ଭାରତରେ ୧୦ହଜାର କୋଟି ଡଲାର ନିବେଶ କରିବ ସାଉଦି ଆରବ
ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ତୈଳ ରପ୍ତାନିକାରୀ ରାଷ୍ଟ୍ର ସାଉଦି ଆରବ ଆଗାମୀ ଦିନରେ ଭାରତରେ ଦଶ ହଜାର କୋଟି ଡଲାର ପୁଞ୍ଜିନିବେଶ କରିବାକୁ ଯାଉଛି। ବିଶେଷକରି ପେଟ୍ରୋକେମିକାଲ, ଭିତ୍ତିଭୂମି ଓ ଖଣି କ୍ଷେତ୍ରରେ ଏହିସବୁ ପୁଞ୍ଜିନିବେଶ କରାଯିବ। ସାଉଦି ଆରବ ରାଷ୍ଟ୍ରଦୂତ ଡକ୍ଟର ସୌଦ ବିନ ମହମ୍ମଦ ଅଲ ସତୀ କହିଛନ୍ତି ଯେ ଭାରତ ଏବେ ପୁଞ୍ଜିନିବେଶ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ତେଣୁ ନୂଆଦିଲ୍ଲୀ ସହିତ ଦୀର୍ଘକାଳୀନ ବାଣିଜ୍ୟିକ ସମ୍ପର୍କ ପାଇଁ ସାଉଦି ଆରବ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଅଲ ସତୀ ସାକ୍ଷାତକାରରେ କହିଛନ୍ତି ଯେ ଶକ୍ତି, ରିଫାଇନାରୀ, ପେଟ୍ରୋକେମିକାଲ୍ସ, କୃଷି ଭିତ୍ତିଭୂମି, ଖଣି ଓ ଖଣିଜ କ୍ଷେତ୍ରରେ ଏହି ପୁଞ୍ଜିନିବେଶ କରାଯିବ। ଏହି ପୁଞ୍ଜିନିବେଶ କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ସହଯୋଗୀ ଭାବେ ବାଛିଛି ସାଉଦି ଆରବ।
Comments are closed.