କ୍ଷିରି ଖାଇ ୧୬ ଅସୁସ୍ଥ, ଜଣେ ମୃତ
ସୋର: କ୍ଷିରି ଖାଇ ୧୬ଜଣ ଅସୁସ୍ଥ ହୋଇଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ବାହାନଗା ବ୍ଲକ ତାଳକୁରୁଣିଆ ଓ ଅଠିଲାବାଡ଼ର ଲୋକେ କ୍ଷିରି ଖାଇ ଅସୁସ୍ଥ ହୋଇଥିଲେ। ଗତକାଲି ରଥଯାତ୍ରା ଉତ୍ସବରେ ସେମାନେ ସମସ୍ତେ କ୍ଷିରି ଭୋଗ ହୋଇଥିଲା। କ୍ଷିରି ଖାଇ ସାରିବାପରେ ୧୬ ଅସୁସ୍ଥ ହୋଇ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ ମେଡ଼ିକାଲରୁ ୭ଜଣ ସୁସ୍ଥ ହୋଇ ଫେରିଥିବା ସୂଚନା ମିଳିଛି।
Comments are closed.