www.samajalive.in
Tuesday, December 9, 2025
19.1 C
Bhubaneswar

ଅଦ୍ଭୁତ ଗାଁ : ଯେଉଁଠି ଚାଷ କରାଯାଏ ବିଷାକ୍ତ ସାପ

ଫସଲ, ଫଳ ଏବଂ ପନିପରିବା ଚାଷ ହେବା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ବିଶ୍ବର ଏମିତି ଏକ ଗ୍ରାମ ଅଛି ଯେଉଁଠି ବିଷାକ୍ତ ସାପ ଚାଷ କରାଯାଏ। ହ ଆଜ୍ଞା ଚୀନର ଏକ ଗ୍ରାମ ଅଛି ଯେଉଁଠି ସାପ ଚାଷ କରାଯାଏ। ଜିସିକିଆଓ ନାମକ ଏହି ଗାଁର ଲୋକମାନେ ସାପ ଚାଷ ଉପରେ ନିର୍ଭରଶୀଳ। ଏହି ଗାଁର ଅଧିକାଂଶ ବ୍ୟକ୍ତି ଏହି କାର୍ୟ୍ୟ ସହିତ ଜଡିତ। ଜିସିକିଆଓରେ ବିଭିନ୍ନ ପ୍ରକାରର ବିଷାକ୍ତ ସାପ ଦେଖିବାକୁ ମିଳେ। ଏହି ଚାଷରେ କିଙ୍ଗ କୋବ୍ରା, ପାଇଥନ୍ ସାପ ସମେତ ଅନେକ ବିଷାକ୍ତ ସାପ ପୋଷା ଭାବେ ରଖାଯାଏ।

ସାପ ଚାଷର କାରଣ 

- Advertisement -

ସାପ ମାନଙ୍କର ମାଂସ ଏବଂ ଶରୀରର ଅନ୍ୟ ଅଙ୍ଗ ପାଇଁ ଏଠାରେ ଏହାକୁ ଚାଷ କରାଯାଏ। ସାପ ମାଂସ ଚୀନରେ ସଉକରେ ଖାଇଥାନ୍ତି। ସାପର ଶରୀରର ଅଙ୍ଗଗୁଡ଼ିକ ଔଷଧ ତିଆରିରେ ମଧ୍ୟ ବ୍ୟବହୃତ ହୁଏ।

ସାପ ଚାଷ ହେତୁ ଜିସିକିଆଓ ଗାଁ ସାରା ବିଶ୍ୱରେ ଜଣାଶୁଣା। ଯଦିଓ ପୂର୍ବରୁ ଚା, ଝୋଟ ଏବଂ କପା ଚାଷ କରାଯାଉଥିଲା, ମାତ୍ର ଆଜି ଏଠାରେ ମୁଖ୍ୟ କାର୍ଯ୍ୟ ହେଉଛି ସାପ ଚାଷ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories