www.samajalive.in
Friday, December 5, 2025
20.1 C
Bhubaneswar

ଦକ୍ଷିଣକୋରିଆ ଯୁବପିଢ଼ିଙ୍କ ପାଇଁ ସେନା ଚାକିରି ବାଧ୍ୟତାମୂଳକ

ସିଓଲ : ଦକ୍ଷିଣ କୋରିଆ ସରକାର ଦେଶର ପ୍ରତ୍ୟେକ ଯୋଗ୍ୟ ଯୁବପିଢ଼ିଙ୍କ ପାଇଁ ସୈନ୍ୟବାହିନୀରେ ସ୍ୱଳ୍ପକାଳୀନ ଯୋଗଦାନକୁ ବାଧ୍ୟତାମୂଳକ କରିଛନ୍ତି। ସେମାନେ ୧୮ରୁ ୩୫ବର୍ଷ ବୟସ ମଧ୍ୟରେ ସୈନ୍ୟବାହିନୀରେ ନିଜର ନାମ ପଞ୍ଜୀକରଣ କରିବେ ଓ ଅନ୍ୟୂନ ୨୧ମାସ ପାଇଁ ଚାକିରି କରିବାକୁ ବାଧ୍ୟ ବୋଲି ସରକାରୀ ନିର୍ଦେଶନାମା ଜାରି ହୋଇଛି। ଯେଉଁମାନେ କୌଣସି କାରଣରୁ ଯୋଗ୍ୟ ବିବେଚିତ ନ ହେବେ, କୌଣସି ବ୍ୟାଧିରେ ପୀଡ଼ିତ କିମ୍ବା ଆବଶ୍ୟକତାଠାରୁ ସେମାନଙ୍କ ଶରୀରର ଓଜନ ଅଧିକ ବା କମ୍‍ ଥିବ ଅଥବା ଶାରୀରିକ ଭାବେ ଅକ୍ଷମ ସେମାନଙ୍କୁ ଅନ୍ୟ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ ବ୍ୟବସ୍ଥା ରହିଛି। ବିଭିନ୍ନ ଅଦାଲତ କିମ୍ବା ପାଠାଗାରରେ ସେମାନେ ଯୋଗ୍ୟତାନୁସାରେ ନିଯୁକ୍ତି ପାଉଛନ୍ତି। ତେବେ ବ୍ୟତିକ୍ରମ ହେଉଛି, ସେନା ଚାକିରି ଚାହୁଁ ନଥିବା ଛାତ୍ର ଓ ଯୁବପିଢ଼ି ଜାଣିଶୁଣି ଆବଶ୍ୟକତାଠାରୁ ଅଧିକ ମୋଟା ହେଉଛନ୍ତି; ଯାହାଦ୍ୱାରା ସେମାନେ ସୈନ୍ୟବାହିନୀ ପାଇଁ ଯୋଗ୍ୟ ହେବେ ନାହିଁ।
‘ମିଲିଟାରୀ ମ୍ୟାନ୍‍ପାୱାର ଆଡମିନିଷ୍ଟ୍ରେସନ୍‍’ ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଛାତ୍ରମାନେ ପ୍ରସ୍ତୁତ ହେଉଛନ୍ତି; କିନ୍ତୁ ଯେଉଁମାନେ ଏଥିରେ ଭର୍ତ୍ତି ହେବାକୁ ଅନିଚ୍ଛୁକ ସେମାନେ ପ୍ରୋଟିନଯୁକ୍ତ ଖାଦ୍ୟ ଓ ପାନୀୟ ବ୍ୟବହାର କରୁଛନ୍ତି ଏବଂ ଅଧିକ ପରିମାଣରେ ଫଳରସ ପିଉଛନ୍ତି। ଏଭଳି ଯୁବକମାନେ ପରସ୍ପରଙ୍କୁ ଏ ବାବଦରେ ସହଯୋଗ କରୁଛନ୍ତି। ଅଧିକ ମୋଟା ହେଲେ ସେନା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ସେମାନଙ୍କ ମତ। ଏହି ଖବର ସମ୍ନାକୁ ଅସିବା ପରେ ଦକ୍ଷିଣ କୋରିଆ ପୁଲିସ ସମ୍ପ୍ରତି ୧୨ଜଣଙ୍କୁ ଗିରଫ କରିଛି। ମାତ୍ର ୬ମାସ ମଧ୍ୟରେ ୩୦କିଲୋ ଓଜନ ବୃଦ୍ଧି କରିଥିବା ଅଭିଯୋଗକ୍ରମେ ଏମାନଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଛାତ୍ରମାନେ ସଙ୍ଗୀତ ଓ ନୃତ୍ୟ ଶିକ୍ଷାନବିସ ବୋଲି ଜଣାପଡ଼ିଛି।
ସେନା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ପ୍ରାର୍ଥୀମାନଙ୍କୁ ବଛାଯିବା ପାଇଁ ‘ଡିଜିଟାଏ ଫୋରେନ୍‍ସିକ’ କୌଶଳ ଅବଲମ୍ବନ କରାଯାଉଛି। ଛାତ୍ରମାନଙ୍କ ସମ୍ପର୍କରେ ଏହା ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି। ଯେଉଁମାନେ ଯୋଗ୍ୟ ବିବେଚିତ ହେଉ ନାହାନ୍ତି କିମ୍ବା କୌଣସି ଭୁଲ୍‍ଭଟକା କରୁଛନ୍ତି ସେମାନଙ୍କୁ ପୁନର୍ବାର ଶରୀରିକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ପ୍ରାର୍ଥୀଙ୍କୁ ମଧ୍ୟରୁ ଅଧିକାଂଶ ସେନାରେ ଚାକିରି ଜୀବନ ବିତାଇ ଦେଉଛନ୍ତି। ଅନ୍ୟପକ୍ଷରେ କ୍ରୀଡ଼ା କିମ୍ବା ସେଭଳି କୌଣସି କ୍ଷେତ୍ରରେ ପାରଦର୍ଶିତା ଦେଖାଉଥିବା ଯୁବକଙ୍କୁ ସୈନ୍ୟବାହିନୀରେ ନିଯୁକ୍ତି ପାଇଁ ନିମନ୍ତ୍ରଣ ମିଳୁଛି। ଏ କ୍ଷେତ୍ରରେ କେତେକ ରିଆତି ମିଳୁଛି। ଯେଉଁମାନେ ବାରମ୍ବାର ସେନା ନିଯୁକ୍ତିକୁ ଟାଳି ଚାଲିଛନ୍ତି, ଧରାପଡ଼ିଲେ ସେମାନଙ୍କୁ କାରାଗାରରେ ଠୁଙ୍କି ଦିଆଯାଉଥିବା ଆନ୍ତର୍ଜାତିକ କ୍ଷମା ସଂସ୍ଥା ପକ୍ଷରୁ ନିକଟରେ ରିପୋର୍ଟ ପ୍ରକାଶ ପାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories