www.samajalive.in
Sunday, December 7, 2025
23.1 C
Bhubaneswar

ଆସନ୍ତା ୧୩ ତାରିଖରେ ହେବ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ

ଲକ୍ଷ୍ମୀପୁର:  ଆସନ୍ତା ୧୩ ତାରିଖରେ ହେବ କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ । ଏଥିପାଇଁ ଚଳଚଞ୍ଚଳ ଅଞ୍ଚଳ। ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରଚାର ।  କଂଗ୍ରେସ ପକ୍ଷରୁ ଏକ ପ୍ରଚାର କାର୍ଯ୍ୟକ୍ରମ ସଦର ମହକୁମାରେ ଅନୁଷ୍ଠିତ ହୋଇଯାଇଛି । ଦଳର ବିଧାୟକ ପ୍ରାର୍ଥୀ ଇଂଜିନିୟର ପବିତ୍ର ସାଉନ୍ତା ଏକ ବିରାଟ ଶୋଭାଯାତ୍ରାରେ ଯାଇ ଶନିବାର ସାପ୍ତାହିକ ହାଟରେ ପ୍ରଚାର କରିଥିଲେ ।

ଏଠାରେ ବିଧାୟକ ପ୍ରାର୍ଥୀ ପବିତ୍ର ସାଉନ୍ତାଙ୍କ ସହିତ ଉପସ୍ଥିତି ବ୍ଲକ ସଭାପତି କୈଳାସ ଖୋସ୍ଲା  ନିର୍ବାଚନ ମଣ୍ଡଳୀ ସଭାପତି ମଣ୍ଟି ଖରା , ଜିଲା ପରିଷଦ ସଭ୍ଯ ପିଙ୍କି ହିମିରିକା , ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଜଗଦୀଶ ଖୋସ୍ଲା ପ୍ରମୁଖ ଉପସ୍ଥିତ ଯୋଗଦେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଆଦିବାସୀ ହରିଜନ ମାରଣ ନୀତି ସମ୍ପର୍କରେ ବିଷୋଦଗାର କରିବା ସହିତ କଂଗ୍ରେସ ହିଁ ଦେଶପାଇଁ ଯାହା କିଛି କରିଛି ଏବଂ ଆଗାମୀ ଦିନରେ ଶାସନକୁ ଆସିଲେ ଆଦିବାସୀ , ହରିଜନ ଙ୍କ ସହିତ ଗରିବ, ମହିଳା ଏବଂ ଯୁବକ ମାନଙ୍କ ପାଇଁ ବହୁତ କିଛି କରିବ ବୋଲି କହି କଂଗ୍ରେସର ୯ ଗ୍ଯାରେଣ୍ଟି କଥା କହିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories