www.samajalive.in
Monday, December 15, 2025
27.1 C
Bhubaneswar

ଦାଦାଙ୍କୁ ଜନ୍ମଦିନର ଶୁଭେଚ୍ଛା

ମୁମ୍ବଇ : ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ସଫଳ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୋମବାର ୪୭ ବର୍ଷ ବୟସରେ ପାଦ ଦେଇଛନ୍ତି। ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟରେ ଦାଦା ନାମରେ ଜଣାଶୁଣା । ଗାଙ୍ଗୁଲି ଅଧିନାୟକ ଥିବା ସମୟରେ ଅନେକ ପ୍ରତିଭାବାନ୍ ଖେଳାଳୀଙ୍କୁ ଦଳରେ ସ୍ଥାନ ମିଳିଥିଲା। ସେମାନଙ୍କ ମଧ୍ୟରେ ସଚିନ୍,ସେହୱାଗ ଓ ଧୋନି ରହିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର୍ ସୌରଭଙ୍କ ଟିମକୁ ଆସିବା ପୂର୍ବରୁ ହିଁ ନାଁ କମାଇ ସାରିଥିଲେ । ମାତ୍ର ଗାଙ୍ଗୁଲି କ୍ୟାପଟେନ ଥିବା ସମୟରେ ଅନେକ ରେକର୍ଡ ନିଜ ନାଁରେ କରିପାରିଥିଲେ ସଚିନ। ଗାଙ୍ଗୁଲି ଥିବା ସମୟରେ ସେ ୪୨ ଟେଷ୍ଟ୍ ଖେଳିଥିଲେ ଏବଂ ୬୨.୮୦ ଓଭରରେ ୩୭୬୮ ରନ୍ କରିଥିଲେ । ସେହିପରି ବିରେନ୍ଦ୍ର ସେହୱାଗ୍ ଗାଙ୍ଗୁଲିଙ୍କ ଅଧିନାୟକତ୍ବରେ ନିଜ ଅନ୍ତର୍ଜାତୀୟ ମ୍ୟାଚ ଆରମ୍ଭ କରିଥିଲେ ।

ସୌରଭ ଗାଙ୍ଗୁଲିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିଲେ ସେ ସେଣ୍ଟ ଜାଭି୍ଅରରୁ ଗ୍ରାଜୁଏଟ୍ କରିଛନ୍ତି। ପିଲାବେଳେ ସ୍କୁଲ ଲେବଲ ଏବଂ ଷ୍ଟେଟ ଲେବଲରେ କ୍ରିକେଟ ଖେଳି ଗାଙ୍ଗୁଲି ନିଜେ ନିଜକୁ ଟ୍ରେଣ୍ଡ କରିଥିଲେ। ଇଂଲଣ୍ଡ ଗ୍ରସ୍ତରେ ଯାଇ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରି ଦାଦା ଅନ୍ତର୍ଜାତୀୟ କ୍ରିକେଟରେ ପରିଚିତ ହୋଇଥିଲେ। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁନଥିଲେ।

- Advertisement -

ସୌରଭ ଗାଙ୍ଗୁଲିଙ୍କ କ୍ରିକେଟ୍ କ୍ୟାରିୟର
    

ପ୍ରତିଦ୍ବନ୍ଦିତା ଟେଷ୍ଟ  ଏକଦିବସୀୟ ଏଫସି(ଫାଷ୍ଟ କ୍ଲାସ କ୍ରିକେଟ) ଏଲଏ
ମ୍ୟାଚ୍  ୧୧୩ ୩୧୧ ୨୫୪ ୪୩୭
ରନ୍ ୭,୨୧୨ ୧୧,୩୬୩ ୧୫,୬୮୭ ୧୫,୬୨୨
ବ୍ୟାଟିଂ ଆଭରେଜ ୪୨.୧୭ ୪୧.୦୨ ୪୪.୧୮ ୪୩.୩୨
୧୦୦/୫୦ ୧୬/୩୫ ୨୨/୭୨ ୩୩/୮୯ ୩୧/୯୭
ସର୍ବାଧିକ ସ୍କୋର ୨୩୯ ୧୮୩ ୨୩୯ ୧୮୩
ବୋଲିଂ ୩,୧୧୭ ୪,୫୬୧ ୧୧,୧୦୮ ୮,୧୯୯
ୱିକେଟ୍ ୩୨ ୧୦୦ ୧୬୭ ୧୭୧
ବୋଲିଂ ଆଭରେଜ୍ ୫୨.୫୩ ୩୮.୪୯ ୩୬.୫୨ ୩୮.୮୬
ଗୋଟିଏ ଇନିଂସରେ ୫ଟି ୱିକେଟ 0
ଗୋଟି ମ୍ୟାଚରେ ୧୦ଟି ୱିକେଟ୍ 0 0 0 0
ଶ୍ରେଷ୍ଟ ବୋଲିଂ ୩/୨୮ ୫/୧୬ ୬/୪୬ ୫/୧୬

 

 

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories