nua o banner

ଦକ୍ଷିଣ ଚୀନ ସାଗର ଉପରେ ଚୀନ ବାୟୁ ସେନାର ସମରାଭ୍ୟାସ

BSKY banner  750×100
0

ବେଜିଂ : ଚୀନର ବାୟୁ ସେନା ପକ୍ଷରୁ ପୁଣି ଥରେ ବିବାଦୀୟ ଦକ୍ଷିଣ ଚୀନ ସାଗର ଓ ପଶ୍ଚିମ ପ୍ରଶାନ୍ତ ମହାସାଗର ଉପରେ ସମରାଭ୍ୟାସ କରାଯାଇଛି। ଏହା ଦ୍ୱାରା ଚୀନ ସହ ପଡୋଶୀଙ୍କ ଉତ୍ତେଜନା ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଚୀନ ବାୟୁ ସେନା ପକ୍ଷରୁ ରବିବାର କୁହାଯାଇଛି ଯେ ଦକ୍ଷିଣ ଚୀନ ସାଗର ଉପରେ ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଜାପାନର ଦକ୍ଷିଣ ଦ୍ୱୀପସମୂହ ଅପରପାର୍ଶ୍ବରେ ସମରାଭ୍ୟାସ କରାଯାଇଛି । ଚୀନ ପକ୍ଷରୁ ଏଭଳି ସମରାଭ୍ୟାସକୁ ଯୁଦ୍ଧ ପାଇଁ ସର୍ବଶ୍ରେଷ୍ଠ ପ୍ରସ୍ତୁତି ବୋଲି କୁହାଯାଇଛି । ଉଲ୍ଲେଖ ଯେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ନିର୍ଦେଶରେ ଚୀନ ସେନାର ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଚୀନ ବାୟୁ ସେନା ଓ ନୌ ସେନା ଆଧୁନିକୀକରଣ ଉପରେ ଅଧିକ ଗୁରୁତ୍ୱ ଦେଇଛି । ଏହି ସମରାଭ୍ୟାସ ପଛରେ କୌଣସି ମନ୍ଦ ଉଦେଶ୍ୟ ନାହିଁ ବୋଲି ଚୀନ ପକ୍ଷରୁ କୁହାଯାଇଛି । ଚୀନ ବାୟୁ ସେନାର ଏହି ସମରାଭ୍ୟାସରେ ଏଚ୍‌-୬କେ, ଏସ୍‌ୟୁ-୩୦, ଏସ୍‌ୟୁ ୩୫ ଯୁଦ୍ଧ ବିମାନ ସହ ଅନ୍ୟ କେତେକ ଯୁଦ୍ଧ ବିମାନକୁ ସାମିଲ କରାଯାଇଥିଲା । ପ୍ରକାଶ ଯେ ଗତ ଶୁକ୍ରବାର ଆମେରିକା ନୌସେନାର ଏକ ଯୁଦ୍ଧ ଜାହାଜ ଦକ୍ଷିଣ ଚୀନ ସାଗରରେ ଚୀନ ଦ୍ୱାରା ନିର୍ମିତ ଏକ ଦ୍ୱୀପର ଅତି ନିକଟରେ ଅତିକ୍ରମ କରିଥିଲା । ଏଥିରେ ଚୀନ ଉତ୍‌କ୍ଷିପ୍ତ ହୋଇ ନିଜ ଶକ୍ତି ପ୍ରଦର୍ଶନ କରିଛି ବୋଲି ଅନେକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି ।

Leave A Reply