ପହଣ୍ଡି ଅଘଟଣ: ଉଦବେଗ ପ୍ରକାଶ କଲେ ଗଜପତି
ସମାଜ ଡିଜିଟାଲ ଡେସ୍କ: ପହଣ୍ଡି ସମୟରେ ଶ୍ରୀବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଗଜପତି ମହାରାଜା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ପହଣ୍ଡି ବେଳେ ବଡ଼ ଠାକୁର ମୁହଁମାଡ଼ି ପଡ଼ିଯିବା ଘଟଣା ତାଙ୍କୁ ମର୍ମାହତ କରିଛି। ଏଭଳି ଦୃଶ୍ୟ କେବେ ଦେଖି ନ ଥିଲୁ। ଆଗକୁ କିଭଳି ସୁରୁଖୁରୁରେ ହେବ ସେ ଉପରେ ଗୁରୁତ୍ଵ ଦିଆଯିବ। ପହଣ୍ଡି ସମୟରେ ଅଧିକ ସେବାୟତ ରହିଥିବାରୁ ଏଭଳି ଘଟଣା ଘଟିଲା। ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ଆସନ୍ତା ବର୍ଷ ରଥଯାତ୍ରାରେ ଯେପରି ଏହି ଘଟଣାର ପୁନରାବୃତ୍ତି ନ ଘଟିବ ସେ ନେଇ ମଧ୍ୟ ପଦକ୍ଷେପ ନିଆଯିବ।
ଅନ୍ୟପଟେ ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ନୀଳାଦ୍ରିବିଜେର ୧୦ ଦିନ ମଧ୍ୟରେ କମିଟି ତଦନ୍ତ ରିପୋର୍ଟ ପ୍ରଦାନ କରିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇଛନ୍ତି।
Comments are closed.