.୨.୨୦୦୦ ଖବରକାଗଜରେ ଦେଖିଲି ଓକ୍‌ଲାମା ଷ୍ଟେଟ୍‌ ସ୍କୁଲ ଟେକ୍ସଟ୍‌ ବୁକ୍‌ କମିଟି ପାଞ୍ଚଟି ବାଇଓଲୋଜି ପାଠ୍ୟ ପୁସ୍ତକ ନାମଞ୍ଜୁର କରିଛନ୍ତି। କାରଣ ସେ ବହିରେ ମଣିଷ ସୃଷ୍ଟି ସମ୍ପର୍କରେ ଡାରଉଇନ୍‌ ତତ୍ତ୍ବ ଲେଖାଯାଇଛି। କେତେକ ବୋର୍ଡ ମେମ୍ବରଙ୍କ ମତ ହେଉଛି- ଇଭୋଲ୍ୟୁସନ ଇଜ୍‌ ଏ କ​‌େ​‌ଣ୍ଟ୍ରାଭରସିଆଲ ଥିଓରି ଆଣ୍ଡ ଦେୟାର ଇଜ୍‌ ନୋ ସାଇଣ୍ଟିଫିକ୍‌ ପ୍ରୁଫ୍‌ ଦ୍ୟାଟ୍‌ ମ୍ୟାନ ଆକ୍‌ଚୁଆଲି ଏଭଲଭ୍‌ଡ୍‌ ଫ୍ରମ ପ୍ରାଇମିଟିଭ୍‌ ସ୍ପେସିସ୍‌। ତେଣୁ ଏହା ବହିରେ ଲେଖି ପିଲାଙ୍କୁ ପଢ଼ାଇବା ଆବଶ୍ୟକ ନାହିଁ କିମ୍ବା ଭଗବାନ ମଣିଷକୁ ସୃଷ୍ଟି କରିଛନ୍ତି ବୋଲି ଧର୍ମ ଜ୍ଞାନ ମଧ୍ୟ ବିଜ୍ଞାନ ବହିରେ ଲେଖିବା ଅନାବଶ୍ୟକ।

କାଲିଫର୍ଣ୍ଣିଆସ୍ଥିତ ‘ଇନ୍‌ଷ୍ଟିଚ୍ୟୁଟ୍‌ ଫର କ୍ରିୟେସନ୍‌ ରିସର୍ଚ୍ଚ’ର ଭାଇସ ​‌େପ୍ରସିଡେଣ୍ଟ ଡ.ଡୁଆନେ ଟି, ଗିସ୍‌ କହନ୍ତି, ‘କ୍ରି​‌‌ଏସନିଜମ୍‌ ସୁଡ୍‌ ବି ଥଟ୍‌ ଆଜ୍‌ ସାଇଣ୍ଟିଫିକ୍‌ ଅଲଟର୍‌ନେଟିଭ୍‌ ଟୁ ଇଭୋଲ୍ୟୁସନ। ହାଭାର୍ଡ ବିଶ୍ବବିଦ୍ୟାଳୟର ଇଭୋଲେସନାରି ବାଇ ଓଲଜିଷ୍ଟ ଡ. ଡେଭିଡ ହେଗ୍‌ କହନ୍ତି- ‘ଇଟ୍‌ ଇଜ୍‌ ଲଜିକାଲି ଇନ୍‌କନସିଷ୍ଟେଣ୍ଟ ବୋଥ ଟୁ ବିଲିଭ୍‌ ଇନ୍‌ ଦି ଥିଓରି ଅଫ୍‌ ଇଭୋଲ୍ୟୁସନ ଦ୍ୟାଟ୍‌ ହ୍ୟୁମାନ ଡିଡ୍‌ ଡିସେଣ୍ଡ…….. ଫ୍ରମ୍‌ ଆନିମଲସ୍‌ ଆଣ୍ଡ୍‌ ଟୁ ବିଲିଭ୍‌ ଦ ଅପୋଜିଟ୍‌ ଦ୍ୟାଟ୍‌ ଦେ ୱେଆର କ୍ରିଏଟେଡ୍‌ ଇନ୍‌ ଦେୟାର ପ୍ରେଜେଣ୍ଟ ଫ୍ରମ୍‌। ତାଙ୍କ ମତରେ ଉଭୟ ତତ୍ତ୍ବ ଠିକ୍‌ ନୁହେଁ। ତେଣୁ ଡାରଉଇନ୍‌ଙ୍କ ମତବାଦ ବିଦ୍ୟାଳୟରେ ପଢ଼ାହେବା ଉଚିତ। ଦୁଇଟା କଥା ପଢ଼ାଇ ପିଲାଙ୍କୁ ବିଭ୍ରାନ୍ତ କରିବା ଠିକ୍‌ ହେବନି। ସର୍ଭେ କରିଥିବା ପିପୁଲ ଫର ଦ ଆମେରିକାନ୍‌ ଉ​‌େୟ ଫାଉଣ୍ଡେସନର ମୁଖ୍ୟ ରାଲ୍‌ଫ୍‌ ନିଆଜଙ୍କର ଏକ ସହିଷ୍ଣୁତାଭିତ୍ତିକ ମୂଲ୍ୟବୋଧ ଉକ୍ତି ହେଉଛି ‘ଗଡ୍‌ କ୍ରିୟେଟେଡ ଇଭୋଲ୍ୟୁସନ’ ଅର୍ଥାତ୍‌ ଈଶ୍ବର ବିବର୍ତ୍ତନର ସ୍ରଷ୍ଟା।

ଜର୍ଜଟାଉନ୍‌ ବିଶ୍ବବିଦ୍ୟାଳୟର ଥିଓଲଜିଷ୍ଟ୍‌ ‘ଗଡ ଆପ୍ଟର ଡାରୱିନ୍‌’ର ଲେଖକ ଜନ୍‌ ହଟ୍‌ କହନ୍ତି, ‘ବହୁମତ ରାଜନୀତି ବଳୟ ମଧ୍ୟରେ ପ୍ରକୃତ ସତ୍ୟ ଲୁଚିଯାଉଛି।’

ଏଲେନ୍‌ ଗୁଡ଼୍‌ମ୍ୟାନ ଲେଖିଥିବା – ‘​‌େ​‌ହ୍ବନ ଆନ୍‌ ଓପନ୍‌ ଉଇଣ୍ଡ୍‌ ବିକମ୍‌ସ ଆନ୍‌ ଏମ୍ପଟି ୱାନ’ ନାମକ ପ୍ରବନ୍ଧରେ ତାଙ୍କର ମତାମତ ହେଉଛି, ‘ପିଲାମାନଙ୍କର ମନକୁ ରୁଦ୍ଧ ନକରି ମନ ମଧ୍ୟରେ ବିଭିନ୍ନ ଚିନ୍ତାଧାରାର ପ୍ରବେଶପଥ ଖୋଲି ଦିଆଯାଉ। ଦିନ ଆସିବ ପ୍ରକୃତ ସତ୍ୟ ହିଁ ପ୍ରକଟିତ ହେବ। ଏକ ଏକ ମିଶି ନିଶ୍ଚୟ ଦୁଇ ହେବ ସାତ ହେବ ନାହିଁ।

ବର୍ତ୍ତମାନ ଆମେରିକା ସ୍କୁଲ ବୋର୍ଡ କର୍ତ୍ତୃପକ୍ଷ ତଥା ଶିକ୍ଷାବିତ୍‌ମାନଙ୍କର ଏହି ବିବଦମାନ ଡାରଉଇନ୍‌ ତତ୍ତ୍ବ ପଢ଼ାଯିବା ଏକ ଚିନ୍ତାର ବିଷୟ ହୋଇଛି।
ମୁଁ ୨୦୦୦ ମସିହାରେ ଆମେରିକା ଯାଇଥିଲି। ସେତେବେଳେ ଏହି ବିବଦମାନ ଡାରଉଇନ୍‌ ତତ୍ତ୍ବର ବିତର୍କ ଲାଗି ରହିଥିଲା। ବିଜ୍ଞାନ ଜଗତରେ ​‌ ଏହି ତତ୍ତ୍ବର ଭବିଷ୍ୟତ ରୂପରେଖ କ’ଣ ହେବ ତାହା ହିଁ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ଜଣେ ବିଜ୍ଞାନ ଶିକ୍ଷକ ହିସାବରେ ସ୍କୁଲରେ ପଢ଼ାଇଥିବା ବିବର୍ତ୍ତନବାଦ ଓ ଯୋଗ୍ୟତମର ଉଦ୍‌ବର୍ତ୍ତନ ବିଷୟ ମୋ ମନକୁ ଛୁଇଁଥିଲା। ଭାବିଲି ଆମେରିକୀୟମାନେ ବୈଜ୍ଞାନିକ ତତ୍ତ୍ବ ଉପରେ କେତେ ଚିନ୍ତା କରୁଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ଭାରତୀୟ ସ୍କୁଲ କଲେଜ୍‌ମାନଙ୍କରେ ଡାରଉଇନ୍‌ ତତ୍ତ୍ବ ପଢ଼ାଇବା କିମ୍ବା ନ ପଢ଼ାଇବା ଉପରେ ଚିନ୍ତା ପ୍ରକଟ କରାଯାଇନାହିଁ। କିନ୍ତୁ ଭାରତୀୟ ହିନ୍ଦୁ ଭାବନା ଅର୍ଥାତ୍‌ ମହାପ୍ରଭୁ ବିଷ୍ଣୁଙ୍କର ପୁରାଣ ବର୍ଣ୍ଣିତ ଦଶଟି ଅବତାରର ପରିକଳ୍ପନା ବିବର୍ତ୍ତନବାଦ ସପକ୍ଷରେ ବଳିଷ୍ଠ ମତ ପ୍ରଦାନ କରୁଛି।

ସେହି ଦଶଟି କ୍ରମ ବିକଶିତ ପ୍ରାଣୀମାନେ ହେଲେ- ମତ୍ସ୍ୟ କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍‌କୀ। ଅର୍ଥାତ୍‌ ପ୍ରଥମେ ଏକ ଜଳଚର ଜୀବ ମତ୍ସ୍ୟର ସୃଷ୍ଟି। ଦ୍ବିତୀୟରେ ଜଳ ଓ ସ୍ଥଳ ଉଭୟ ସ୍ଥାନରେ ବାସ କରୁଥିବା କଚ୍ଛପର ସୃଷ୍ଟି। ତୃତୀୟରେ ସ୍ଥଳଚର ତଥା ସ୍ତନ୍ୟପାୟୀ ପ୍ରାଣୀ ବରାହର ସୃଷ୍ଟି। ଚତୁର୍ଥରେ ପଶୁ ଓ ମଣିଷ ସମାହାରରେ ନୃସିଂହ ନାମକ ଏକ ଅଦ୍ଭୁତ ଜୀବର ସୃଷ୍ଟି। ପଞ୍ଚମରେ ବାମନରୂପୀ ଏକ ଅର୍ଦ୍ଧବିକଶିତ ମନୁଷ୍ୟର ସୃଷ୍ଟି। ଷଷ୍ଠରେ ପର୍ଶୁରାମ ନାମକ ଏକ ପୂର୍ଣ୍ଣାଙ୍ଗ ମନୁଷ୍ୟର ସୃଷ୍ଟି ଯିଏକି କ୍ରୋଧ, ହିଂସାପରି ପାଶବିକ ଗୁଣ ସମ୍ପନ୍ନ। ସପ୍ତମରେ ଶ୍ରୀରାମ ନାମକ ଏକ ସନ୍ତୁଳିତ ମସ୍ତିଷ୍କ ବିଶିଷ୍ଟ ପୂର୍ଣ୍ଣାଙ୍ଗ ମନୁଷ୍ୟର ଆବିର୍ଭାବ। ଅଷ୍ଟମରେ ବଳରାମ ନାମକ କୃଷି ବୃତ୍ତିଧାରୀ ଏକ ସାମାଜିକ ପୂର୍ଣ୍ଣାଙ୍ଗ ମନୁଷ୍ୟର ଆବିର୍ଭାବ। ନବମରେ ଜ୍ଞାନ ଓ ସାଧନା ପଥରେ ଅଗ୍ରଗାମୀ ବୁଦ୍ଧ ନାମକ ଏକ ସନ୍ତୁଳିତ ମନୁଷ୍ୟର ସୃଷ୍ଟି। ଦଶମରେ କଳ୍‌କୀ ନାମକ ଏକ ଜୀବ ଯିଏକି ଧ୍ବଂସ ସାଧନର ପ୍ରତୀକ। ଏହିପରି ଦଶଗୋଟି ବିବର୍ତ୍ତିତ ରୂପଦ୍ବାରା ଦଶପ୍ରକାର ପ୍ରାଣୀର ସୃଷ୍ଟି ବୋଲି ହିନ୍ଦୁମାନଙ୍କ ପୁରାଣରେ ବର୍ଣ୍ଣିତ ହୋଇଛି।

ବର୍ତ୍ତମାନ ସୁଦ୍ଧା ନଅପ୍ରକାର ଜୀବମାନଙ୍କର ସୃଷ୍ଟି ଲକ୍ଷଲକ୍ଷ ବର୍ଷ ଅନ୍ତରରେ ସମ୍ଭବପର ହୋଇପାରିଛି। ମାତ୍ର କଳ୍‌କୀରୂପୀ ଜୀବ ଏ ପର୍ଯ୍ୟନ୍ତ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇନାହାନ୍ତି। ପୁନଶ୍ଚ ମହାନ୍‌ଯୋଗୀ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ଅନୁଯାୟୀ ଚେତନାର ବିବର୍ତ୍ତନ ଦ୍ବାରା ରୂପ ଓ ଗୁଣର ବିବର୍ତ୍ତନ ଘଟିଥାଏ। ଏକ ସମ୍ପୂର୍ଣ୍ଣ ପ୍ରକାଶୋନ୍ମୁଖୀ ମନୁଷ୍ୟ ସାଧନାପଥରେ ଅଗ୍ରସର ହେଲେ ସେ ମାନବତ୍ବରୁ ଅତିମାନବତ୍ବ ରୂପ ଲାଭ କରିପାରେ ଏବଂ ଏହି ରୂପରୁ ମଧ୍ୟ ଦେବତା ରୂପରେ ରୂପାନ୍ତରିତ ହୋଇପାରେ।

ସେଦିନ ଆମେରିକାରେ ଥାଇ ବୈଜ୍ଞାନିକ ଡାରଉଇନ୍‌ଙ୍କ ବିବର୍ତ୍ତନ ଜନିତ ଅସଂହତି ଉପରେ ଲେଖାଗୁଡ଼ିକୁ ପଢ଼ୁପଢ଼ୁ ମୁଁ ଭାରତୀୟ ଦର୍ଶନ ତତ୍ତ୍ବ ବିଷୟରେ ଭାବିଭାବି ଆତ୍ମହରା ହୋଇଯାଇଥିଲି। ଆମେରିକାର ସ୍କୁଲ ମାନଙ୍କରେ ବିବର୍ତ୍ତନବାଦ ପଢ଼ା ନହେବାର ବହୁ ବର୍ଷ ପରେ ଏବେ ଟିଭି ପର୍ଦାରେ ଦେଖିବାକୁ ପାଇଲି ଯେ ଭାରତୀୟ ଛାତ୍ରଛାତ୍ରୀମାନେ ବିଜ୍ଞାନ ବିଷୟରେ ପଢ଼ୁଥିବା ଡାରଉଇନଙ୍କ ବିବର୍ତ୍ତନବାଦ ବିଷୟଟି ଏନସିଆରଟି ସିଲାବସରୁ ବାଦ୍‌ ଦିଆଯାଇଛି। ଏହା ପଢ଼ାନଯିବା ସପକ୍ଷରେ ଅନେକ ଭାରତୀୟ ଶିକ୍ଷାବିତ୍‌, ବୈଜ୍ଞାନିକ ଓ ଗବେଷକ ମତ ଦେଇଛନ୍ତି।

Comments are closed.