କାଶ୍ମୀର ଶୋପୀୟାଂରେ ସନ୍ଦିଗ୍ଧ ଗତିବିଧି, ଗୁଳି ବିନିମୟ

0

ଶ୍ରୀନଗର..- ଜାମ୍ମୁ-କାଶ୍ମୀରରେ ଶୋପୀୟାଂ ଜିଲ୍ଲାରେ ଥିବା ଏକ ସେନା ଶିବିର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ସେନା ଶିବିର ଉପରକୁ ଗୁଳି  ଚଳାଇବା ପରେ ସେଠାରେ ନିୟୋଜିତ ଥିବା ସୁରକ୍ଷା କର୍ମୀ ଏହାର  ଜବାବରେ ଗୁଳି ଚଳାଇଥିଲେ । ଏହାପରେ ସେନା ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରିବା ସହ ତଲାସୀ ଅଭିଯାନ ଜାରି ରଖିଛି ।

ଭାରତୀୟ ବାୟୁସେନାର ଆକ୍ରମଣ ପରେ ଆତଙ୍କବାଦୀଙ୍କ ମନୋବଳ ହ୍ରାସ ପାଇଛି। ଏବେ ଆତଙ୍କବାଦୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ସେନାର ଶିବାର ଉପରେ ଆକ୍ରମଣ କରିବା ପାଇଁ ଏମାନେ ଯୋଜନା କରିଛନ୍ତି । ଶୋପୀୟାଂରେ ସେନା ଶିବିର ଉପରକୁ ଗୁଳି ମାଡ ପରେ ସୁରକ୍ଷା କର୍ମୀମାନେ ଏହାର ଜବାବ ଦେଇଥିଲେ । ବର୍ତ୍ତମାନ ସେନା ପୁରା ଅଞ୍ଚଳକୁ ଘେରାଓ କରିବା ସହ ତଲାସୀ ଅଭିଯାନ ଜାରୀ ରଖିଛି ।

Leave A Reply