www.samajalive.in
Monday, December 15, 2025
24.1 C
Bhubaneswar

‘ଭୁଜ୍‍-ଦି ପ୍ରାଇଡ଼୍‍ ଅଫ୍‍ ଇଣ୍ଡିଆ’: ଦମ୍‍ଦାର ଲୁକରେ ସୋନାକ୍ଷୀ

ମୁମ୍ବଇ: ବଲିଉଡ଼ ଅଭିନେତା ଅଜୟ ଦେବଗନ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଭୁଜ୍‍: ଦି ପ୍ରାଇଡ଼୍‍ ଅଫ୍‍ ଇଣ୍ଡିଆ’ରୁ ସୋନାକ୍ଷୀ ସିହ୍ନାଙ୍କ ଲୁକ୍‍ ସାମ୍ନାକୁ ଆସିଛି। ଶୁକ୍ରବାର ଅଭିନେତ୍ରୀ ନିଜେ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି। ଏଥିରେ ସୋନାକ୍ଷୀଙ୍କୁ କିଛି ଭିନ୍ନ ଅବତାରରେ ଦେଖିବାକୁ ମିଳିଛି।
ସୋନାକ୍ଷୀ ଜଣେ ଗୁଜରାତି ମହିଳାଙ୍କ ଭୂମିକାରେ ଅବତ୍ତୀର୍ଣ୍ଣ। ଭିନ୍ନ ଧରଣର ପୋଷାକ ସହ ଶରୀରରେ ଅନେକ ପାରମ୍ପରିକ ଟାଟୁ କରି ସାହସିକତାର ସହ ଚାଲୁଥିବାର ନଜର ଆସିଛନ୍ତି। ଅଜୟ ଓ ସେନାକ୍ଷୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତ, ଶରଦ କେଲକର, ନୋରା ଫତେହି ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଡିଜ୍ନୀ ପ୍ଲସ୍‍ ହଟଷ୍ଟାରରେ ରିଲିଜ ହେବ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories