Patra electronics

୫୫ ନିୟୁତ ଡଲାରରେ ମହାକାଶ ରହଣି!

0

ନୂଆଦିଲ୍ଲୀ: ମହାକାଶରେ କିଛି ଦିନ ବିତାଇବାକୁ ଚାହୁଁଛନ୍ତି କି? ଏକ୍ସିଓମ୍‍ ସ୍ପେଶ୍‍ ନାମକ ଏକ କମ୍ପାନୀ ଏହି ସୁବିଧା ଆଣିଛି। ୮ ଦିନର ରହଣି ପାଇଁ ଦେବାକୁ ପଡ଼ିବ ମାତ୍ର ୫୫ ନିୟୁତ ଡଲାର। କେବଳ ୨୧ ବର୍ଷ କିମ୍ବା ତଦୂଦ୍ଧ୍ୱର୍ ବୟସର ବ୍ୟକ୍ତିଙ୍କୁ ଏଥିପାଇଁ ଅନୁମତି ମିଳିବ। ମହାକାଶ ଯାତ୍ରା ପୂର୍ବରୁ ସେମାନଙ୍କୁ ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ୫ ସପ୍ତାହ ପର୍ଯ୍ୟନ୍ତ ସ୍ୱତନ୍ତ୍ର ତାଲିମ ଦିଆଯିବ। ମହାକାଶ ଯାତ୍ରା ବେଳେ ନାସା ଦ୍ୱାରା ସ୍ୱୀକୃତ ଏକ ସ୍ୱତନ୍ତ୍ର ପୋଷାକ ଦିଆଯିବ। ଭୂପୃଷ୍ଠରୁ ୪୨୦ କିମି ଉପରେ ଥିବା ଏହି ସ୍ପେଶ୍‍ ଷ୍ଟେସନ୍‍ରେ ଫୋନ୍‍ ବୁଥ୍‍ ଆକାରର କୋଠରି ରହିଛି। କୋଠରିର କାନ୍ଥଗୁଡ଼ିକୁ ଆକର୍ଷଣୀୟ ରଙ୍ଗ ଓ ରଙ୍ଗବେରଙ୍ଗୀ ଏଲ୍‍ଇଡି ଲାଇଟ୍‍ରେ ସଜାଯାଇଛି। ସେଠାରେ ଉନ୍ନତ ୱାଇଫାଇ ବ୍ୟବସ୍ଥା ଦ୍ୱାରା ପୃଥିବୀ ପୃଷ୍ଠରେ ରହୁଥିବା ସମ୍ପର୍କୀୟ ଓ ପରିବାର ବର୍ଗଙ୍କ ସହିତ ଯେତେବେଳେ ଚାହିଁବେ ସେତେବେଳେ କଥାବାର୍ତ୍ତା ହୋଇପାରିବେ। ଝରକା ଦେଇ ପୃଥିବୀ ଜାଗତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

Leave A Reply