BJD Bijuli 480×75 Mob

ସାପ କାମୁଡାରେ ୩ ବର୍ଷର ଶିଶୁପୁତ୍ର ମୃତ

BJD Bijuli 480×75 Mob

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଅରେଡା ପଞ୍ଚାୟତର ଚନୁଟମାଲ ଗ୍ରାମରେ ଏକ ବିଷାକ୍ତ ସାପ କାମୁଡାରେ ଜଣେ ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଜଣାପଡ଼ିଛିି। ସୂଚନା ମୁତାବକ, ଚନୁଟମାଲ ଗ୍ରାମର ବାପା ବିନୋଦ ବିହାରୀ ଦିପ ଏବଂ ୩ ବର୍ଷର ଶିଶୁପୁତ୍ର ହେମସାଗର ଗତକାଳି ରାତ୍ରରେ ଖାଇପିଇ ଏକାସାଙ୍ଗରେ ଖଟରେ ଶୋଇଥିଲେ। ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ଉଭୟ ବାପପୁଅଙ୍କୁ କାମୁଡି ଥିଲା। ଗୁରୁତର ଅବସ୍ଥାରେ ବାପା ଓ ପୁଅଙ୍କୁ ଖଡିଆଳ ସ୍ଥିତ ମିଶନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ପୁଅ ହେମସାଗରଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ମିଶନ ଡାକ୍ତରଖାନାର ଅଭିଯୋଗ କ୍ରମେ ଖଡିଆଳ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଖଡିଆଳ ଥାନାରେ ୨୭/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶିଶୁର ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଥିବା ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ଏଏସଆଇ ଦେବାର୍ଚ୍ଚନ ନିଆଲ ଏହି ଘଟଣାର ତଦନ୍ତ ଦାୟିତ୍ୱ ନେଇ ତଦନ୍ତ କରୁଛନ୍ତି।

Comments are closed.