www.samajalive.in
Sunday, December 7, 2025
14.1 C
Bhubaneswar

ସକାଳ ସମୟରେ ଘରେ ଧାର୍ମିକ ସଙ୍ଗୀତ ବଜାନ୍ତୁ

ନିଜ ଚତୁଃପାଶ୍ୱର୍ରେ ସକରାତ୍ମକ ଶକ୍ତି ସୃଷ୍ଟି କରିବା ପାଇଁ ବାସ୍ତୁ ଶାସ୍ତ୍ରରେ କେତେକ ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ନକରାତ୍ମକ ଶକ୍ତି ଆମର ପ୍ରତ୍ୟେକ କାର୍ୟ୍ୟରେ ବାଧା ସୃଷ୍ଟି କରିଥାଏ।
ଶାରିରୀକ ଓ ମାନସିକ ସ୍ଥିତି ଉପରେ କୁପ୍ରଭାବ ପକାଇଥାଏ। ଫଳରେ ଆମ ଚାଲିଚଳନ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ। ଜାଣନ୍ତୁ ସେ ବିଷୟରେ……
ନିଜ ଘରର ଦ୍ୱାରକୁ କଦାପି ଗୃହର ବାହାର ଆଡ଼କୁ ଖୋଲନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ଘରର ସକରାତ୍ମକ ଶକ୍ତି ହ୍ରାସ ପାଇଥାଏ।
ଘରର ଭିତରକୁ ଯେପରି ପ୍ରଚୁର ପରିମାଣରେ ସୂର୍ୟ୍ୟୋଲୋକ ଆସିପାରୁ ଥିବ, ସେଭଳି ବ୍ୟବସ୍ଥା କରନ୍ତୁ। ଏଭଳି କରିବା ଦ୍ୱାରା ପରିବାର ସଦସ୍ୟ ରୋଗଗ୍ରସ୍ତ ହୋଇନଥାଆନ୍ତି ଓ ଘରେ ସର୍ବଦା ସୁଖର ବାତାବରଣ ରହିଥାଏ।
ସକାଳ ହେବା ମାତ୍ରେ ପ୍ରଥମେ ଘରର ସମସ୍ତ ଝରକା ଖୋଲି ଦିଅନ୍ତୁ। ଅହରାହ୍ନ ସମୟରେ ଝରକା ବନ୍ଦ ରଖନ୍ତୁ।
ସକାଳ ସମୟରେ ଘରେ ଧାର୍ମିକ ସଙ୍ଗୀତ ବଜାନ୍ତୁ।
ଘରର ଭିତରେ ବିଭିନ୍ନ ପ୍ରକାର ଜାଲ ହୋଇଥିଲେ ଏହାକୁ ସଫା କରି ଦିଅନ୍ତୁ।
ଘରେ କୌଣସି ପ୍ରକାରର ଭଙ୍ଗାତୁଟା ଦ୍ରବ୍ୟ ରଖନ୍ତୁ ନାହିଁ।
ଘରର ପ୍ରବେଶ ଦ୍ୱାରକୁ ସର୍ବଦା ସଫା ରଖନ୍ତୁ।
ଗାଧୁଆ ଘର ଅଯଥାରେ ଖୋଲା ରଖନ୍ତୁ ନାହିଁ।
ଗୃହର ଅଗଣାରେ ତୁଳସୀର ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏହା ଘରର ସମସ୍ତ ନକରାତ୍ମକ ଶକ୍ତି ଦୂର କରିଥାଏ।
ରୋଷେଇ ଘରେ ଔଷଧ ଆଦୌ ରଖନ୍ତୁ ନାହିଁ।
ଘରେ ସର୍ବଦା ଶାନ୍ତି ରହିବା ପାଇଁ ନିୟମିତ କର୍ପୂର ଜଳାନ୍ତୁ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories