www.samajalive.in
Tuesday, December 9, 2025
15.1 C
Bhubaneswar

ସାମ୍ନାକୁ ଆସିଲା ‘ସୂର୍ଯ୍ୟବଂଶୀ’ର ପ୍ରଥମ ଝଲକ୍‍

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ପ୍ରଥମ ଝଲକ୍‍ ମଙ୍ଗଳବାର ଜାରି କରାଯାଇଛି। ଚଳଚ୍ଚିତ୍ରକୁ ମୁକ୍ତିଲାଭ ତାରିଖ ମଧ୍ୟ ମିଳିଯାଇଛି। ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଇଦ୍‍ ଅବସରରେ ମୁକ୍ତିଲାଭ କରିବ। ଏହି ସୂଚନା ଦେଇଛନ୍ତି ନିଜେ ଅକ୍ଷୟ କୁମାର। ସେ ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରର ପ୍ରଥମ ଝଲକ୍‍ ଶେୟାର କରିଛନ୍ତି। ଏଥିରେ ସେ ଆତଙ୍କବାଦ ନିରୋଧୀ ସ୍କ୍ୱାଡ଼୍‍(ଏଟିଏସ୍‍)ର ମୁଖ୍ୟ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି ଓ ତାଙ୍କ ନାମ ରହିଛି ବୀର ସୂର୍ଯ୍ୟବଂଶୀ। କରଣ ଜୋହର ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିଛନ୍ତି। ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି ଓ ପ୍ରଥମ ସୁଟିଂ କାର୍ଯ୍ୟକ୍ରମ ଗୋଆରେ ରଖାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories