www.samajalive.in
Monday, December 15, 2025
24.1 C
Bhubaneswar

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

କଲମପୁର : କଲମପୁର ଥାନା ଅଧିନସ୍ଥ ଚୁରାଗାଁ ଠାରେ ବୁଧବାର ଜନୈକ ମହିଳାଙ୍କ ବିଷାକ୍ତ ସାପ କାମୁଡି ଦେଇଥିଲା । ଚିକିତ୍ସା ପାଇଁ ପ୍ରଥମେ କଲମପୁର ଓ ପରବର୍ତ୍ତୀ ସମୟରେ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚିକିତ୍ସାଧିନ ଅବସ୍ଥାରେ ସାପ କାମୁଡାରେ ଗୁରୁତର ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଚୁରାଗାଁର ଜଗବନ୍ଧୁ ପୁଝାରୀଙ୍କ ପତ୍ନୀ ରାମାମଣି ବୁଧବାର ସକାଳେ ଚାଷ ଜମିକୁ ଯାଇ ଘାସ ବାଛୁଥିଲେ । ଏହି ଘାସ ବାଛିବା ସମୟରେ ଏକ ବିଷାକ୍ତ ସାପ ରାମାମଣିକୁ କାମୁଡି ଦେଇଥିଲା । ବିଷାକ୍ତ ସାପ କାମୁଡାରେ ରାମାମଣି ଗୁରୁତର ହେବା ପରେ ତାଙ୍କ ଚିକିତ୍ସା ପାଇଁ ଏକ ଆମ୍ବୁଲାନ୍ସ ସହାୟତାରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ପରାମର୍ଶ ଦେଇଥିଲେ । ଗୁରୁତର ଅବସ୍ଥାରେ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରମାମଣିଙ୍କ ମୃତ୍ୟୁ ଘଟିଥିଲା । ଏନେଇ କଲମପୁର ପୁଲିସ ଥାନାରେ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବଡକୁଟୃ ପୁଲିସ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି  ପହଂଚି ଶବ ଜବତ କରିଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories