www.samajalive.in
Sunday, December 14, 2025
26.1 C
Bhubaneswar

କେନ୍ଦ୍ରୀୟ ଚୁକ୍ତିରେ ପଦୋନ୍ନତି ପାଇବେ ପୂଜାରା!

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ମଧ୍ୟଭାଗ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରାଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ଏ ପ୍ଲସ୍‌ ଗ୍ରେଡ୍‌ରେ ସାମିଲ କରାଯାଇପାରେ ବୋଲି ଆଲୋଚନା ​‌େ​‌ହଉଛି। ସୂଚନାଥାଉକି କ୍ରିକେଟର୍‌ଙ୍କ ପ୍ରଦର୍ଶନକୁ ଭିତ୍ତି କରି ବିସିସିଆଇ ତରଫରୁ ସେମାନଙ୍କୁ ବିଭିନ୍ନ ଗ୍ରେଡ୍‌ରେ ସାମିଲ କରାଯାଇଛି। ବର୍ତ୍ତମାନ ପୂଜାରା ଏ ଗ୍ରେଡ୍‌ରେ ସ୍ଥାନ ପାଇଛନ୍ତି। ସେଥିପାଇଁ ତାଙ୍କୁ ବାର୍ଷିକ ୫ କୋଟି ଟଙ୍କା ପ୍ରଦାନ କରାଯାଉଛି। ପୂଜାରା ଏ ପ୍ଲସ୍‌ ଗ୍ରେଡ୍‌ରେ ସାମିଲ ହେଲେ ତାଙ୍କୁ ବାର୍ଷିକ ୭ କୋଟି ଟଙ୍କା ପ୍ରଦାନ କରାଯିବ। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ପୂଜାରାଙ୍କୁ ଏ ପ୍ଲସ୍‌ ଗ୍ରେଡ୍‌ରେ ସାମିଲ କରିବାକୁ କ୍ରିକେଟ୍‌ ପ୍ରଶାସକ କମିଟି (ସିଓଏ) ମୁଖ୍ୟ ବିନୋଦ ରାୟ ଚାହୁଁଛନ୍ତି। ଏ ସଂପର୍କରେ ​‌େ​‌ସ ଖୁବ୍‌ଶୀଘ୍ର ମୁଖ୍ୟ ମନୋନୟନକାରୀ ଏମ୍‌ଏସକେ ପ୍ରସାଦ, ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରିବେ। ବର୍ତ୍ତମାନ ଏ ପ୍ଲସ୍‌ ବିଭାଗରେ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ୍‌ ବୁମରା, ଭୁବନେଶ୍ବର କୁମାର ଓ ଶିଖର ଧାୱନ୍‌ ପ୍ରମୁଖ ରହିଛନ୍ତି।
ପୂଜାରାଙ୍କୁ ଏ ପ୍ଲସ୍‌ ଗ୍ରେଡ୍‌ରେ ସାମିଲ କରାଯିବା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ପୂଜାରା ଯେପରି ପ୍ରଦର୍ଶନ କରିଛନ୍ତି ତାହାକୁ ଦୃଷ୍ଟିରେ ରଖି ସେ ଏ ପ୍ଲସ୍‌ ଗ୍ରେଡ୍‌ରେ ସାମିଲ ହେବାକୁ ହକଦାର। ବିନୋଦ ରାୟ ମଧ୍ୟ ସମାନ ମତ ରଖିଛନ୍ତି। ଯେଉଁ କ୍ରିକେଟର୍‌ ଭଲ ପ୍ରଦର୍ଶନ କରିବେ କେନ୍ଦ୍ରୀୟ ଚୁକ୍ତିରେ ତାଙ୍କୁ ପଦୋନ୍ନତି ମିଳିବ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ୱିକେଟରକ୍ଷକ ଭାବେ ଦାୟିତ୍ବ ନିର୍ବାହ କରୁଥିବା ଋଷଭ ପନ୍ତ୍‌ଙ୍କୁ ଖୁବଶୀଘ୍ର କେନ୍ଦ୍ରୀୟ ଚୁକ୍ତିରେ ପୁନର୍ବାର ସାମିଲ କରାଯିବ ବୋଲି ଆଲୋଚନା ହେଉଛି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଭାରତୀୟ ମହିଳା ଦଳର ପ୍ରଶିକ୍ଷକ ଭାବେ ଡବ୍ଲୁଭି ରମଣଙ୍କୁ ବିଧିବଦ୍ଧ ଭାବେ ଶୁକ୍ରବାର ନିଯୁକ୍ତିପତ୍ର ପ୍ରଦାନ କରିଛି ବିସିସିଆଇ। ସୂଚନାଥାଉକି ରମଣଙ୍କ ନିଯୁକ୍ତିକୁ ବିରୋଧ କରି ସିଓଏ ସଦସ୍ୟା ଡାଏନା ଏଡୁଲଜି ବିସିସିଆଇର ମୁଖ୍ୟ ଅର୍ଥନୈତିକ ଅଧିକାରୀ ସନ୍ତୋଷ ରାଙ୍ଗନେକରଙ୍କୁ ପତ୍ର ଲେଖି ଚୁକ୍ତି ଚୂଡ଼ାନ୍ତ ନ କରିବାକୁ ନିର୍ଦେଶ ଦେଇଥିଲେ। ତେବେ ଶୁକ୍ରବାର ରମଣଙ୍କୁ ବିଧିବଦ୍ଧ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories