ବଳାତ୍କାର ମାମଲାରେ ଆଲୋକ ନାଥଙ୍କୁ ମିଳିଲା ଆଗୁଆ ଜାମିନ
ମୁମ୍ବଇ .. – ବହୁ ଚର୍ଚିତ ବଳାତ୍କାର ମାମଲାରେ ଆଲୋକ ନାଥଙ୍କୁ ଆଗୁଆ ଜାମିନ ମିଳିଛି । କାଷ୍ଟିକାଉଚ୍ ସହ ଜଣେ ପ୍ରଯୋଜିକାଙ୍କୁ ବହୁ ବର୍ଷା ପୂର୍ବେ କରାଯାଇଥିବା ବଳାତ୍କାର ମାମଲାରେ ପ୍ରସିଦ୍ଧ ବଲିଉଡ୍ କଳାକାର ଆଲୋକ ନାଥ ଛନ୍ଦି ହୋଇ ପଡିଥିଲେ ।
ଏହି ଅଭିଯୋଗରେ ଆଲୋକ ନାଥଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା । ମୁମ୍ବାଇର ଦୌରା ଜଜ୍ ଏହି ମାମଲାରେ ଆଲୋକ ନାଥଙ୍କ ଆଗୁଆ ଜାମିନକୁ ମଞ୍ଜୁର କରିଛନ୍ତି ।
ଆଲୋକ ନାଥଙ୍କ ନାମରେ ବିନୀତା ନନ୍ଦା ଫେସ୍ବୁକ୍ ପୃଷ୍ଟାରେ ଏହି ଅଭିଯୋଗ ଆଣିବା ପରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।