www.samajalive.in
Monday, December 15, 2025
15.1 C
Bhubaneswar

ଉତ୍ତରପ୍ରଦେଶରେ ଏସ୍‌ପି-ବିଏସ୍‌ପି, ମହାରାଷ୍ଟ୍ରରେ ଏନ୍‌ସିପି-କଂଗ୍ରେସ ମେଣ୍ଟ

ନୂଆଦିଲ୍ଲୀ : ରାଜନୀତିରେ କେହି ଯେ ଚିରଶତ୍ରୁ ଅଥବା ଚିରମିତ୍ର ନୁହନ୍ତି, ଏହା ପ୍ରମାଣିତ ହୋଇଛି ଉତ୍ତରପ୍ରଦେଶ(ୟୁପି) ଓ ମହାରାଷ୍ଟ୍ରରେ। ଏଠାରେ ଚିରାଚରିତ ବିରୋଧୀ ଦଳ ନିଜରସ୍ଥିତି ରକ୍ଷା ପାଇଁ ଅତୀତର ଶତ୍ରୁତାକୁ ଭୁଲି ଏକାଠି ହୋଇଛନ୍ତି। ଆଦର୍ଶଗତ ବିଚାରଧାରାକୁ ପଛରେ ପକାଇ ପରିସ୍ଥିତିରେ ପଡି ଏମାନେ ‘ପରିଚୟରକ୍ଷା ରାଜନୀତି’କୁ ଆପଣାଇଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ବିଜେପିର ବାଟ ଓଗାଳିବା ଉଦ୍ଦେଶ୍ୟରେ ୟୁପିରେ ସମାଜବାଦୀ ପାର୍ଟି (ଏସ୍‌ପି) ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ପରସ୍ପର ମଧ୍ୟରେ ମେଣ୍ଟ କରିଛନ୍ତି। ଅନ୍ୟପଟେ ୧୯୯୭ରେ ବିଦେଶିନୀ ପ୍ରସଙ୍ଗ ଉଠାଇ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବିରୋଧ ପୂର୍ବକ କଂଗ୍ରେସଠାରୁ ଦୂରେଇ ଯାଇଥିବା ଶରଦ ପୱାର ସମସ୍ତ ମନାନ୍ତରକୁ ଭୁଲି ତାଙ୍କ ନେତୃତ୍ବାଧୀନ ଏନ୍‌ସିପି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି। କଂ​‌େ​‌ଗ୍ରସ ଦିଲ୍ଲୀରେ ଆପ୍‌ ସହିତ ହାତ ମିଳାଇବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି।
ନୂଆଦିଲ୍ଲୀଠାରେ ଶୁକ୍ରବାର ସନ୍ଧ୍ୟାରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ଓ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ମେଣ୍ଟ ଚୂଡାନ୍ତ ହୋଇଛି। ଆସନ ବୁଝାମଣାକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ସମ୍ମତି ପ୍ରକାଶ ପାଇଛି। ବୁଝାମଣା ଅନୁସାରେ ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନ ମଧ୍ୟରୁ ଉଭୟ ଦଳ ୩୭ଟି ଲେଖାଏଁ ଆସନରେ ପ୍ରାର୍ଥୀ ଦେବେ। ବଳକା ୬ଟି ଆସନ କଂଗ୍ରେସ ସମେତ ମହାମେଣ୍ଟର ଅନ୍ୟ ସହଯୋଗୀ ଦଳଗୁଡିକ ପାଇଁ ଛଡାଯାଇଛି। ତଥାକଥିତ ଏହି ବୁଆ-ବବୁଆ (ମାୟାବତୀ ଓ ଅଖିଳେଶ) ଯୋଡି କଂଗ୍ରେସ ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି)କୁ ୨ଟି ଲେଖାଏଁ ଆସନ ଦେବାକୁ ସ୍ଥିର କରିଛନ୍ତି। ଅନ୍ୟ ଦୁଇ ଅାସନ ବିଜେପିର ବିଦ୍ରୋହୀ ସାଥୀ ଓମ୍‌ ପ୍ରକାଶ ରାଜଭରଙ୍କ ‘ସୁହେଲଦେବ ଭାରତୀୟ ସମାଜ ପାର୍ଟି’କୁ ମିଳିବାର ସମ୍ଭାବନା ରହିଛି।
ବିଜେପି ବିରୋଧରେ କଂଗ୍ରେସ ସହିତ ହାତ ମିଳାଇ ଏହି ଦୁଇ ଦଳ ମହାମେଣ୍ଟ କରିବେ ବୋଲି ଗତ କିଛି ମାସ ହେବ ଯୋରଦାର ଆଲୋଚନା ଚାଲିଥିଲା। ବିଗତ ନିର୍ବାଚନ ଗୁଡିକରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆସନ ବୁଝାମଣାରେ ଏହାକୁ ଗୁରୁତ୍ବ ଦିଆଯବ ନାହିଁ ବୋଲି ନିକଟରେ ମାୟାବତୀ ଦେଇଥିବା ବକ୍ତବ୍ୟରୁ ସୂଚନା ମିଳିଥିଲା। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସର ବିଜୟ ଉଭୟ ମାୟାବତୀ ଓ ଅଖିଳେଶଙ୍କୁ ଅଡ଼ୁଆରେ ପକାଇଥିଲା। ପରେ କଂଗ୍ରେସ ସହିତ ହାତ ମିଳାଇବାକୁ ଦୁଇ ନେତା ଉତ୍ସୁକତା ପ୍ରକାଶ କରିଥିଲେ; ମାତ୍ର କଂଗ୍ରେସର ଶୀତଳ ପ୍ରତିକ୍ରିୟା ଦେଖି ଦୁଇ ଦଳ ଏବେ ଏକତ୍ର ଆସନ ବୁଝାମଣା କରିଛନ୍ତି। କଂଗ୍ରେସକୁ ଆଗାମୀ ଦିନରେ ଏହିଭଳି ଅଧିକ ଧକ୍କା ଲାଗିବାର ଆଶଙ୍କା ଥିବାରୁ ଦଳ ମହାମେଣ୍ଟଠାରୁ ଦୂରେଇ ରହି ଏକାକୀ ଲୋକସଭା ନିର୍ବାଚନ ଲଢିବ ବୋଲି କୁହାଯାଉଛି। ବୁଝାମଣା ଅନୁସାରେ ରାଏବରେଲୀ ଓ ଆମେଥି ଆସନ କଂଗ୍ରେସକୁ ଦେବାକୁ ସ୍ଥିର ହୋଇଛି। ଏହି ଆସନ ଦ୍ବୟରେ ଯଥାକ୍ରମେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ପ୍ରତିଦ୍ବନ୍ଦ୍ବିତା କରିଥାନ୍ତି। ୨୦୧୪ ନିର୍ବାଚନରେ କଂଗ୍ରେସ ରାଜ୍ୟରେ କେବଳ ଏହି ଦୁଇ ଆସନରେ ଜିତିଥିଲା। ବାଗପତ୍‌ରୁ ଆର୍‌ଏଲ୍‌ଡି ମୁଖ୍ୟ ଅଜିତ ସିଂହ ଏବଂ ମଥୁରାରୁ ତାଙ୍କ ପୁଅ ଜୟନ୍ତ ଚୌଧୁରୀ ପ୍ରତିଦ୍ବନ୍ଦ୍ବିତା କରିବାର ସମ୍ଭାବନା ରହିଛି। ଅନ୍ୟ ଦୁଇ ଅାସନ ‘ସୁହେଲଦେବ ଭାରତୀୟ ସମାଜ ପାର୍ଟି’କୁ ମିଳିପାରେ। ଏହି ଦଳର ମୁଖ୍ୟ ରାଜଭର ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଅଛନ୍ତି। ସେ ନିରନ୍ତର ରାଜ୍ୟ ସରକାର ଓ ବିଜେପିକୁ ସମାଲୋଚନା କରିଆସୁଛନ୍ତି।
ଅନ୍ୟପଟେ ମହାରାଷ୍ଟ୍ରର ୪୮ ଲୋକସଭା ଆସନ ମଧ୍ୟରୁ ୪୦ଟି ପାଇଁ ବୁଝାମଣା ଚୂଡାନ୍ତ ହୋଇଥିବାବେଳେ ଅନ୍ୟ ୮ଟି ଆସନ ସମ୍ବନ୍ଧରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ହେବ ବୋଲି ଏନ୍‌ସିପିର ବରିଷ୍ଠ ନେତା ପ୍ରଫୁଲ୍ ପଟେଲ ପ୍ରକାଶ କରିଛନ୍ତି। ଉଭୟ ଦଳ ସମାନ ଆସନରେ ଲଢ଼ିବା ପାଇଁ ନିଷ୍ପତ୍ତି ହୋଇଛି। ପ୍ରଫୁଲ୍‌ କହିଛନ୍ତି, ସମଚିନ୍ତାଧାରା ସମ୍ପନ୍ନ ଦଳ ସହିତ ହାତ ମିଳାଇବା ପାଇଁ ତାଙ୍କ ଦଳ ସର୍ବଦା ପ୍ରସ୍ତୁତ ଥିଲା। ସମ୍ବିଧାନ ରଚୟିତା ବି. ଆର. ଆମ୍ବେଦରଙ୍କ ବିଚାରଧାରାରେ ବିଶ୍ବାସ କରୁଥିବା ଦଳଗୁଡିକୁ ଏକତ୍ର କରିବାକୁ ଦଳ ସେ ଉଦ୍ୟମ ଚଳାଇଛି। ଏ ନେଇ ଅନ୍ୟ ଦଳଗୁଡିକ ସହିତ ମଧ୍ୟ ଆଲୋଚନା ଜାରିରହିଛିି। ତେବେ କଂଗ୍ରେସ-ଏନ୍‌ସିପି ମେଣ୍ଟ ୨୦୧୯ ଲୋକସଭା ନିର୍ବାଚନରେ ବିପୁଳ ସଫଳତା ଲାଭ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories