www.samajalive.in
Sunday, December 7, 2025
18.1 C
Bhubaneswar

‘ରାଜ୍ୟସ୍ତରୀୟ ପୁଲିସ ଶିକ୍ଷାର୍ଥୀ ବାହିନୀ’ର ଶୁଭାରମ୍ଭ’

ଭୁବନେଶ୍ବର : କିଛି ମାସ ଧରି ଚର୍ଚ୍ଚାରେ ରହିଥିବା ‘ପୁଲିସ ଶିକ୍ଷାର୍ଥୀ ବାହିନୀ’ର ଗୁରୁବାର ଶୁଭାରମ୍ଭ ହୋଇଛି। ହାଇସ୍କୁଲର ଛାତ୍ରଛାତ୍ରୀ ପୁଲିସ ଶିକ୍ଷାର୍ଥୀ ବାହିନୀ(ଏସ୍‌ପିସି)ରେ ସାମିଲ୍‌ ହେଇ ଭଲ ନାଗରିକ ହେବା ସହ ପୁଲିସ ପ୍ରତି ରହିଥିବା ମ​‌େ​‌ନାଭାବରେ ପରିବର୍ତ୍ତନ ଆସିବ। ଏହି ଛାତ୍ରଛାତ୍ରୀମାନେ ପୁଲିସ ପୋଷାକ ପିନ୍ଧିବା ପରେ ଶୃଙ୍ଖଳାର ମୂଲ୍ୟ ବୁଝିପାରିବେ। ସେମାନଙ୍କ ଚରିତ୍ର ଗଠନରେ ଏହା ବିଶେଷ ସହାୟକ ହେବ।
ପୁଲିସ ବାହିନୀର କାର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଅବଗତ ହେବେ ବୋଲି କହିଛନ୍ତି ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ(ଗୃହ ବିଭାଗ) ଅସିତ ତ୍ରିପାଠୀ। ୟୁନିଟ୍‌-୩ସ୍ଥିତ କ୍ୟାପିଟାଲ୍‌ ହାଇସ୍କୁଲ୍‌ ପରିସରରେ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ଅବସରରେ ଶ୍ରୀ ତ୍ରିପାଠୀ କହିଥିଲେ, ପୁଲିସ ସହିତ ସମ୍ପର୍କର ସେତୁ ବାନ୍ଧିବା, ପୁଲିସର ଭୂମିକା ଏବଂ ଆହ୍ବାନକୁ ସାଧାରଣଲୋକଙ୍କ ମଧ୍ୟରେ ପହଞ୍ଚାଇବା ନିମନ୍ତେ ଏହା ଏକ ଉତ୍ତମ କାର୍ଯ୍ୟକ୍ରମ।
କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ସମ୍ପର୍କରେ ୨୦୧୮ ଜୁଲାଇରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲା। ତେବେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ରାଜ୍ୟର ୪୦ଟି ସ୍କୁଲକୁ ମନୋନୟନ କରିବା ଲାଗି କୁହାଯାଇଥିଲା। ରାଜ୍ୟର ୬ କେନ୍ଦ୍ରୀୟ ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ସାମିଲ୍‌ କରାଯାଇଛି। ଛାତ୍ରଛାତ୍ରୀମାନେ ନିଜେ ଆଇନକାନୁନ୍ ସମ୍ପର୍କରେ ଅବଗତ ହେବା ସହିତ ଅନ୍ୟମାନଙ୍କୁ ସଚେତନ କରାଇପାରିବେ ବୋଲି ସେ କହିଛନ୍ତି।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପୁଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏଁ ସ୍କୁଲକୁ ଏସ୍‌ପିସି କାର୍ଯ୍ୟକ୍ରମରେ ସାମିଲ୍‌ କରାଯିବାକୁ ଯୋଜନା ରଖାଯାଇଛି। ଏସ୍‌ପିସି କାର୍ଯ୍ୟକ୍ରମରେ ସାମିଲ୍‌ ହେଲେ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେବା ସହିତ ସମ୍ବେଦନଶୀଳ ହେବେ। ଅନେକ ସମୟରେ ଛାତ୍ରମାନେ ଭୁଲ ବାଟରେ ଯାଇ ନିଶାଦ୍ରବ୍ୟ ସେବନ କରିବା ସହିତ ଅସାମାଜିକ କାର୍ଯ୍ୟକଳାପ, ଛୋଟ ଛୋଟ ଅପରାଧରେ ସମ୍ପୃକ୍ତ ହୋଇଯାଉଛନ୍ତି। ତେଣୁ ସେମାନେ ଏସ୍‌ପିସିରେ ସାମିଲ୍‌ ହେଲେ ସେମାନଙ୍କର ସର୍ବାଙ୍ଗୀଣ ଉନ୍ନତି ହେବ। ସେମାନେ ଭଲ ନାଗରିକ ହୋଇପାରିବେ ଏବଂ ସାମାଜ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବେ। ପୁଲିସକୁ ଅପରାଧ ତଦନ୍ତରେ ସହଯୋଗ କରିବେ ବୋଲି ସେ ମତ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ପୁଲିସ କମିସନର ସତ୍ୟଜିତ ମହାନ୍ତି, ଆଇଜି ମୁଖ୍ୟାଳୟ ଅସିତ ପାଣିଗ୍ରାହୀ ଏବଂ କ୍ୟାପିଟାଲ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୋନାଲିକା ରାୟ ପ୍ରମୁଖ ଉପସ୍ଥିତ ଥିଲେ। ପୁଲିସ ମହାନିର୍ଦେଶକ ଡା. ଶର୍ମା ଛାତ୍ରଛାତ୍ରୀମାନଙ୍କୁ ପୁଲିସ ଶିକ୍ଷାର୍ଥୀ ବାହିନୀର କ୍ୟାପ ପିନ୍ଧାଇଥିଲେ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories