www.samajalive.in
Saturday, December 6, 2025
15.1 C
Bhubaneswar

ଅଗ୍ନି ଗର୍ଭରେ ଓଡ଼ିଶାର ସର୍ବାଧିକ ଜଙ୍ଗଲ

ନୂଆଦିଲ୍ଲୀ: ଜୀବଜଗତକୁ ସୁରକ୍ଷା ଦେଉଥିବା ଜଙ୍ଗଲ ଏବେ ଅସୁରକ୍ଷିତ ହୋଇପଡ଼ିଛି। କେବେ ଗଛ କଟା, କେବେ ନିଆଁ ତ’ ପୁଣି କେବେ ବାତ୍ୟା ଭଳି ପ୍ରକୃତିର ତାଣ୍ଡବରେ ନଷ୍ଟ ହେଉଛି ହେକ୍ଟର ହେକ୍ଟର ବ୍ୟାପୀ ଜଙ୍ଗଲ। ସମ୍ପ୍ରତି ଜଙ୍ଗଲ ନିଆଁ ସମଗ୍ର ଜୀବଜଗତ ପ୍ରତି ଘୋର ବିପତ୍ତି ଡାକି ଆଣିଥିଲାବେଳେ ଏ ଜନିତ ଜଙ୍ଗଲ ନଷ୍ଟ ପରିମାଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଜଙ୍ଗଲ ନିଆଁ ମନୁଷ୍ୟକୃତ ହୋଇଥିଲାବେଳେ ପ୍ରକୃତି ମଧ୍ୟ ଦାଉ ସାଧୁଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୦୦ରୁ ୨୦୨୩ ମଧ୍ୟରେ ଭାରତରେ ପ୍ରାୟ ୨୩.୩ ଲକ୍ଷ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି ଏବଂ ଏହା ସମଗ୍ର ବିଶ୍ବରେ ନଷ୍ଟ ଜଙ୍ଗଲର ୬ ପ୍ରତିଶତ। ‘ଗ୍ଲୋବାଲ୍ ଫରେଷ୍ଟ ୱାଚ୍’ ମନିଟରିଂ ପ୍ରୋଜେକ୍ଟ ପକ୍ଷରୁ ଅନୁଷ୍ଠିତ ସ‌େ‌ର୍ବକ୍ଷଣ ଅନୁସାରେ ୨୦୦୧ରୁ ୨୦୨୨ ମଧ୍ୟରେ ନିଆଁ ଲାଗି ଓଡ଼ିଶାରେ ସର୍ବାଧିକ ଜଙ୍ଗଲ ନଷ୍ଟ ହୋଇଛି। ଓଡ଼ିଶାରେ ବାର୍ଷିକ ହାରାହାରି ୨୩୮ ହେକ୍ଟର ଜଙ୍ଗଲ ନିଆଁ ଲାଗି ନଷ୍ଟ ହେଉଛି।

ଟିକେଟ ଫେରାଇଲେ ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି

- Advertisement -

ଉପଗ୍ରହ ଓ ଅନ୍ୟ ଉତ୍ସ ସହାୟତାରେ ଜଙ୍ଗଲ ପରିବର୍ତ୍ତନ ଉପରେ ନଜର ରଖୁଥିବା ‘ଗ୍ଲୋବାଲ ଫରେଷ୍ଟ ୱାଚ୍‌’ର ସୂଚନା ଅନୁଯାୟୀ, ୨୦୦୨ରୁ ୨୦୨୩ ମଧ୍ୟରେ ଭାରତର ୪,୧୪,୦୦୦ ହେକ୍ଟର ଆଦ୍ର ଜଙ୍ଗଲ (୪.୧%) ନଷ୍ଟ ହୋଇଥିବାବେଳେ ସମାନ ସମୟ ମଧ୍ୟରେ ବିଶ୍ବବ୍ୟାପୀ ନଷ୍ଟ ହୋଇଥିବା ଜଙ୍ଗଲର ଏହା ୧୮%। ୨୦୦୧ରୁ ୨୦୨୨ ମଧ୍ୟରେ ଭାରତୀୟ ଜଙ୍ଗଲ ବାର୍ଷିକ ୫.୧ କୋଟି ଟନ୍‌ ଅଙ୍ଗାରକାମ୍ଳ ନିର୍ଗତ କରିଥିବାବେଳେ ୧୪.୧ କୋଟି ଟନ୍‌ ଅଙ୍ଗାରକାମ୍ଳ ଶୋଷଣ କରିଥିଲା। ଜଙ୍ଗଲ ବାର୍ଷିକ ୮.୯୯ କୋଟି ଟନ୍‌ ଅଙ୍ଗାରକାମ୍ଳ ଶୋଷଣ କରିଥିବା ଏହା ଦର୍ଶାଉଛି। ଜଙ୍ଗଲ ନଷ୍ଟ ହେବାର କାରଣ ସବୁବେଳେ ଗଛ କଟା ହୋଇ ନ ଥାଏ। ଉଭୟ ମନୁଷ୍ୟକୃତ ଓ ପ୍ରାକୃତିକ ବିପର୍ଯ୍ୟୟ ଫଳରେ ଜଙ୍ଗଲ ନଷ୍ଟ ହୋଇଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଗଛ କଟା, ନିଆଁ ଓ ବାତ୍ୟା ଫଳରେ ଜଙ୍ଗଲ ନଷ୍ଟ ହୋଇଥାଏ। ରିପୋର୍ଟ ଅନୁଯାୟୀ, ଏହି ସବୁ କାରଣରୁ ୨୦୧୩ରୁ ୨୦୨୩ ମଧ୍ୟରେ ପ୍ରାକୃତିକ ଜଙ୍ଗଲର ପ୍ରାୟ ୯୫% ନଷ୍ଟ ହୋଇଥିଲା। ୨୦୧୭ରେ ସର୍ବାଧିକ ୧୮୯,୦୦୦ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା। ୨୦୧୬ରେ ୧୭୫,୦୦୦ ହେକ୍ଟର ଓ ୨୦୨୩ରେ ୧୪୪,୦୦୦ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା। ‘ଗ୍ଲୋବାଲ ଫରେଷ୍ଟ ୱାଚ୍‌’ର ସୂଚନା ଅନୁଯାୟୀ, ୨୦୦୧ରୁ ୨୦୨୩ ମଧ୍ୟରେ ଦେଶର ୬୦% ଜଙ୍ଗଲ ନଷ୍ଟ ହୋଇଛି ଓ ଏଥିମଧ୍ୟରେ ରହିଛି ୫ଟି ରାଜ୍ୟର ଜଙ୍ଗଲ। ଆସାମରେ ସର୍ବାଧିକ ୩୨୪,୦୦୦ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବାବେଳେ ମିଜୋରାମରେ ୩୧୨,୦୦୦ ହେକ୍ଟର, ଅରୁଣାଚଳ ପ୍ରଦେଶରେ ୨୬୨,୦୦୦ ହେକ୍ଟର, ନାଗାଲାଣ୍ଡରେ ୨୫୯,୦୦୦ ହେକ୍ଟର ଓ ମଣିପୁରରେ ୨୪୦,୦୦୦ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି।

ଜଙ୍ଗଲରେ ନିଆଁ ଲାଗିବା ପ୍ରାୟତଃ ଫେବୃଆରୀ ଶେଷ ଆଡ଼କୁ ଆରମ୍ଭ ହୋଇ ୧୨ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ। ପ୍ରତିବର୍ଷ ଜଙ୍ଗଲ ନିଆଁ ବିନାଶର ପଦଚିହ୍ନ ଛାଡ଼ିଯାଏ। ୨୦୦୧ଠାରୁ ନିଆଁ ଲାଗି ପ୍ରାୟ ୩୮,୧୦୦ ହେକ୍ଟର ଜଙ୍ଗଲ ନଷ୍ଟ ହେଲାଣି। ୨୦୦୮ରେ ନିଆଁ ଲାଗି ସର୍ବାଧିକ ପରିମାଣ ଜଙ୍ଗଲ ନଷ୍ଟ ହୋଇଥିଲା। ୨୦୦୧ରୁ ୨୦୨୨ମଧ୍ୟରେ ନିଆଁ ଲାଗି ଓଡ଼ିଶାରେ ସର୍ବାଧିକ ଜଙ୍ଗଲ ନଷ୍ଟ ହୋଇଛି। ଓଡ଼ିଶାରେ ବାର୍ଷିକ ହାରାହାରି ୨୩୮ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବାବେଳେ ଅରୁଣାଚଳ ପ୍ରଦେଶରେ ୧୯୮ ହେକ୍ଟର, ନାଗାଲାଣ୍ଡରେ ୧୯୫ ହେକ୍ଟର, ଆସାମରେ ୧୧୬ ହେକ୍ଟର ଓ ମେଘାଳୟରେ ୯୭ ହେକ୍ଟର ଜଙ୍ଗଲ ନିଆଁ ଯୋଗୁ ନଷ୍ଟ ହୋଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories