ଏବେ ସମ୍ବାଦପତ୍ର ପୃଷ୍ଠା ଲେଉଟାଇଲେ ମୁଦ୍ରାସ୍ଫୀତି ବା ଦରଦାମ ବୃଦ୍ଧି ସମ୍ବନ୍ଧରେ ସମ୍ବାଦମାନ ପଢିବାକୁ ମିଳୁଛି। ସମସ୍ତେ ଉଦ୍ବେଗ ପ୍ରକାଶ କରୁଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଏହି ଦରବୃଦ୍ଧି ଅଧିକ ହେଉଛି।
ଏହି ଦରବୃଦ୍ଧି କେବଳ ଭାରତରେ ନୁହେଁ; ଏହା ସାରା ବିଶ୍ବରେ ସମସ୍ୟା ସୃଷ୍ଟି କରିଛି। ସାଧାରଣ ଖାଉଟିମାନେ ନିଜ ନିଜରର ଅତ୍ୟାବଶ୍ୟକ ଦ୍ରବ୍ୟ ବିଶେଷକରି ଖାଦ୍ୟ ସାମଗ୍ରୀ ଆବଶ୍ୟକ ଅନୁସାରେ କିଣିବାକୁ ଅସମର୍ଥ। ସମ୍ବାଦ ପ୍ରକାଶ ପାଇଛି ଯେ, ବ୍ରିଟେନରେ ଖାଦ୍ୟ ଦ୍ରବ୍ୟ ମୂଲ୍ୟ ଏପରି ବୃଦ୍ଧି ପାଇଛି ଯାହା ଫଳରେ ଗରିବ ଲୋକେ ବେଳାଏ ଉପବାସ ରହୁଛନ୍ତି।
ବିଶ୍ବ ସାରା ଅର୍ଥଶାସ୍ତ୍ରୀମାନେ କହୁଛନ୍ତି କୋଭିଡ-୧୯ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ କମିଯିବାରୁ ଏ ସ୍ଥିତି ସୃଷ୍ଟି ହୋଇଛି। ଏହା ମଧ୍ୟ ଭାରତ ପକ୍ଷରେ ପ୍ରଯୁଜ୍ୟ।
ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବାରମ୍ବାର ତା’ର ମୁଦ୍ରା ନୀତିରେ ପରିବର୍ତ୍ତନ ଆଣି ରିପୋ ରେଟ ବୃଦ୍ଧି କଲେ ବି ଅମାନିଆ ମୁଦ୍ରା ତାକୁ ମାନୁ ନାହିଁ। ସ୍ଥିତି ନିୟନ୍ତ୍ରଣ ହେଉନାହିଁ, ଦରଦାମ ବଢ଼ି ଚାଲିଛି। କୋଭିଡ-୧୯ ମହାମାରୀ ମୁଖ୍ୟତଃ ମୁଦ୍ରାସ୍ଫୀତି ପାଇଁ ଦାୟୀ ହେଲେ ବି ଭାରତରେ କେନ୍ଦ୍ରରେ ହେଉ ଅବା ବିଭିନ୍ନ ରାଜ୍ୟରେ ହେଉ, ଯେଉଁ ବିଭିନ୍ନ ଦଳର ସରକାର ଅଛନ୍ତି, ସେମାନଙ୍କର ଆର୍ଥିକ ନୀତି ଦରଦାମ ବୃଦ୍ଧି ନିଆଁରେ ଘିଅ ଢାଳିବା ପରି ହେଉଛି।
୧୯୬୦ ଦଶକରେ କୃଷି ବିଶ୍ବବିଦ୍ୟାଳୟରେ ପଢିଲାବେଳେ ଆମକୁ ଅର୍ଥନୀତି ପଢାଉଥାନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ସ୍ବର୍ଗତ ଡକ୍ଟର ବୈଦ୍ୟନାଥ ମିଶ୍ର। ସେ ମୁଦ୍ରାସ୍ଫୀତି ବିଷୟରେ ପଢ଼ାଇବା ବେଳେ ଦରଦାମ ବୃଦ୍ଧିର କାରଣ ବୁଝାଇବାକୁ ଯାଇ କହୁଥିଲେ ବଜାରକୁ ଯେତେବେଳେ ସୀମିତ ଖାଉଟି ସାମଗ୍ରୀ ବିକ୍ରି ପାଇଁ ଆସେ ଆଉ ଖାଉଟିମାନଙ୍କ ପାଖରେ ତୁଳନାତ୍ମକ ଭାବେ ଅଧିକ ଅର୍ଥ ଥାଏ, ସେମାନେ ସାମଗ୍ରୀ କିଣିବାକୁ ଧରାପରା ହୁଅନ୍ତି। କାରଣ, ଆଶଙ୍କା କରନ୍ତି କାଳେ ସାମ୍ରଗ୍ରୀ ଶେଷ ହୋଇଯିବ। ଏହି ସୁଯୋଗ ନେଇ ବିକ୍ରେତା ଦର ବୃଦ୍ଧି କରି ବିକିବାକୁ ସୁଯୋଗ ପାଏ। ଏହାଦ୍ବାରା ଅତି ଗରିବ ଲୋକେ ହଇରାଣ ହୁଅନ୍ତି ବୋଲି ସାର୍ କହିଥିଲେ, ତାହା ଆଜି ପର୍ଯ୍ୟନ୍ତ ମନେ ଅଛି। ବର୍ତ୍ତମାନ ସେହି ପରିସ୍ଥିତି ସାରା ଦେଶରେ ଉପୁଜିଛି।
କେନ୍ଦ୍ର ସରକାର ଓ ଅନେକ ରାଜ୍ୟ ସରକାର ମାଗଣା ବା ନାମକୁ ମାତ୍ର ଦାମରେ ବିଭିନ୍ନ ସାମଗ୍ରୀ ଯୋଗାଇ ଦେବା ଦରଦାମ ବୃଦ୍ଧିର ଅନ୍ୟ ଏକ କାରଣ ମଧ୍ୟ। ଖାଦ୍ୟ ସୁରକ୍ଷା ଆଇନ କରି ମୋଟ ଲୋକସଂଖ୍ୟାର ୭୦ ଭାଗ ଲୋକଙ୍କୁ ନାମକୁ ମାତ୍ର ଦାମରେ ମୁଣ୍ଡ ପିଛା ମାସିକ ୫କେଜି ଲେଖା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଓଡ଼ିଶା ସରକାର ଏକ ପାଦ ଆଗକୁ ଯାଇ ୩ଟଙ୍କିଆ ଖାଦ୍ୟଶସ୍ୟକୁ ଆଉ ଦୁଇ ଟଙ୍କା ଛାଡ ଦେଇ ଟଙ୍କାକରେ ଯୋଗାଉଛନ୍ତି। କେନ୍ଦ୍ର ସରକାର ୭୦ ପ୍ରତିଶତ ଲୋକଙ୍କୁ ଦେବା ପାଇଁ କହିଥିଲେ ମଧ୍ୟ ଓଡ଼ିଶା ଆଉ ୧୦ ପ୍ରତିଶତ ବଢାଇ ନିଜ ଅର୍ଥରୁ ଯୋଗାଇ ଦେଉଛନ୍ତି। ଆମ ଦେଶରେ କ’ଣ ୭୦/୮୦ ଭାଗ ଲୋକ ନିଜ ଖାଦ୍ୟଶସ୍ୟ ନିଜେ ଯୋଗାଡ଼ କରି ପାରୁ ନାହାନ୍ତି ? ଖୁବ୍ ବେଶି ହେଲେ ୨୫ ଭାଗ ଲୋକ ଯାହାର ଜମିବାଡ଼ି ନାହଁ କିମ୍ବା ଆୟର କିଛି ସ୍ଥାୟୀ ପନ୍ଥା ନାହଁ, ସେହିମାନେ ହିଁ ଏହି ଖାଦ୍ୟଶସ୍ୟର ବ୍ୟବହାର କରନ୍ତି। ଅନ୍ୟମାନଙ୍କର ନିଜର ଖାଦ୍ୟଶସ୍ୟ ଥିବାରୁ ନିଜ ଖାଦ୍ୟଶସ୍ୟ ଖାଆନ୍ତି, ଖାଦ୍ୟ ସୁରକ୍ଷା ଆଇନରେ ମିଳୁଥିବା ଖାଦ୍ୟଶସ୍ୟର ଅଧିକାଂଶ ଭାଗ ବଜାରରେ ବିକ୍ରି କରି ଦିଅନ୍ତି। ଏବେ ଗାଁ କୁ ଯାଇ ଦେଖିଲି ବେପାରୀମାନେ ଗାଁ ଗାଁ ବୁଲି କେଜି ପ୍ରତି ୨୦ଟଙ୍କାରେ ଚାଉଳ କିଣି ନେଉଛନ୍ତି। ଏହା ସାଙ୍ଗକୁ କୋଭିଡ ଯୋଗୁଁ ଏବେ ଆଉ ଅଧିକ ମୁଣ୍ଡ ପିଛା ୫ କେଜି ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର। ଏହାକୁ ଅଧିକାଂଶ ଥିଲାବାଲାମାନେ ବଜାରରେ ବିକ୍ରି କରିବା ଫଳରେ ବିନା ପରିଶ୍ରମରେ କିଛି ପଇସା ପକେଟସ୍ଥ କରୁଛନ୍ତି।
ଧୀରେ ଧୀରେ ଲକ୍ଷ୍ୟ କରାଯାଉଛି ଯେ ବିଭିନ୍ନ ରାଜନୈତିକ ଦଳ ଦେଶବାସୀ କିପରି ନିଜେ ପରିଶ୍ରମ କରି ନିଜର ଆୟ ବଢାଇ ନିଜ ନିଜର ଅତ୍ୟାବଶ୍ୟକତାକୁ ମେଣ୍ଟାଇବେ, ସେଥିପାଇଁ ଆବଶ୍ୟକ ସୁଯୋଗ ଓ ଭିତ୍ତିଭୂମି ସୃଷ୍ଟି କରିବାକୁ ଯେତିକି ଉଦ୍ୟମ କରୁନାହାନ୍ତି ବିଭିନ୍ନ ଦଳର ସରକାରମାନେ, ତା’ ଅପେକ୍ଷା ମାଗଣାରେ ବିଭିନ୍ନ ସୁବିଧା ଯୋଗାଇ ଦେଇ ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି।
ଦିଲ୍ଲୀ ଓ ଏବେ ପଞ୍ଜାବ ରାଜ୍ୟେର ଶାସନ କରୁଥିବା ଆମ୍ ଆଦମୀ ପାର୍ଟି ସରକାରଙ୍କ କଥା କୁ଼ହାଯାଉ। ଏହି ଦଳର ମୁଖ୍ୟ ହେଉଛନ୍ତି ଦେଶର ଏକ ନାମକରା ଶିକ୍ଷାନୁଷ୍ଠାନ ଆଇ. ଆଇ.ଟି ଖଡ଼ଗପୁର ସ୍ନାତକ। ଅର୍ଥନୀତି ସମ୍ବନ୍ଧରେ ତାଙ୍କର ଯଥେଷ୍ଟ ଜ୍ଞାନ ଯେ ନାହିଁ ତାହା ନୁହେଁ; କିନ୍ତୁ ସେ କରୁଛନ୍ତି କ’ଣ? ମାଗଣାରେ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ କରୁଛନ୍ତି କେତେକ ଗ୍ରାହକଙ୍କୁ। ସମସ୍ତେ କ’ଣ ନିଜର ବିଦ୍ୟୁତ୍ ବିଲ୍ ଓ ପାଣି ବିଲ୍ ଦେବା ପାଇଁ ଅକ୍ଷମ? ଯଦି ଅକ୍ଷମ ତେବେ ତାଙ୍କର ରୋଜଗାର ପନ୍ଥା ବଢାଇ ଅଧିକ ଆୟ କରିବାର ବ୍ୟବସ୍ଥା ନକରି ବସ୍ରେ ମହିଳାମାନେ ଯାତ୍ରା କଲେ ମାଗଣାରେ ଯାଉଛନ୍ତି -ଧନୀ ନିର୍ଦ୍ଧନ ନିର୍ବିଶେଷରେ। ଯେଉଁମାନେ ଦିଲ୍ଲୀରେ ବସ୍ଯାତ୍ରା କରୁଥିବେ ଲକ୍ଷ୍ୟ କରିଥିବେ ମୋଟ ଯାତ୍ରୀଙ୍କ ମଧ୍ୟରୁ ଅନ୍ତତଃ ୩୦ ପ୍ରତିଶତ ମହିଳା। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ କର୍ମଜୀବୀ ଏବଂ ବସ୍ଭଡା ଦେଵା ପାଇଁ ସକ୍ଷମ। ଏ କି ଅର୍ଥନୀତି? ଏହି ଅର୍ଥରେ ନୂଆ ବସ୍ ତ ଚାଲି ପାରନ୍ତା । ଏହା କ’ଣ ମୁଦ୍ରାସ୍ଫୀତି ଵଢାଉ ନାହଁ ?
ପଶ୍ଚିମ ବଙ୍ଗରେ ଆର୍ଥିକ ସ୍ଥିତି ଶୋଚନୀୟ। ସେଠି ମଧ୍ୟ ଅନେକ ମାଗଣା ବଣ୍ଟନ ଚାଲିଛି। ଗୋଟିଏ ହେଲା ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟକୁ ମାସକୁ ମାସ ଟଙ୍କା ପଠାଯାଉଛି ଟି.ଏମ.ସି ସରକାରଙ୍କ ଦ୍ବାରା। ଏବେ ପ୍ରତି ଦୁର୍ଗା ପୂଜା ପେଣ୍ଡାଲକୁ ଅର୍ଥ ଦିଆଗଲା। ଅନେକ ଲାଭାର୍ଥୀ ଯୋଜନା କାର୍ଯ୍ୟକାରୀ କରାଯାଇ ଅର୍ଥ ବଣ୍ଟା ଯାଉଛି। ଏଣେ ଭିତ୍ତିଭୂମି ସୃଷ୍ଟି କରି ଉତ୍ପାଦନ ବଢ଼ାଇବା ପାଇଁ ଅର୍ଥ ନାହଁ ରାଜକୋଷରେ। ଋଣ କରାଯାଉଛି।
ତାମିଲନାଡୁ ତ ମାଗଣା ଯୋଜନା କରିଵାରେ ଆଗୁଆ । ସେ ଡିଏମକେ ଅବା ଏଇଆଇଡିଏମକେ ସରକାର ହୁଅନ୍ତୁ। ଟିଭି ଠାରୁ ଗ୍ରାଇଣ୍ଡର ଏବଂ ମଙ୍ଗଳ ସୂତ୍ର ଆଦି ଅନେକ ମାଗଣା ଯୋଜନା। ବର୍ତ୍ତମାନ ତେଲଙ୍ଗାନାର ଟିଆରଏସ ସରକାର ମାଗଣା ଯୋଜନାରେ ଛାଇ ଦେଲେଣି। ସେଥିରୁ କେତୋଟି ହେଲା ଚାଷୀ, ମତ୍ସ୍ୟଜୀବୀ, ମେଷପାଳକ, ରଜକ, ସାଲୁନ ପାଇଁ ମାଗଣା ବଣ୍ଟନ ଏବଂ ମୁସଲମାନ ଯୁବତୀଙ୍କ ପାଇଁ ସାଦିମୁବାରକ, ହିନ୍ଦୁ ଯୁବତୀଙ୍କ ପାଇଁ କଲ୍ୟାଣ ଲକ୍ଷ୍ମୀ ଆଦି ଅନେକ ମାଗଣା ଯୋଜନା। ଏସବୁ ଯୋଜନା ଉତ୍ପାଦନ ବଢାଉ ନାହିଁ । ଏହାଦ୍ବାରା ଲୋକଙ୍କ ହାତକୁ କଞ୍ଚା ପଇସା ଯିବାରୁ ସେମାନେ ବିଭିନ୍ନ ଦ୍ରବ୍ୟ କିଣିବାକୁ ଭିଡ ଜମାଉଛନ୍ତି। ଦରଦାମ ବଢୁଛି।
ଏବେ ମୁଁ ଆମ ଗାଁ କୁ ନିୟମିତ ଯାଉଛି। ଆମ ଗାଁ ଏକ ଭଲ ଚାଷୀ ଗାଁ ଥିଲା। ଆମ ଗାଁର ଲୋକେ ଅଳ୍ପ କେତେଜଣଙ୍କୁ ଛାଡି ଦେଲେ ଅନ୍ୟ କେହି ବ୍ୟାଗ ଧରି ହାଟକୁ ପରିବା କିଣିବା ପାଇଁ ଯାଉ ନଥିଲେ। ବରଂ ଅଧିକାଂଶ କିଛି ନା କିଛି ବାଡି,ବଗିଚାରେ କରିଥିଵା ପନିପରିବା ବିକିବାକୁ ନେଉଥିଲେ। ଆଜି ବାଡି ବଗିଚା ଅଛି; କିନ୍ତୁ ଆଜିର ଯୁବସମାଜ କୃଷି କ୍ଷେତ୍ରରେ କାମ କରିବାକୁ ନାରାଜ। ସହଜ ଅର୍ଥ ପଛରେ ଗୋଡାଉଛନ୍ତି। ଠିକାଦାର ପଛରେ, କୁଜି ରାଜନେତାଙ୍କ ପଛରେ ଅବା କେଉଁଠି ଅଳ୍ପ କାମକରି କିଛି ମିଳିଗଲେ ଦୈନିକ ମଟର ସାଇକଲ ତେଲ ଖର୍ଚ୍ଚ ଉଠିଗଲେ ଖୁସି; କିନ୍ତୁ ନିଜ ଜମିରେ ଫସଲ କରିବାକୁ ଆଗ୍ରହ ନାହିଁ। ଆଗେ ଚାଳଘର ସବୁ ଥିଲା । ପିଢାରେ କଖାରୁ, ପାଣି କଖାରୁ, ଲାଉ ଆଦି ପରିବା ଫଳାଉ ଥିଲେ। ଆଜି କୋଠାଘରର ଛାତ ଅଛି। କୋଠାଘର ଛାତରେ ଏସବୁ ପରିବା ମଡ଼େଇ ଫଳାଇ ହେବ, କିନ୍ତୁ ଏପରି ପରିବା ଫଳାଇବା ପ୍ରାୟ ଦେଖିଲି ନାହଁ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୁଲି ଗଲାବେଳେ ଜାଣିବାକୁ ମିଳୁଛି ଯୁବସମାଜ ମଧ୍ୟରେ ଗଞ୍ଜେଇ ସେବନ ସହ ମାଦକ ଦ୍ରବ୍ୟ ସେବନ ବଢ଼ି ବଢି ଚାଲିଛି। ଯୁବ ସମାଜ ମାଟିକାଦୁଅ ହୋଇ କୃଷି ଉତ୍ପାଦନ ପାଇଁ ଇଚ୍ଛା କରୁନି। ଉତ୍ପାଦନ ନ ବଢିବା ଯୋଗୁଁ ଦରଦାମ ବଢୁଛି। ସରକାରୀ ବୃତ୍ତି କରୁଥିବା ବ୍ୟକ୍ତି,ବଡ଼ ବଡ଼ ବ୍ୟବସାୟୀ, ପେନ୍ସନ ପାଉଥିବା ଲୋକଙ୍କର ତ ବ୍ୟୟ ତୁଳନାରେ ଆୟ ଅଧିକ ଏବଂ ବେତନ ଓ ପେନସନ ପାଉଥିବା ଲୋକଙ୍କର ତ ଦରଦାମ ବଢିଲେ ମହଙ୍ଗା ଭତ୍ତା ବଢୁଛି। ଦରଦାମ ବୃଦ୍ଧି ସେମାନଙ୍କୁ ସେମିତି ବାଧୁ ନାହିଁ। ଯେଉଁମାନେ ଖଟିଖିଆ, ଗରିବ, ଯେଉଁମାନଙ୍କର ନିୟମିତ ଆୟ ନାହଁ ସେହିମାନଙ୍କୁ ଦରଦାମ ବୃଦ୍ଧି ବିଶେଷ ବାଧୁଛି।
କୋଭିଡ -୧୯ ପ୍ରଭାବରେ ନିଶ୍ଚିତ ଭାବରେ ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ କମାଇ ଦେବାରୁ ସମଗ୍ର ଵିଶ୍ବ ସମେତ ଭାରତରେ ମୁଦ୍ରସ୍ଫୀତି ଘଟି ଦରଦାମ ବୃଦ୍ଧି ପାଉଛି; କିନ୍ତୁ ଆମର ବୋଝ ଉପରେ ନଳିତା ବିଡା ପରି ଯେଉଁସବୁ ମାଗଣା ବଣ୍ଟନ ଯୋଜନା କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ କାର୍ଯ୍ୟକାରୀ କରୁଛନ୍ତି, ସେସବୁ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ ନକରି ଲୋକଙ୍କ ହାତକୁ ଅକାରଣରେ ଅନାବଶ୍ୟକ ପଇସା ଯାଉଛି, ଯାହା ଦରଦାମ ବୃଦ୍ଧିରେ ନିଆଁରେ ଘିଅ ଢାଳିବା ପରି କାମ କରୁଛି। ସୁତରାଂ ଉତ୍ପାଦନ ମୂଳକ ଯୋଜନା କରି କାର୍ଯ୍ୟକାରୀ କଲେ ଉତ୍ପାଦନ ବଢିବ ଏବଂ ଲୋକମାନଙ୍କ ହାତକୁ ପଇସା ଯିବ, ବଜାର ସମତୁଲ ରହିଵ- ମୁଦ୍ରସ୍ଫୀତି ନିୟନ୍ତ୍ରଣାଧୀନ ହେବ।ଏବେ ସମ୍ବାଦପତ୍ର ପୃଷ୍ଠା ଲେଉଟାଇଲେ ମୁଦ୍ରାସ୍ଫୀତି ବା ଦରଦାମ ବୃଦ୍ଧି ସମ୍ବନ୍ଧରେ ସମ୍ବାଦମାନ ପଢିବାକୁ ମିଳୁଛି। ସମସ୍ତେ ଉଦ୍ବେଗ ପ୍ରକାଶ କରୁଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଏହି ଦରବୃଦ୍ଧି ଅଧିକ ହେଉଛି।
ଏହି ଦରବୃଦ୍ଧି କେବଳ ଭାରତରେ ନୁହେଁ; ଏହା ସାରା ବିଶ୍ବରେ ସମସ୍ୟା ସୃଷ୍ଟି କରିଛି। ସାଧାରଣ ଖାଉଟିମାନେ ନିଜ ନିଜରର ଅତ୍ୟାବଶ୍ୟକ ଦ୍ରବ୍ୟ ବିଶେଷକରି ଖାଦ୍ୟ ସାମଗ୍ରୀ ଆବଶ୍ୟକ ଅନୁସାରେ କିଣିବାକୁ ଅସମର୍ଥ। ସମ୍ବାଦ ପ୍ରକାଶ ପାଇଛି ଯେ, ବ୍ରିଟେନରେ ଖାଦ୍ୟ ଦ୍ରବ୍ୟ ମୂଲ୍ୟ ଏପରି ବୃଦ୍ଧି ପାଇଛି ଯାହା ଫଳରେ ଗରିବ ଲୋକେ ବେଳାଏ ଉପବାସ ରହୁଛନ୍ତି।
ବିଶ୍ବ ସାରା ଅର୍ଥଶାସ୍ତ୍ରୀମାନେ କହୁଛନ୍ତି କୋଭିଡ-୧୯ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ କମିଯିବାରୁ ଏ ସ୍ଥିତି ସୃଷ୍ଟି ହୋଇଛି। ଏହା ମଧ୍ୟ ଭାରତ ପକ୍ଷରେ ପ୍ରଯୁଜ୍ୟ।
ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବାରମ୍ବାର ତା’ର ମୁଦ୍ରା ନୀତିରେ ପରିବର୍ତ୍ତନ ଆଣି ରିପୋ ରେଟ ବୃଦ୍ଧି କଲେ ବି ଅମାନିଆ ମୁଦ୍ରା ତାକୁ ମାନୁ ନାହିଁ। ସ୍ଥିତି ନିୟନ୍ତ୍ରଣ ହେଉନାହିଁ, ଦରଦାମ ବଢ଼ି ଚାଲିଛି। କୋଭିଡ-୧୯ ମହାମାରୀ ମୁଖ୍ୟତଃ ମୁଦ୍ରାସ୍ଫୀତି ପାଇଁ ଦାୟୀ ହେଲେ ବି ଭାରତରେ କେନ୍ଦ୍ରରେ ହେଉ ଅବା ବିଭିନ୍ନ ରାଜ୍ୟରେ ହେଉ, ଯେଉଁ ବିଭିନ୍ନ ଦଳର ସରକାର ଅଛନ୍ତି, ସେମାନଙ୍କର ଆର୍ଥିକ ନୀତି ଦରଦାମ ବୃଦ୍ଧି ନିଆଁରେ ଘିଅ ଢାଳିବା ପରି ହେଉଛି।
୧୯୬୦ ଦଶକରେ କୃଷି ବିଶ୍ବବିଦ୍ୟାଳୟରେ ପଢିଲାବେଳେ ଆମକୁ ଅର୍ଥନୀତି ପଢାଉଥାନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ସ୍ବର୍ଗତ ଡକ୍ଟର ବୈଦ୍ୟନାଥ ମିଶ୍ର। ସେ ମୁଦ୍ରାସ୍ଫୀତି ବିଷୟରେ ପଢ଼ାଇବା ବେଳେ ଦରଦାମ ବୃଦ୍ଧିର କାରଣ ବୁଝାଇବାକୁ ଯାଇ କହୁଥିଲେ ବଜାରକୁ ଯେତେବେଳେ ସୀମିତ ଖାଉଟି ସାମଗ୍ରୀ ବିକ୍ରି ପାଇଁ ଆସେ ଆଉ ଖାଉଟିମାନଙ୍କ ପାଖରେ ତୁଳନାତ୍ମକ ଭାବେ ଅଧିକ ଅର୍ଥ ଥାଏ, ସେମାନେ ସାମଗ୍ରୀ କିଣିବାକୁ ଧରାପରା ହୁଅନ୍ତି। କାରଣ, ଆଶଙ୍କା କରନ୍ତି କାଳେ ସାମ୍ରଗ୍ରୀ ଶେଷ ହୋଇଯିବ। ଏହି ସୁଯୋଗ ନେଇ ବିକ୍ରେତା ଦର ବୃଦ୍ଧି କରି ବିକିବାକୁ ସୁଯୋଗ ପାଏ। ଏହାଦ୍ବାରା ଅତି ଗରିବ ଲୋକେ ହଇରାଣ ହୁଅନ୍ତି ବୋଲି ସାର୍ କହିଥିଲେ, ତାହା ଆଜି ପର୍ଯ୍ୟନ୍ତ ମନେ ଅଛି। ବର୍ତ୍ତମାନ ସେହି ପରିସ୍ଥିତି ସାରା ଦେଶରେ ଉପୁଜିଛି।
କେନ୍ଦ୍ର ସରକାର ଓ ଅନେକ ରାଜ୍ୟ ସରକାର ମାଗଣା ବା ନାମକୁ ମାତ୍ର ଦାମରେ ବିଭିନ୍ନ ସାମଗ୍ରୀ ଯୋଗାଇ ଦେବା ଦରଦାମ ବୃଦ୍ଧିର ଅନ୍ୟ ଏକ କାରଣ ମଧ୍ୟ। ଖାଦ୍ୟ ସୁରକ୍ଷା ଆଇନ କରି ମୋଟ ଲୋକସଂଖ୍ୟାର ୭୦ ଭାଗ ଲୋକଙ୍କୁ ନାମକୁ ମାତ୍ର ଦାମରେ ମୁଣ୍ଡ ପିଛା ମାସିକ ୫କେଜି ଲେଖା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଓଡ଼ିଶା ସରକାର ଏକ ପାଦ ଆଗକୁ ଯାଇ ୩ଟଙ୍କିଆ ଖାଦ୍ୟଶସ୍ୟକୁ ଆଉ ଦୁଇ ଟଙ୍କା ଛାଡ ଦେଇ ଟଙ୍କାକରେ ଯୋଗାଉଛନ୍ତି। କେନ୍ଦ୍ର ସରକାର ୭୦ ପ୍ରତିଶତ ଲୋକଙ୍କୁ ଦେବା ପାଇଁ କହିଥିଲେ ମଧ୍ୟ ଓଡ଼ିଶା ଆଉ ୧୦ ପ୍ରତିଶତ ବଢାଇ ନିଜ ଅର୍ଥରୁ ଯୋଗାଇ ଦେଉଛନ୍ତି। ଆମ ଦେଶରେ କ’ଣ ୭୦/୮୦ ଭାଗ ଲୋକ ନିଜ ଖାଦ୍ୟଶସ୍ୟ ନିଜେ ଯୋଗାଡ଼ କରି ପାରୁ ନାହାନ୍ତି ? ଖୁବ୍ ବେଶି ହେଲେ ୨୫ ଭାଗ ଲୋକ ଯାହାର ଜମିବାଡ଼ି ନାହଁ କିମ୍ବା ଆୟର କିଛି ସ୍ଥାୟୀ ପନ୍ଥା ନାହଁ, ସେହିମାନେ ହିଁ ଏହି ଖାଦ୍ୟଶସ୍ୟର ବ୍ୟବହାର କରନ୍ତି। ଅନ୍ୟମାନଙ୍କର ନିଜର ଖାଦ୍ୟଶସ୍ୟ ଥିବାରୁ ନିଜ ଖାଦ୍ୟଶସ୍ୟ ଖାଆନ୍ତି, ଖାଦ୍ୟ ସୁରକ୍ଷା ଆଇନରେ ମିଳୁଥିବା ଖାଦ୍ୟଶସ୍ୟର ଅଧିକାଂଶ ଭାଗ ବଜାରରେ ବିକ୍ରି କରି ଦିଅନ୍ତି। ଏବେ ଗାଁ କୁ ଯାଇ ଦେଖିଲି ବେପାରୀମାନେ ଗାଁ ଗାଁ ବୁଲି କେଜି ପ୍ରତି ୨୦ଟଙ୍କାରେ ଚାଉଳ କିଣି ନେଉଛନ୍ତି। ଏହା ସାଙ୍ଗକୁ କୋଭିଡ ଯୋଗୁଁ ଏବେ ଆଉ ଅଧିକ ମୁଣ୍ଡ ପିଛା ୫ କେଜି ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର। ଏହାକୁ ଅଧିକାଂଶ ଥିଲାବାଲାମାନେ ବଜାରରେ ବିକ୍ରି କରିବା ଫଳରେ ବିନା ପରିଶ୍ରମରେ କିଛି ପଇସା ପକେଟସ୍ଥ କରୁଛନ୍ତି।
ଧୀରେ ଧୀରେ ଲକ୍ଷ୍ୟ କରାଯାଉଛି ଯେ ବିଭିନ୍ନ ରାଜନୈତିକ ଦଳ ଦେଶବାସୀ କିପରି ନିଜେ ପରିଶ୍ରମ କରି ନିଜର ଆୟ ବଢାଇ ନିଜ ନିଜର ଅତ୍ୟାବଶ୍ୟକତାକୁ ମେଣ୍ଟାଇବେ, ସେଥିପାଇଁ ଆବଶ୍ୟକ ସୁଯୋଗ ଓ ଭିତ୍ତିଭୂମି ସୃଷ୍ଟି କରିବାକୁ ଯେତିକି ଉଦ୍ୟମ କରୁନାହାନ୍ତି ବିଭିନ୍ନ ଦଳର ସରକାରମାନେ, ତା’ ଅପେକ୍ଷା ମାଗଣାରେ ବିଭିନ୍ନ ସୁବିଧା ଯୋଗାଇ ଦେଇ ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି।
ଦିଲ୍ଲୀ ଓ ଏବେ ପଞ୍ଜାବ ରାଜ୍ୟରେ ଶାସନ କରୁଥିବା ଆମ୍ ଆଦମୀ ପାର୍ଟି ସରକାରଙ୍କ କଥା କୁ଼ହାଯାଉ। ଏହି ଦଳର ମୁଖ୍ୟ ହେଉଛନ୍ତି ଦେଶର ଏକ ନାମକରା ଶିକ୍ଷାନୁଷ୍ଠାନ ଆଇ. ଆଇ.ଟି ଖଡ଼ଗପୁର ସ୍ନାତକ। ଅର୍ଥନୀତି ସମ୍ବନ୍ଧରେ ତାଙ୍କର ଯଥେଷ୍ଟ ଜ୍ଞାନ ଯେ ନାହିଁ ତାହା ନୁହେଁ; କିନ୍ତୁ ସେ କରୁଛନ୍ତି କ’ଣ? ମାଗଣାରେ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ କରୁଛନ୍ତି କେତେକ ଗ୍ରାହକଙ୍କୁ। ସମସ୍ତେ କ’ଣ ନିଜର ବିଦ୍ୟୁତ୍ ବିଲ୍ ଓ ପାଣି ବିଲ୍ ଦେବା ପାଇଁ ଅକ୍ଷମ? ଯଦି ଅକ୍ଷମ ତେବେ ତାଙ୍କର ରୋଜଗାର ପନ୍ଥା ବଢାଇ ଅଧିକ ଆୟ କରିବାର ବ୍ୟବସ୍ଥା ନକରି ବସ୍ରେ ମହିଳାମାନେ ଯାତ୍ରା କଲେ ମାଗଣାରେ ଯାଉଛନ୍ତି -ଧନୀ ନିର୍ଦ୍ଧନ ନିର୍ବିଶେଷରେ। ଯେଉଁମାନେ ଦିଲ୍ଲୀରେ ବସ୍ଯାତ୍ରା କରୁଥିବେ ଲକ୍ଷ୍ୟ କରିଥିବେ ମୋଟ ଯାତ୍ରୀଙ୍କ ମଧ୍ୟରୁ ଅନ୍ତତଃ ୩୦ ପ୍ରତିଶତ ମହିଳା। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ କର୍ମଜୀବୀ ଏବଂ ବସ୍ଭଡା ଦେଵା ପାଇଁ ସକ୍ଷମ। ଏ କି ଅର୍ଥନୀତି? ଏହି ଅର୍ଥରେ ନୂଆ ବସ୍ ତ ଚାଲି ପାରନ୍ତା । ଏହା କ’ଣ ମୁଦ୍ରାସ୍ଫୀତି ଵଢାଉ ନାହଁ ?
ପଶ୍ଚିମ ବଙ୍ଗରେ ଆର୍ଥିକ ସ୍ଥିତି ଶୋଚନୀୟ। ସେଠି ମଧ୍ୟ ଅନେକ ମାଗଣା ବଣ୍ଟନ ଚାଲିଛି। ଗୋଟିଏ ହେଲା ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟକୁ ମାସକୁ ମାସ ଟଙ୍କା ପଠାଯାଉଛି ଟି.ଏମ.ସି ସରକାରଙ୍କ ଦ୍ବାରା। ଏବେ ପ୍ରତି ଦୁର୍ଗା ପୂଜା ପେଣ୍ଡାଲକୁ ଅର୍ଥ ଦିଆଗଲା। ଅନେକ ଲାଭାର୍ଥୀ ଯୋଜନା କାର୍ଯ୍ୟକାରୀ କରାଯାଇ ଅର୍ଥ ବଣ୍ଟା ଯାଉଛି। ଏଣେ ଭିତ୍ତିଭୂମି ସୃଷ୍ଟି କରି ଉତ୍ପାଦନ ବଢ଼ାଇବା ପାଇଁ ଅର୍ଥ ନାହଁ ରାଜକୋଷରେ। ଋଣ କରାଯାଉଛି।
ତାମିଲନାଡୁ ତ ମାଗଣା ଯୋଜନା କରିଵାରେ ଆଗୁଆ । ସେ ଡିଏମକେ ଅବା ଏଇଆଇଡିଏମକେ ସରକାର ହୁଅନ୍ତୁ। ଟିଭି ଠାରୁ ଗ୍ରାଇଣ୍ଡର ଏବଂ ମଙ୍ଗଳ ସୂତ୍ର ଆଦି ଅନେକ ମାଗଣା ଯୋଜନା। ବର୍ତ୍ତମାନ ତେଲଙ୍ଗାନାର ଟିଆରଏସ ସରକାର ମାଗଣା ଯୋଜନାରେ ଛାଇ ଦେଲେଣି। ସେଥିରୁ କେତୋଟି ହେଲା ଚାଷୀ, ମତ୍ସ୍ୟଜୀବୀ, ମେଷପାଳକ, ରଜକ, ସାଲୁନ ପାଇଁ ମାଗଣା ବଣ୍ଟନ ଏବଂ ମୁସଲମାନ ଯୁବତୀଙ୍କ ପାଇଁ ସାଦିମୁବାରକ, ହିନ୍ଦୁ ଯୁବତୀଙ୍କ ପାଇଁ କଲ୍ୟାଣ ଲକ୍ଷ୍ମୀ ଆଦି ଅନେକ ମାଗଣା ଯୋଜନା। ଏସବୁ ଯୋଜନା ଉତ୍ପାଦନ ବଢାଉ ନାହିଁ । ଏହାଦ୍ବାରା ଲୋକଙ୍କ ହାତକୁ କଞ୍ଚା ପଇସା ଯିବାରୁ ସେମାନେ ବିଭିନ୍ନ ଦ୍ରବ୍ୟ କିଣିବାକୁ ଭିଡ ଜମାଉଛନ୍ତି। ଦରଦାମ ବଢୁଛି।
ଏବେ ମୁଁ ଆମ ଗାଁ କୁ ନିୟମିତ ଯାଉଛି। ଆମ ଗାଁ ଏକ ଭଲ ଚାଷୀ ଗାଁ ଥିଲା। ଆମ ଗାଁର ଲୋକେ ଅଳ୍ପ କେତେଜଣଙ୍କୁ ଛାଡି ଦେଲେ ଅନ୍ୟ କେହି ବ୍ୟାଗ ଧରି ହାଟକୁ ପରିବା କିଣିବା ପାଇଁ ଯାଉ ନଥିଲେ। ବରଂ ଅଧିକାଂଶ କିଛି ନା କିଛି ବାଡି,ବଗିଚାରେ କରିଥିଵା ପନିପରିବା ବିକିବାକୁ ନେଉଥିଲେ। ଆଜି ବାଡି ବଗିଚା ଅଛି; କିନ୍ତୁ ଆଜିର ଯୁବସମାଜ କୃଷି କ୍ଷେତ୍ରରେ କାମ କରିବାକୁ ନାରାଜ। ସହଜ ଅର୍ଥ ପଛରେ ଗୋଡାଉଛନ୍ତି। ଠିକାଦାର ପଛରେ, କୁଜି ରାଜନେତାଙ୍କ ପଛରେ ଅବା କେଉଁଠି ଅଳ୍ପ କାମକରି କିଛି ମିଳିଗଲେ ଦୈନିକ ମଟର ସାଇକଲ ତେଲ ଖର୍ଚ୍ଚ ଉଠିଗଲେ ଖୁସି; କିନ୍ତୁ ନିଜ ଜମିରେ ଫସଲ କରିବାକୁ ଆଗ୍ରହ ନାହିଁ। ଆଗେ ଚାଳଘର ସବୁ ଥିଲା । ପିଢାରେ କଖାରୁ, ପାଣି କଖାରୁ, ଲାଉ ଆଦି ପରିବା ଫଳାଉ ଥିଲେ। ଆଜି କୋଠାଘରର ଛାତ ଅଛି। କୋଠାଘର ଛାତରେ ଏସବୁ ପରିବା ମଡ଼େଇ ଫଳାଇ ହେବ, କିନ୍ତୁ ଏପରି ପରିବା ଫଳାଇବା ପ୍ରାୟ ଦେଖିଲି ନାହଁ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୁଲି ଗଲାବେଳେ ଜାଣିବାକୁ ମିଳୁଛି ଯୁବସମାଜ ମଧ୍ୟରେ ଗଞ୍ଜେଇ ସେବନ ସହ ମାଦକ ଦ୍ରବ୍ୟ ସେବନ ବଢ଼ି ବଢି ଚାଲିଛି। ଯୁବ ସମାଜ ମାଟିକାଦୁଅ ହୋଇ କୃଷି ଉତ୍ପାଦନ ପାଇଁ ଇଚ୍ଛା କରୁନି। ଉତ୍ପାଦନ ନ ବଢିବା ଯୋଗୁଁ ଦରଦାମ ବଢୁଛି। ସରକାରୀ ବୃତ୍ତି କରୁଥିବା ବ୍ୟକ୍ତି,ବଡ଼ ବଡ଼ ବ୍ୟବସାୟୀ, ପେନ୍ସନ ପାଉଥିବା ଲୋକଙ୍କର ତ ବ୍ୟୟ ତୁଳନାରେ ଆୟ ଅଧିକ ଏବଂ ବେତନ ଓ ପେନସନ ପାଉଥିବା ଲୋକଙ୍କର ତ ଦରଦାମ ବଢିଲେ ମହଙ୍ଗା ଭତ୍ତା ବଢୁଛି। ଦରଦାମ ବୃଦ୍ଧି ସେମାନଙ୍କୁ ସେମିତି ବାଧୁ ନାହିଁ। ଯେଉଁମାନେ ଖଟିଖିଆ, ଗରିବ, ଯେଉଁମାନଙ୍କର ନିୟମିତ ଆୟ ନାହଁ ସେହିମାନଙ୍କୁ ଦରଦାମ ବୃଦ୍ଧି ବିଶେଷ ବାଧୁଛି।
କୋଭିଡ -୧୯ ପ୍ରଭାବରେ ନିଶ୍ଚିତ ଭାବରେ ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ କମାଇ ଦେବାରୁ ସମଗ୍ର ଵିଶ୍ବ ସମେତ ଭାରତରେ ମୁଦ୍ରସ୍ଫୀତି ଘଟି ଦରଦାମ ବୃଦ୍ଧି ପାଉଛି; କିନ୍ତୁ ଆମର ବୋଝ ଉପରେ ନଳିତା ବିଡା ପରି ଯେଉଁସବୁ ମାଗଣା ବଣ୍ଟନ ଯୋଜନା କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ କାର୍ଯ୍ୟକାରୀ କରୁଛନ୍ତି, ସେସବୁ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ ନକରି ଲୋକଙ୍କ ହାତକୁ ଅକାରଣରେ ଅନାବଶ୍ୟକ ପଇସା ଯାଉଛି, ଯାହା ଦରଦାମ ବୃଦ୍ଧିରେ ନିଆଁରେ ଘିଅ ଢାଳିବା ପରି କାମ କରୁଛି। ସୁତରାଂ ଉତ୍ପାଦନ ମୂଳକ ଯୋଜନା କରି କାର୍ଯ୍ୟକାରୀ କଲେ ଉତ୍ପାଦନ ବଢିବ ଏବଂ ଲୋକମାନଙ୍କ ହାତକୁ ପଇସା ଯିବ, ବଜାର ସମତୁଲ ରହିଵ- ମୁଦ୍ରସ୍ଫୀତି ନିୟନ୍ତ୍ରଣାଧୀନ ହେବ।


