www.samajalive.in
Friday, December 5, 2025
26.1 C
Bhubaneswar

ପୁଣି ଭାରତ ଉପରକୁ ଅଙ୍ଗୁଳି ଉଠାଇଲା କାନାଡ଼ା

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ କାନାଡ଼ା ପୁଣି ଥରେ ଭାରତ ଉପରକୁ ଅଙ୍ଗୁଳି ଉଠାଇଛି। ଏହି ମାମଲାରେ କାନାଡ଼ା ପୁଲିସ ୩ ସନ୍ଦିଗ୍ଧଙ୍କୁ ଗିରଫ କରିବା ପରେ ଭାରତ ସେମାନଙ୍କୁ ନିଜ୍ଜରକୁ ହତ୍ୟା କରିବା ପାଇଁ ପଠାଇଥିବା କାନାଡ଼ା କହିଛି।

ଗତବର୍ଷ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ୍ଜର ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ କରିଥିଲେ। ବିନା ତଥ୍ୟ ପ୍ରମାଣରେ ସେ ଭାରତକୁ ଦାୟୀ କରିଥିଲେ। ଟ୍ରୁଡୋଙ୍କ ଏହି ଅଭିଯୋଗ ଭିତ୍ତିହୀନ ବୋଲି କହି ଭାରତ ତାହାକୁ ଖଣ୍ଡନ କରିଥିଲା। ଏହି ଘଟଣାକୁ ନେଇ ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡ଼ିବାରେ ଲାଗିଛି।

- Advertisement -

ବର୍ତ୍ତମାନ କାନାଡ଼ା ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି ଯେ, ନିଜ୍ଜର ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। କୋର୍ଟରେ ଦାଖଲ ହୋଇଥିବା କାଗଜପତ୍ରରୁ ଜଣାପଡ଼ିଛି ଯେ, ନିଜ୍ଜର ହତ୍ୟା ମାମଲାରେ କରଣପ୍ରୀତ ସିଂହ, କମଲପ୍ରୀତ ସିଂହ ଏବଂ କରଣ ବ୍ରାର୍‌ ସମ୍ପୃକ୍ତ ରହିଛନ୍ତି। ଏହି ୩ ଜଣ ନିଜ୍ଜରକୁ ହତ୍ୟା ଷଡ଼ଯନ୍ତ୍ର କରିଥିବା କୁହାଯାଇଛି। ସୂଚନାଯୋଗ୍ୟ, ୪୫ ବର୍ଷୀୟ ନିଜ୍ଜରକୁ ୨୦୨୩ ଜୁନ ୧୮ରେ ବ୍ରିଟିଶ କଲମ୍ବିଆର ସରେ ଅଞ୍ଚଳରେ ଥିବା ଗୁରୁଦ୍ବାର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ନିଜ୍ଜର ଦୀର୍ଘଦିନ ଧରି କାନାଡ଼ାରେ ନାଗରିକତ୍ଵ ଗ୍ରହଣ କରି ରହୁଥିଲା।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories