BSKY banner  750×100

ଟିଫିନ୍ ବାକ୍ସରୁ ବାହାରିଲା ସାପ!

nua o banner
0

ସାମାନ୍ୟ ଅସାବଧାନତାରେ ପରିସ୍ଥିତି କିପରି ସାଂଘାତିକ ହୁଏ, ତାହା ଅଷ୍ଟ୍ରେଲିଆରେ ହୋଇଥିବା ଘଟଣାରୁ ସହଜରେ ଅନୁମାନ କରିହେଉଛି। ଆଡିଲେଡ୍ ସହର ନିବାସୀ ଜନୈକ ମହିଳା ନିଜ ଝିଅର ଖାଦ୍ୟ ଡବା ଖୋଲିବାରୁ ସେଥିରେ ସାପ ଛୁଆଟିଏ ଥିବାର ଦେଖିଲେ। କିଂକର୍ତ୍ତବ୍ୟବିମୂଢ଼ ହୋଇ ମହିଳାଜଣକ ଡବା ବନ୍ଦ କରି ତୁରନ୍ତ ସାପଧରାଳିଙ୍କୁ ଯୋଗାଯୋଗ କରିଥିଲେ।

କିଛି ସମୟ ପରେ ସାପଧରାଳି ଆସି ସାପକୁ ଖାଦ୍ୟ ଡବାରୁ ନେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଥିଲେ। ବିଶେଷଜ୍ଞଙ୍କ ମତରେ ଏହି ସାପର ବିଷ ପ୍ରଖର। ୨୦୦୦ ମସିହା ପରଠାରୁ ଅ​‌େ​‌ଷ୍ଟ୍ରଲିଆରେ ଏହି ସାପ କାମୁଡ଼ାରେ ୨୭ଜଣ ଲୋକ ପ୍ରାଣ ହରାଇଛନ୍ତି।

ସେଠାର ଉପକୂଳବର୍ତ୍ତୀ ଅଞ୍ଚଳରେ ହିଁ ଏ ପ୍ରକାର ବିଷଧର ସାପ ଦେଖାଯାଉଥିବାର ପ୍ରକାଶ। ତେବେ ଝିଅର ଟିଫିନ୍ ବାକ୍ସରେ ସାପ ଆସିଲା କିପରି? ବିଦ୍ୟାଳୟରେ ହିଁ ସାପଟି ଟିଫିନ୍ ବାକ୍ସରେ ପଶିଥିବାର ଅନୁମାନ କରାଯାଉଛି। ସେଠାକାର ବିଦ୍ୟାଳୟଗୁଡ଼ିକରେ ଏ ବାବଦରେ ଘୋଷଣା କରାଯିବା ସହ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

Leave A Reply