ଟିଟିଲାଗଡ : ସଦର ଥାନା ଅନ୍ତର୍ଗତ ଜନୈକ ନାବାଳିକାକୁ ଅପହରଣ ସହ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଟିଟିଲାଗଡ ପୁଲିସ ସୋମବାର ଅଭିଯୁକ୍ତକୁ ଗିରଫ ସହ କୋର୍ଟ ଚାଳାଣ କରିଛି। ଏନେଇ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥିଙ୍କ ପ୍ରେସ ରିଲିଜ ମୁତାବକ ଟିଟିଲାଗଡ ଥାନା ଅନ୍ତର୍ଗତ ଜନୈକା ନାବାଳିକାଙ୍କୁ ଗତ ୩.୭.୧୯ ଭୋର ୪ଟାରେ ମୁରିବାହାଲ ଥାନା ଅନ୍ତର୍ଗତ ଜାମକାନି ଗ୍ରାମର କେଶବ ପୁଞ୍ଜି (୨୧) ଅପହରଣ କରି ନେଇଥିଲା। ନାବାଳିକାକୁ ବିବାହର ପ୍ରତିଶୃତି ଦେଇ କେଶବ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା। ଏନେଇ ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ପକ୍ଷରୁ କେସ ନଂ ୧୨୧/୧୯ ଦଫା ୩୬୩/୩୭୬(୨)(ଏନ) ଆଇପିସି/୬ ପୋକସୋ ଆକ୍ଟ ୨୦୧୨ରେ ଏକ ମାମଲା ରୁଜୁ ସହ ସୋମବାର ଅଭିଯୁକ୍ତ କେଶବକୁ ଗିରଫ କରି କୋର୍ଟ ଚାଳାଣ କରାଯାଇଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ପ୍ରକାଶ।
Popular Categories



