www.samajalive.in
Saturday, December 6, 2025
14.1 C
Bhubaneswar

ଥରେ ନୁହେଁ କି ଦୁଇ ଥର, ୩୫ ଦିନରେ ୬ ଥର କାମୁଡ଼ିଲା ସାପ

​ଡେସ୍କ: ଥରେ ନୁହେଁ କି ଦୁଇ ଥର, ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ମାତ୍ର ୩୫ ଦିନରେ ୬ ଥର ସାପ କାମୁଡ଼ିଛି ତେବେ ପ୍ରତିଥର ସେ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ସୂଚନା ଅନୁଯାୟୀ, ଯେତେବେଳେ ବି ସାପ ବିକାଶ ଦୁବେଙ୍କୁ କାମୁଡୁଛି, ତାଙ୍କୁ ଡାକ୍ତରଖାନା ନିଆଯାଉଛି ଓ ସେ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି।

​ସମ୍ବାଦ ସଂସ୍ଥା ‘ଇଣ୍ଡିଆ ଟୁଡେ’ର ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ବିକାଶ ଦୁବେଙ୍କୁ ଗତ ଜୁନ ୨ରେ ନିଜ ଘରେ ସାପ କାମୁଡ଼ି ଦେଇଥିଲା। ସେ ବିଛଣାରୁ ତଳକୁ ଓହ୍ଲାଇବା ବେଳେ ଏହି ଘଟଣା ଘଟିଥିଲା। ସେବେଠାରୁ ତାଙ୍କୁ ଆଉ ୫ଟି ସାପ କାମୁଡ଼ିଥିଲେ ମଧ୍ୟ ପ୍ରତିଥର ସେ ସୁସ୍ଥ ହୋଇଛନ୍ତି।

- Advertisement -

ୟୁପିର ସୌରା ଗାଁରେ ରହୁଥିବା ୨୪ ବର୍ଷୀୟ ଏହି ଯୁବକଙ୍କୁ ସାପ କାମୁଡ଼ା ଯୋଗୁଁ ଘର ଛାଡ଼ି ଅନ୍ୟତ୍ର ରହିବାକୁ ପରାମର୍ଶ ଦିଆଯାଇଥିଲା। ଏହାପରେ ସେ ରାଧାନଗରରେ ତାଙ୍କ ମାଉସୀଙ୍କ ସହ ରହିବା ଆରମ୍ଭ କରିଥିଲେ କିନ୍ତୁ ସେଠାରେ ତାଙ୍କୁ ପଞ୍ଚମ ସାପ ତାଙ୍କୁ କାମୁଡ଼ି ଦେଇଥିଲା।

ପହଣ୍ଡି ଅଘଟଣ: ଉଦବେଗ ପ୍ରକାଶ କଲେ ଗଜପତି

ଜୁଲାଇ ୬ ତାରିଖରେ ବାପା ମା’ ତାଙ୍କୁ ଘରକୁ ଆଣିବାର କିଛି ଦିନ ପରେ ତାଙ୍କୁ ଆଉ ଏକ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ ସେଠାରେ ସେ ସୁସ୍ଥ ହୋଇଥିଲେ।ଶ୍ରୀ ଦୁବେ କହିଛନ୍ତି ଯେ ପ୍ରତିଥର ସାପ ତାଙ୍କୁ କାମୁଡ଼ିଲେ ତାଙ୍କ ମନରେ ସବୁବେଳେ ଉତ୍ତେଜନା ଆସିଥାଏ ଏବଂ ଏହି ଘଟଣା ସବୁବେଳେ ଶନିବାର କିମ୍ବା ରବିବାର ଦିନ ଘଟିଥାଏ।

ସହିଦଙ୍କ ପତ୍ନୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ, କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଜାତୀୟ ମହିଳା ଆୟୋଗ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories